ଦେଶରେ ଚିହ୍ନଟ ହେଲେଣି ୧୩,୮୩୫ କରୋନା ଆକ୍ରାନ୍ତ, ଗଲାଣି ୪୫୦ରୁ ଊର୍ଦ୍ଧ୍ୱ ଜୀବନ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ପୁଣି ୧୦୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୮୩୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ଭୟଙ୍କର ଭାଇରସ୍‌ କରୋନା କାରଣରୁ ଏଯାଏ ମୋଟ ୪୫୨ ଜଣଙ୍କର ମୃତ୍ୟୁ ହେଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୦୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ୧୧,୬୧୬ ଜଣଙ୍କ ଶରୀରରେ କରୋନା […]

Corona

Subrat Kumar Nayak
  • Published: Friday, 17 April 2020
  • , Updated: 17 April 2020, 06:35 PM IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ପୁଣି ୧୦୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୮୩୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ଭୟଙ୍କର ଭାଇରସ୍‌ କରୋନା କାରଣରୁ ଏଯାଏ ମୋଟ ୪୫୨ ଜଣଙ୍କର ମୃତ୍ୟୁ ହେଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୧,୦୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ୧୧,୬୧୬ ଜଣଙ୍କ ଶରୀରରେ କରୋନା ଆକ୍ଟିଭ୍‌ ରହିଛି। ସେହିଭଳି ୧,୭୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ବା ଡିସଚାର୍ଜ ହୋଇଛନ୍ତି। ଅନ୍ୟପକ୍ଷରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଜଣେ ଦେଶ ବାହାରକୁ ଯାଇଛନ୍ତି।

ଆଜି ସାମ୍ବାଦିକ ସମ୍ମଳିନୀରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଛନ୍ତି, ଭାରତରେ କରୋନାରୁ ସୁସ୍ଥ ହେବାର ମାତ୍ରା ୮୦:୨୦ ରହିଛି। ଏହା ବେଶ କିଛି ଦେଶଠାରୁ ଅଧିକ ସଫଳ ବୋଲି ସେ କହିଛନ୍ତି। ସେ କହିଛନ୍ତି ଲକ୍‌ଡାଉନ୍‌ ପୂର୍ବରୁ ଡବଲିଂ ହାର ୩ ଦିନରେ ଥିଲା। କିନ୍ତୁ ଗତ ୭ ଦିନର ତଥ୍ୟ କହୁଛି ଡବଲିଂ ହାର ଏବେ ୬.୨ ଦିନ ରହିଛି। ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡବଲିଂ ହାର ଜାତୀୟ ଡବଲିଂ ହାରଠାରୁ କମ୍‌ ରହିଛି।

ଏଯାଏ ମୋଟ ୩,୧୯,୪୦୦ କୋଭିଡ୍‌-୧୯ ପରୀକ୍ଷା ହୋଇଛି। କେବଳ ଗୁରୁବାର ୨୮,୩୪୦ ପରୀକ୍ଷା ହୋଇଛି। ଏଥିରୁ ୨୩,୯୩୨ ଆଇସିଏମ୍‌ଆରର ୧୮୩ଟି ଲ୍ୟାବ୍‌ରେ ପରୀକ୍ଷା କରାଯାଇଛି। ବାକି ଆଉ ୮୦ଟି ଲ୍ୟାବ୍‌ରେ କରାଯାଇଛି। ଅନ୍ୟପକ୍ଷରେ ୧.୭ ଲକ୍ଷ ଆଇସୋଲେସନ୍‌ ବେଡ୍‌, ୨୧,୮୦୦ ଆଇସିୟୁ ବେଡ୍‌ ସହ ୧,୯୧୯ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ରହିଛି।

କେବଳ ମହାରାଷ୍ଟ୍ରରେ ବର୍ତ୍ତମାନ ୩୦୦୦ରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ରହିଛନ୍ତି। ଏଠାରେ ୩,୨୦୫ ଆକ୍ରାନ୍ତ ରହିଛନ୍ତି ଏବଂ ୧୯୪ ଜଣ ପ୍ରାଣ ହରାଇଛନ୍ତି। କେବଳ ମୁମ୍ବାଇରେ ୨୦୦୦ରୁ ଊର୍ଦ୍ଧ୍ୱ ପଜିଟିଭ୍‌ ରହିଥିବାବେଳେ ଏଠାରେ ୧୧୭ ଜଣଙ୍କ ଜୀବନ ଯାଇଛି।

୧୦୦୦ ଆକ୍ରାନ୍ତ ସଂଖ୍ୟା ଅତିକ୍ରମ କରିବାରେ ଏହା ପଛକୁ ଦିଲ୍ଲୀ, ତାମିଲନାଡ଼ୁ, ରାଜସ୍ଥାନ ଏବଂ ଗୁଜରାଟ ଆଦି ରହିଛନ୍ତି। ଦିଲ୍ଲୀରେ ଏଯାଏ ୧,୬୪୦ ଆକ୍ରାନ୍ତ ଠାବ କରାଯାଇଛି ଏବଂ ୩୮ ଜଣଙ୍କ ଜୀବନ ଯାଇଛି।

ମୃତ୍ୟୁ ଅନୁଯାୟୀ ହିସାବ କଲେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ପ୍ରଥମ ଏବଂ ଦ୍ୱିତୀୟରେ ଅଛନ୍ତି। ଏହା ପଛକୁ ଗୁଜରାଟରେ ୩୮, ତେଲେଙ୍ଗାନାରେ ୧୮ ଜଣ, ମଧ୍ୟପ୍ରଦେଶରେ ୫୭ ଜଣ, ପଞ୍ଜାବରେ ୧୩ ଜଣ, କର୍ଣ୍ଣାଟକରେ ୧୩, ପଶ୍ଚିମବଙ୍ଗରେ ୧୦ ଜଣ, ଜମ୍ମୁ-କଶ୍ମୀରରେ ୪ ଜଣ, ଉତ୍ତରପ୍ରଦେଶରେ ୧୪ ଜଣ, କେରଳରେ ୩ ଜଣ, ଝାରଖଣ୍ଡରେ ୨ ଜଣ, ଆନ୍ଧ୍ରପ୍ରଦେଶରେ ୧୪ ଜଣ, ରାଜସ୍ଥାରେ ୧୧ ଜଣ, ହରିୟାଣାରେ ୩ ଜଣ, ଏବଂ ତାମିଲନାଡୁରେ ୧୫ ଜଣଙ୍କ ଜୀବନ ଯାଇଛି। ସେହିଭଳି ବିହାର, ମେଘାଳୟ, ଓଡ଼ିଶା, ଆସାମ ଏବଂ ହିମାଚଳ ପ୍ରଦେଶ ଆଦିରେ ଗୋଟିଏ ଲେଖାଏ ମୃତ୍ୟୁ ହୋଇଥିବା ଜଣାଯାଇଛି।

Related story