ଭାରତ ଇସ୍ରାଏଲ୍‌ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ଭାରତ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୬ ଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ(ମେମୋରେଣ୍ଡମ୍‌ ଅଫ୍‌ ଅଣ୍ଡର) ସ୍ୱାକ୍ଷରିତ ହୋଇଛି। ଦୁଇଦେଶ ମଧ୍ୟରେ ସାଇବର ସିକ୍ୟୁରିଟି, ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ, କୃଷି ଆଦି କ୍ଷେତ୍ରରେ ସହଯୋଗ ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେହିପରି ହୋମିଓପାଥୀ, ଆୟୁର୍ବେଦ ମେଡିସିନ୍ କ୍ଷେତ୍ରରେ ରିସର୍ଚ୍ଚ ସହ ମେଡିକାଲ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ମଧ୍ୟ […]

benjamin-netanyahu-and-narendra-modi_650x400_71516023168

Rakesh Mallick
  • Published: Monday, 15 January 2018
  • , Updated: 15 January 2018, 09:46 PM IST

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ଭାରତ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୬ ଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ(ମେମୋରେଣ୍ଡମ୍‌ ଅଫ୍‌ ଅଣ୍ଡର) ସ୍ୱାକ୍ଷରିତ ହୋଇଛି। ଦୁଇଦେଶ ମଧ୍ୟରେ ସାଇବର ସିକ୍ୟୁରିଟି, ପେଟ୍ରୋଲ ଏବଂ ପ୍ରାକୃତିକ ଗ୍ୟାସ, କୃଷି ଆଦି କ୍ଷେତ୍ରରେ ସହଯୋଗ ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେହିପରି ହୋମିଓପାଥୀ, ଆୟୁର୍ବେଦ ମେଡିସିନ୍ କ୍ଷେତ୍ରରେ ରିସର୍ଚ୍ଚ ସହ ମେଡିକାଲ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ଦୁଇ ନେତା। ଚୁକ୍ତି ପରେ ଗଣମାଧ୍ୟମକୁ ଦୁଇ ନେତା ମିଳିତ ସମ୍ବୋଧନ କରିଥିଲେ।

ନେତାନ୍ୟାହୁ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ମୋଦି କ୍ୟାବିନେଟର ବରିଷ୍ଠ ମନ୍ତ୍ରୀଙ୍କୁ ବି ଭେଟିଥିଲେ। ନେତାନ୍ୟାହୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ଶେଷରେ ଭାରତ ଇସ୍ରାଏଲ ବାଣିଜ୍ୟ ସମିତରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

Related story