ଭଲ ଖବର: ଭାରତର କରୋନା ଟିକା ଫେଜ-୧ ପରୀକ୍ଷାରେ ସଫଳ

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ପ୍ରାୟତଃ ଶେଷ ହୋଇଯାଇଛି। ଫେଜ-୧ ମାନବ ପରୀକ୍ଷଣରେ କୋଭାକ୍ସିନ ସଫଳ ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଫେଜ-୧ ଟ୍ରାଏଲ ସଫଳ ହୋଇଥିବାରୁ ଖୁବଶୀଘ୍ର ଫେଜ-୨ ଟ୍ରାଏଲ ଆରମ୍ଭ ହେବ। ଏହି କରୋନା ଟିକାକୁ ଭାରତ ବାଓଟେକ ତିଆରି କରିଥିବା ବେଳେ ଆଇସିଏମଆର ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜି(ଏନଆଇଭି) ସହଯୋଗ କରୁଛନ୍ତି। ଦେଶର ୧୨ଟି ସ୍ଥାନରେ ଏହାର ମାନବ […]

u

Hemant Lenka
  • Published: Friday, 14 August 2020
  • , Updated: 14 August 2020, 03:45 PM IST

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ପ୍ରାୟତଃ ଶେଷ ହୋଇଯାଇଛି। ଫେଜ-୧ ମାନବ ପରୀକ୍ଷଣରେ କୋଭାକ୍ସିନ ସଫଳ ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଫେଜ-୧ ଟ୍ରାଏଲ ସଫଳ ହୋଇଥିବାରୁ ଖୁବଶୀଘ୍ର ଫେଜ-୨ ଟ୍ରାଏଲ ଆରମ୍ଭ ହେବ। ଏହି କରୋନା ଟିକାକୁ ଭାରତ ବାଓଟେକ ତିଆରି କରିଥିବା ବେଳେ ଆଇସିଏମଆର ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜି(ଏନଆଇଭି) ସହଯୋଗ କରୁଛନ୍ତି। ଦେଶର ୧୨ଟି ସ୍ଥାନରେ ଏହାର ମାନବ ପରୀକ୍ଷଣ କରାଯାଇଛି।

କରୋନା ଟିକାର ପରୀକ୍ଷା ଉପରେ ନଜର ରଖିଥିବା ଏମ୍ସ ନେତୃତ୍ୱାଧିକ ଟିମ କହିଛନ୍ତି ଯେ କୋଭାକ୍ସିନର ଫେଜ-୧ ଟ୍ରାଏଲ ପ୍ରାୟତଃ ଶେଷ ହୋଇଛି। ଆମେ ଯଦି ଡୋଜ କଥା ଦେଖିବା, ତା’ହେଲେ ପରୀକ୍ଷଣରେ ଭାଗ ନେଇଥିବା ଲୋକଙ୍କୁ ଟିକାର ଦୁଇଟି ଲେଖାଏ ଡୋଜ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ପରୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ କୋଭାକ୍ସିନର କୌଣସି ପ୍ରମୁଖ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉ ନାହିଁ। ଏହା ସଫଳ ହୋଇଛି କହିବା ଭୁଲ ହେବନାହିଁ। ଟିକା ନେବା ପରେ ହାତରେ ସାମାନ୍ୟ ଯନ୍ତ୍ରଣା ହେଉଛି ଓ ବହୁତ କମ ପରିମାଣର ଡିସକମ୍ପଟ ଲାଗୁଛି। ତେବେ ଏହା କେବଳ କିଛି ଲୋକଙ୍କ ଶରୀରରେ ଦେଖାଦେଇଛି। ଅନ୍ୟମାନେ ସଂପୂର୍ଣ୍ଣ ଫିଟ ରହିଛନ୍ତି।

ଆମେ ସେପ୍ଟେମ୍ବରରୁ ଫେଜ-୨ ଟ୍ରାଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ରୁଷ ପରେ ଭାରତ କରୋନା ଟିକା ବାହାର କରିବା ରେସରେ ଆଗରେ ରହିଛି। ଭାରତ ପ୍ରସ୍ତୁତ କରିଥିବା ଟିକା ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହାର ପରୀକ୍ଷା କରୁଛି।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୭୫ ଜଣ ଲୋକଙ୍କ ଉପରେ ଏହାର ପ୍ରୟୋଗ କରାଯାଇଥିଲା। ପରବର୍ତ୍ତୀ ଦୁଇଟି ଫେଜ ଟ୍ରାଏଲ ଶେଷ ହେବା ପରେ ୨୦୨୧ ମଧ୍ୟ ଭାଗରୁ ଭାରତ ନିଜସ୍ୱ କରୋନା ଟିକା ପ୍ରସ୍ତୁତ କରିବ।

Related story