କରୋନା ଟିକାକୁ ନେଇ ଆସିଲା ବଡ଼ ଖବର: ସଫଳତାର ଶେଷ ପର୍ଯ୍ୟାୟରେ କୋଭାକ୍ସିନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ଏକାଧିକ ରାଷ୍ଟ୍ର ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଟିକା ବାହାର କରିବା କାର୍ଯ୍ୟ ଲାଗି ପଡ଼ିଛନ୍ତି। ଭାରତରେ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କରୋନା ଟିକାର ହ୍ୟୁମାନ ଟ୍ରାଏଲ ଚାଲିଛି। ଏହି କରୋନା ଟିକାର ନାଁ କୋଭାକ୍ସିନ। ଆଜି କୋଭାକ୍ସିନକୁ ନେଇ ଭାରତ ସରକାର ବଡ଼ ସୂଚନା ଦେଇଛନ୍ତି। ସରକାର କହିଛନ୍ତି, କୋଭାକ୍ସିନ ସଫଳତା ଦିଗରେ ଆଗେଇ ଚାଲିଛି। ଆମେ ଖୁବଶୀଘ୍ର କରୋନା ବିରୋଧୀ ଯୁଦ୍ଧରେ ଜିତିବା। ଆମେ ସମସ୍ତେ […]

e

Hemant Lenka
  • Published: Saturday, 18 July 2020
  • , Updated: 18 July 2020, 06:07 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ଏକାଧିକ ରାଷ୍ଟ୍ର ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଟିକା ବାହାର କରିବା କାର୍ଯ୍ୟ ଲାଗି ପଡ଼ିଛନ୍ତି। ଭାରତରେ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କରୋନା ଟିକାର ହ୍ୟୁମାନ ଟ୍ରାଏଲ ଚାଲିଛି। ଏହି କରୋନା ଟିକାର ନାଁ କୋଭାକ୍ସିନ।

ଆଜି କୋଭାକ୍ସିନକୁ ନେଇ ଭାରତ ସରକାର ବଡ଼ ସୂଚନା ଦେଇଛନ୍ତି। ସରକାର କହିଛନ୍ତି, କୋଭାକ୍ସିନ ସଫଳତା ଦିଗରେ ଆଗେଇ ଚାଲିଛି। ଆମେ ଖୁବଶୀଘ୍ର କରୋନା ବିରୋଧୀ ଯୁଦ୍ଧରେ ଜିତିବା। ଆମେ ସମସ୍ତେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛୁ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଜି କୋଭାକ୍ସିନ ଟିକା ସମ୍ପର୍କରେ କହିଛନ୍ତି ଯେ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ଏବେ ସଫଳତା ଦିଗରେ ଆଗାଉଛି। କୋଭାକ୍ସିନର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରୟୋଗ ସଫଳ ହୋଇଛି। ଏବେ ଏହି ଟିକାର ମାନବିକ ପରୀକ୍ଷଣ ଆରମ୍ଭ ହୋଇଛି।

ଟିକାର ପ୍ରୟୋଗ ପରେ ମନୁଷ୍ୟଙ୍କର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି। ୨ ଦଫାରେ ମାନବ ପରୀକ୍ଷଣ ହେବ। ଏବେ ୧୪ଟି ହସ୍ପିଟାଲରେ ଏଭଳି ଟ୍ରାଏଲ ଚାଲିଛି। ଆଇସିଏମଆର-ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନର ଫେଜ-୧ ଓ ଫେଜ-୨ ପରୀକ୍ଷଣ କରାଯାଉଛି। ଖୁବ୍ ଶୀଘ୍ର ଏହି ମହାମାରୀ ଉପରେ ଆମେ ପୂରା ବିଜୟପ୍ରାପ୍ତ କରିବା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜୁଲାଇ ୧୫ରୁ ହିଁ କୋଭାକ୍ସିନର କ୍ରିନିକାଲ ଟ୍ରାଏଲ ଆରମ୍ଭ କରାଯାଥିଲା। ଏଥିରେ ୩୭୫ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି। କ୍ଲିନିକାଲ ଟ୍ରାଏଲ ବେଳେ ରୋଗୀ କିମ୍ବା ଗବେଷକ କେହି ବି ଜାଣିପାରନ୍ତି ନାହିଁ ଯେ କିଏ ପ୍ଲେସବୋ ନେଇଛନ୍ତି ଓ କେଉଁମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି।

ହର୍ଷବର୍ଦ୍ଧନଙ୍କ ଟ୍ୱିଟ ପରେ ଖୁବଶୀଘ୍ର ଭାରତ କରୋନାକୁ ମାତ୍‌ ଦେବା ଭଳି ଟିକା ବାହାର କରିବାର ଆଶା ସୃଷ୍ଟି ହୋଇଛି।

Related story