ସାରା ଦେଶରେ ୧୭,୬୫୬ ଆକ୍ରାନ୍ତ, ଗତ ୨୪ ଘଣ୍ଟାରେ ୧,୫୪୦ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏଭଳି ତଥ୍ୟ। ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ମୋଟ ନୋଭେଲ୍‌ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୬୫୬କୁ ବୃଦ୍ଧି ପାଇଛି। ଏହା ସହିତ ଦେଶରେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ୫୫୯କୁ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ଏହି ତଥ୍ୟ ଅନୁଯାୟୀ ପର୍ଯ୍ୟନ୍ତ ଭାରତରେ ୧୪,୨୫୫ ଜଣଙ୍କଠାରେ କରୋନା ସକ୍ରିୟ […]

Corona

Subrat Kumar Nayak
  • Published: Monday, 20 April 2020
  • , Updated: 20 April 2020, 09:15 PM IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏଭଳି ତଥ୍ୟ। ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ମୋଟ ନୋଭେଲ୍‌ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୬୫୬କୁ ବୃଦ୍ଧି ପାଇଛି। ଏହା ସହିତ ଦେଶରେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ୫୫୯କୁ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ଏହି ତଥ୍ୟ ଅନୁଯାୟୀ ପର୍ଯ୍ୟନ୍ତ ଭାରତରେ ୧୪,୨୫୫ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଏମଧ୍ୟରୁ ୭୭ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଥିଲେ।

ଏମଧ୍ୟରୁ ଅତି କମରେ ୨,୮୪୧ ରୋଗୀ ଅଛନ୍ତି ଯେଉଁମାନେ ଡିସଚାର୍ଜ ହୋଇଛନ୍ତି କିମ୍ବା ଆରୋଗ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଜଣେ ଦେଶରୁ ସ୍ଥାନାନ୍ତର ହୋଇଛନ୍ତି। ଏହା ପୂର୍ବରୁ ସୋମବାର ସକାଳେ ମନ୍ତ୍ରଣଳୟ ପକ୍ଷରୁ କୁହାଯାଇଥିଲା, ଅତି କମରେ ୨,୫୪୬ ଜଣଲୋକ ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି। ଏହା ଦର୍ଶାଉଛି ଯେ ଆରୋଗ୍ୟ ହାର ୧୪.୭୫ରୁ ଅଧିକ ହୋଇଛି। ରବିବାର ୧୪.୨% ରହିଥିଲା। ସେହିଭଳି ଭାରତରେ କୋଭିଡ-୧୯ କାରଣରୁ ମୃତ୍ୟୁ ହାର ପ୍ରାୟ ୩.୨% ରହିଛି।

ସୋମବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଲବ୍‌ ଅଗ୍ରୱାଲ କହିଛନ୍ତି, ଲକ୍‌ଡାଉନ୍ ଲାଗୁ ହେବା ପରଠାରୁ ସଂକ୍ରମଣର ଡବଲିଂ ହାରରେ ବହୁତ ଉନ୍ନତି ଘଟିଛି। କରୋନା ଭାଇରସ୍ ସଂକ୍ରମଣ ଡବଲିଂ ହାରର ଅବଧି ଲକ୍‌ଡାଉନ୍ ପୂର୍ବରୁ ୩.୪ ଦିନ ଥିଲା, ବର୍ତ୍ତମାନ ୭.୫ ଦିନ ରହିଛି। ସେହିଭଳି ଗତ ୧୪ ଦିନ ମଧ୍ୟରେ କୌଣସି ଆକ୍ରାନ୍ତଙ୍କ ରିପୋର୍ଟ ହୋଇନଥିବା ଜିଲ୍ଲା ସଂଖ୍ୟା ୫୯କୁ ବୃଦ୍ଧି ପାଇଛି।

