ଝିଅ ପାଇଁ ୧୭୦ ବର୍ଷ ପୁରୁଣା ମନ୍ଦିରରେ ଜମୁଛି ଦମ୍ପତିଙ୍କ ଭିଡ଼

ବୋକାରୋ: ଭାରତରେ କନ୍ୟାଭୃଣ ହତ୍ୟା ଖବର ଆପଣ ଅନେକ ସମୟରେ ଶୁଣିଥିବେ। ସେହିପରି ଘରକୁ ଝିଅଟି ଆସିଲେ, ତା’କୁ ଅନେକ ସମୟରେ ନିର୍ଯାତନା ଦିଆଯାଉଥିବା ଖବର ମଧ୍ୟ ଆସୁଛି। ହେଲେ ଝିଅଟିଏ ପାଇଁ ବାପାମା’ମାନେ କେବେ ମନ୍ଦିରରେ ଭିଡ଼ କରି ମାନସିକ ରଖିବା ଓ ପୂଜାର୍ଚ୍ଚନା କରିବା ଘଟଣା ଆପଣ ଶୁଣିଛନ୍ତି କି? ତେବେ ଝାରଖଣ୍ଡର ବୋକାରୋ ଜିଲ୍ଲା ଚାକୁଲିଆ ଗାଁର ଲୋକମାନେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଗାଁର ଦମ୍ପତିମାନେ ଏଠାରେ ଥିବା ୧୭୦ ବର୍ଷ […]

t

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 03:54 PM IST

ବୋକାରୋ: ଭାରତରେ କନ୍ୟାଭୃଣ ହତ୍ୟା ଖବର ଆପଣ ଅନେକ ସମୟରେ ଶୁଣିଥିବେ। ସେହିପରି ଘରକୁ ଝିଅଟି ଆସିଲେ, ତା’କୁ ଅନେକ ସମୟରେ ନିର୍ଯାତନା ଦିଆଯାଉଥିବା ଖବର ମଧ୍ୟ ଆସୁଛି। ହେଲେ ଝିଅଟିଏ ପାଇଁ ବାପାମା’ମାନେ କେବେ ମନ୍ଦିରରେ ଭିଡ଼ କରି ମାନସିକ ରଖିବା ଓ ପୂଜାର୍ଚ୍ଚନା କରିବା ଘଟଣା ଆପଣ ଶୁଣିଛନ୍ତି କି? ତେବେ ଝାରଖଣ୍ଡର ବୋକାରୋ ଜିଲ୍ଲା ଚାକୁଲିଆ ଗାଁର ଲୋକମାନେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ଗାଁର ଦମ୍ପତିମାନେ ଏଠାରେ ଥିବା ୧୭୦ ବର୍ଷ ପୁରୁଣା ଦୁର୍ଗା ମନ୍ଦିରରେ ମାନସିକ ରଖି ଝିଅଟିଏ ପାଇଁ ପୂଜାର୍ଚ୍ଚନା କରୁଛନ୍ତି। ଗାଁର ଲୋକମାନେ କହିଛନ୍ତି ଯେ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଲୋକମାନେ ଏଠାରୁ ଆଶୀର୍ବାଦ ନେଇ ଅନେକ ସମୟରେ କନ୍ୟା ସନ୍ତାନର ବାପା ମା’ ହେବାର ସୌଭାଗ୍ୟ ମଧ୍ୟ ପାଇଛନ୍ତି।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଘଟସ୍ଥାପନ କରି ଦୁର୍ଗା ପୂଜା ଆରମ୍ଭ ହୋଇଛି। ବେଶ ଜାକଜମକରେ ମନ୍ଦିରରେ ଦୁର୍ଗାପୂଜା କରାଯାଉଛି। ଏହି ସମୟରେ ଶତାଧିକ ଦମ୍ପତି ମନ୍ଦିରକୁ ଆସି ଝିଅଟିଏ ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ଷ ତମାମ ଏଠାକୁ ଭକ୍ତମାନେ ଆସନ୍ତି। ହେଲେ ନବରାତ୍ରରେ ପ୍ରବଳ ଭିଡ଼ ହୁଏ।

ସେମାନେ ସିଦ୍ଧିଦାତ୍ରୀ ଦୁର୍ଗାଙ୍କୁ ପୂଜା କରି କନ୍ୟା ସନ୍ତାନ ପାଇଁ ପ୍ରାର୍ଥନା କରନ୍ତି। ଗାଁ ଲୋକଙ୍କ କହିବା କଥା, ୧୫୦ ବର୍ଷ ତଳେ କାଳୀଚରଣ ଦୁବେ ନାମକ ଜଣେ ଗ୍ରାମବାସୀ କନ୍ୟା ସନ୍ତାନ ପାଇଁ ପ୍ରଥମେ ଏଠାରେ ପ୍ରାର୍ଥନା କରିଥିଲେ। ଏହାପରେ ସେ କନ୍ୟା ସନ୍ତାନ ପାଇଥିଲେ। ଏହି କଥା ପ୍ରଚାର ହେବା ପରେ ଗାଁର ଦମ୍ପତିମାନେ ମନ୍ଦିରକୁ ଆସି ଝିଅଟିଏ ପାଇଁ ପ୍ରାର୍ଥନା କରୁଛନ୍ତି।

ମନୋଜ କୁମାର ନାମକ ଜଣେ ବ୍ୟକ୍ତି କହିଛନ୍ତି, ପ୍ରତିବର୍ଷ ଏଠାକୁ ଶତାଧିକ ଦମ୍ପତି କନ୍ୟା ସନ୍ତାନର ଜନକ ହେବା ପାଇଁ ଆସନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଲୋକ ମାନସିକ ଅନୁସାରେ ଫଳ ମଧ୍ୟ ପାଇଛନ୍ତି। ଚଳିତ ବର୍ଷ କରୋନା ସଂକ୍ରମଣ ଚାଲିଥିବାରୁ ଟୋକନ ବ୍ୟବସ୍ଥା ଦ୍ୱାରା ସମସ୍ତଙ୍କୁ ଛଡ଼ା ଯାଉଛି।

ଜଣେ ଶ୍ରଦ୍ଧାଳୁ ସୂର୍ଯ୍ୟକାନ୍ତ ସିଂହ କହିଛନ୍ତି, ଆମର ଗୋଟିଏ ପୁଅ ରହିଛି। ହେଲେ ଝିଅ ବିନା ପରିବାରଟା ଅଧୁରା ଲାଗୁଥିଲା। ଏଠାରେ ପ୍ରାର୍ଥନା କରିବା ପରେ କିଛି ବର୍ଷ ତଳେ ମୋର ଗୋଟିଏ ଝିଅ ହୋଇଛି। ଏହି କାରଣରୁ ପ୍ରତିବର୍ଷ ଆମ ପରିବାର ଲୋକ ଏଠାକୁ ଆସି ପୂଜାର୍ଚ୍ଚନା କରୁଛନ୍ତି। ଖାଲି ସୂର୍ଯ୍ୟକାନ୍ତ ନୁହନ୍ତି, ତାଙ୍କ ଭଳି ଅନେକ ଲୋକ ଏଠାକୁ ଆସି କନ୍ୟାସନ୍ତାନର ବାପାମା’ ହୋଇପାରିଛନ୍ତି।

Related story