ପୁଡୁଚେରୀ ଉପ-ରାଜ୍ୟପାଳ କିରଣ ବେଦୀଙ୍କୁ କୋର୍ଟ ଝଟ୍‌କା

ମଦୁରାଇ: ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଆଜି ମାଡ୍ରାସ ହାଇକୋର୍ଟ ଏକ ଜବରଦସ୍ତ ଝଟ୍‌କା ଦେଇଛନ୍ତି। ତେବେ ଉପରାଜ୍ୟପାଳ ପୁଡ଼ୁଚେରୀରେ ଏକ ସମାନ୍ତରାଳ ସରକାର ଚଳାଇ ପାରିବେ ନାହିଁ ବୋଲି ଆଜି ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ସ୍ପଷ୍ଟ କରିଛନ୍ତି। ଉପରାଜ୍ୟପାଳ କିରଣ ବେଦୀ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ସବୁ କଥାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା। ଜଷ୍ଟିସ୍‌ ଆର ମାଧବନ କହିଛନ୍ତି, “ପୁଡ଼ୁଚେରୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ। ଏଠାରେ ଜଣେ ନିର୍ବାଚିତ ସରକାର […]

es

Hemant Lenka
  • Published: Tuesday, 30 April 2019
  • , Updated: 30 April 2019, 05:49 PM IST

ମଦୁରାଇ: ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଆଜି ମାଡ୍ରାସ ହାଇକୋର୍ଟ ଏକ ଜବରଦସ୍ତ ଝଟ୍‌କା ଦେଇଛନ୍ତି। ତେବେ ଉପରାଜ୍ୟପାଳ ପୁଡ଼ୁଚେରୀରେ ଏକ ସମାନ୍ତରାଳ ସରକାର ଚଳାଇ ପାରିବେ ନାହିଁ ବୋଲି ଆଜି ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ସ୍ପଷ୍ଟ କରିଛନ୍ତି। ଉପରାଜ୍ୟପାଳ କିରଣ ବେଦୀ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ସବୁ କଥାରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଥିଲା।

ଜଷ୍ଟିସ୍‌ ଆର ମାଧବନ କହିଛନ୍ତି, "ପୁଡ଼ୁଚେରୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ। ଏଠାରେ ଜଣେ ନିର୍ବାଚିତ ସରକାର ରହିଛନ୍ତି। ଉପରାଜ୍ୟପାଳ ସରକାରଙ୍କ ସହ ମିଶି କାର୍ଯ୍ୟ କରିପାରନ୍ତି। ହେଲେ ଉପରାଜ୍ୟପାଳ ନିଜ ଇଚ୍ଛା ଅନୁସାରେ ଏକ ସମାନ୍ତରାଳ ସରକାର ଚଳାଇ ପାରିବେ ନାହିଁ।”

ମାଡ୍ରାସ ହାଇକୋର୍ଟରେ କଂଗ୍ରେସ ପକ୍ଷରୁ କିରଣ ବେଦୀଙ୍କ ବିରୋଧରେ ଏକ ଆବେଦନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଶ୍ରୀମତୀ ବେଦୀ ପ୍ରଶାସନିକ ଅଧିକାରୀଙ୍କୁ ବାଧ୍ୟ କରି ନିଜର ହ୍ୱାଟସଆପ୍‌ ଗ୍ରୁପ୍‌ରେ ସାମିଲ କରୁଛନ୍ତି। ଏଥିସହ ଆର୍ଥିକ ବ୍ୟାପାର ସହ ସରକାରୀ ଅଧିକାରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ନିଜ ଇଚ୍ଛାରେ କରୁଛନ୍ତି। ରାଜ୍ୟରେ ନିର୍ବାଚିତ୍ତ ସରକାର ଥିଲେ ମଧ୍ୟ କିରଣ ବେଦୀଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ କୁହାଯାଇଥିଲା।

Related story