୮୦ ପ୍ରତିଶତ କୋଭିଡ୍-୧୯ ସଂକ୍ରମଣ ଘଟଣାରେ ପୂର୍ବରୁ ଲକ୍ଷଣ ନଥିଲା ବୋଲି ଇଣ୍ଡିଆନ୍‌ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ କୁହାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର ମୁଖ୍ୟ ଡକ୍ଟର ଆର ଗଙ୍ଗାଖେଡକର କହିଛନ୍ତି, ଯଦି କରୋନା ଭାଇରସ ଦ୍ୱାରା ୧୦୦ ଲୋକ ସଂକ୍ରମିତ ହୋଇଥିବେ, ତେବେ ସେମାନଙ୍କ ମଧ୍ୟରୁ ୮୦ ଜଣ ରୋଗର କୌଣସି ଲକ୍ଷଣ କିମ୍ବା ସାମାନ୍ୟତମ ଲକ୍ଷଣ ପ୍ରଦର୍ଶନ କରିନାହାନ୍ତି।

୪୦୦୦ରୁ ଅଧିକ ପଜିଟିଭ୍‌ ଆକ୍ରାନ୍ତଙ୍କ ସହିତ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ରହିଥିଲା। ଏହି ରାଜ୍ୟରେ ୨୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୦୩କୁ ବୃଦ୍ଧି ପାଇଛି। ମୁମ୍ବାଇରୁ ୨,୭୨୪ରୁ ଅଧିକ ପଜିଟିଭ୍‌ ଚିହ୍ନଟ କରାଯାଇଛି, ଯାହାକି ସର୍ବାଧିକ ମଧ୍ୟ।

ସର୍ବଶେଷ ତଥ୍ୟ ଅନୁଯାୟୀ ଏହା ପଛକୁ ଦିଲ୍ଲୀ ରହିଛି, ଯାହାକି ୨,୦୦୦ ମାର୍କ ଅତିକ୍ରମ କରି ୨,୦୦୩ରେ ପହଞ୍ଚିଛଇ। ୧,୪୦୦ ମାର୍କ ଅତିକ୍ରମ କରିଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ଗୁଜୁରାଟ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ରାଜସ୍ଥାନ। ସେହିଭଳି ୧ ହଜାର ଆକ୍ରାନ୍ତଙ୍କ ସଂଖ୍ୟା ଅତିକ୍ରମ କରିଥିବା ଅନ୍ୟତମ ରାଜ୍ୟ ଉତ୍ତରପ୍ରଦେଶ।

ମହାରାଷ୍ଟ୍ର ଏବଂ ଦିଲ୍ଲୀ ବ୍ୟତୀତ ଅନ୍ୟ ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ହେଉଛି ଗୁଜୁରାଟ (୬୭), ତେଲେଙ୍ଗାନା (୨୧), ମଧ୍ୟପ୍ରଦେଶ (୭୪), ପଞ୍ଜାବ (୧୬), କର୍ଣ୍ଣାଟକ (୧୬), ପଶ୍ଚିମବଙ୍ଗ (୧୨), ଜମ୍ମୁ-କଶ୍ମୀର (୫), ଉତ୍ତରପ୍ରଦେଶ (୧୭) କେରଳ (୩), ଝାରଖଣ୍ଡ (୨), ଆନ୍ଧ୍ରପ୍ରଦେଶ (୨୦) ରାଜସ୍ଥାନ (୧୪) ହରିଆଣା (୩), ତାମିଲନାଡୁ (୧୫) ଏବଂ ବିହାର (୨)। ଅନ୍ୟପକ୍ଷରେ ମେଘାଳୟ, ଓଡିଶା , ଆସାମ ଏବଂ ହିମାଚଳ ପ୍ରଦେଶରେ ପ୍ରତ୍ୟେକେ ଗୋଟିଏ ଲେଖାଏ ମୃତ୍ୟୁ ଖବର ଆସିଛି।

ଏସବୁ ଭିତରେ ମଣିପୁର ଏବଂ ଗୋଆରୁ ଖୁସି ଖବର ଆସିଛି। ଏହି ଦୁଇ ରାଜ୍ୟରେ ସମସ୍ତ ଆକ୍ରାନ୍ତଙ୍କ ନମୁନା ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ ଓଡ଼ିଶା ଏବଂ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମାତ୍ରା କ୍ରମାଗତ ଭାବେ ହ୍ରାସ ପାଇଛି। କିନ୍ତୁ ଏହି ରିପୋର୍ଟ ଲେଖାଯିବା ବେଳକୁ ଓଡ଼ିଶାରେ ଆଜି ଗୋଟିଏ ଦିନରେ ଆଉ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story