ପଶ୍ଚିମଙ୍ଗରେ କରୋନା ମୃତ୍ୟୁହାର ସର୍ବାଧିକ, ଚିହିଁକି ଉଠିଲା ମମତା ସରକାର

କୋଲକାତା: କରୋନା ରିପୋର୍ଟକୁ ନେଇ ଏବେ ସାରା ଦେଶର ନଜର ପଶ୍ଚିମବଙ୍ଗ ଉପରେ। କାରଣ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ବହୁ ବିଳମ୍ୱରେ କରୋନା ମୃତକଙ୍କ ସଂଖ୍ୟା ୧୫ ଦିନ ତଳେ ସାର୍ବଜନୀନ କରିଛି। ଏହାସହିତ ପଶ୍ଚିମବଙ୍ଗ ଫେରନ୍ତା ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିଛି। ମହାମାରୀ କରୋନା ବେଳେ କେନ୍ଦ୍ର ସହିତ ମଧ୍ୟ ଏହି ପ୍ରସଙ୍ଗରେ ମମତା ସରକାର ଆର୍ ପାର୍ ଲଢ଼େଇ କରି ଚାଲିଛନ୍ତି। ଏବେ ଆଉ ଏକ ରିପୋର୍ଟ ଦେଇଛି […]

mamata

Subhransu Sekhar
  • Published: Monday, 04 May 2020
  • , Updated: 04 May 2020, 09:48 PM IST

କୋଲକାତା: କରୋନା ରିପୋର୍ଟକୁ ନେଇ ଏବେ ସାରା ଦେଶର ନଜର ପଶ୍ଚିମବଙ୍ଗ ଉପରେ। କାରଣ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ବହୁ ବିଳମ୍ୱରେ କରୋନା ମୃତକଙ୍କ ସଂଖ୍ୟା ୧୫ ଦିନ ତଳେ ସାର୍ବଜନୀନ କରିଛି। ଏହାସହିତ ପଶ୍ଚିମବଙ୍ଗ ଫେରନ୍ତା ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିଛି। ମହାମାରୀ କରୋନା ବେଳେ କେନ୍ଦ୍ର ସହିତ ମଧ୍ୟ ଏହି ପ୍ରସଙ୍ଗରେ ମମତା ସରକାର ଆର୍ ପାର୍ ଲଢ଼େଇ କରି ଚାଲିଛନ୍ତି। ଏବେ ଆଉ ଏକ ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ୍। ଯାହାକୁ ନେଇ ଆଗାମୀ ଦିନରେ ମମତା ସରକାର ଅଡୁଆରେ ପଡ଼ିପାରନ୍ତି।

ପଶ୍ଚିମବଙ୍ଗ ସରକାର କରୋନାକୁ ନେଇ ଯେଉଁ ରିପୋର୍ଟ ସାର୍ବଜନୀନ କରିଛନ୍ତି ଏବଂ କେନ୍ଦ୍ରକୁ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଅନେକ ପାର୍ଥକ୍ୟ ରହିଛି ବୋଲି କେନ୍ଦ୍ରୀୟ ଟିମର ନେତୃତ୍ୱ ନେଇଥିବା ଅପୂର୍ବ ଚନ୍ଦ୍ରା ୧୫ ଦିନିଆ ପଶ୍ଚିମବଙ୍ଗ ଗସ୍ତ ଶେଷ କରି ଫେରିବା ବେଳେ ଏଭଳି କହିଛନ୍ତି।

https://twitter.com/ANI/status/1257244194390921217

ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ (ଆଇଏମସିଟି) କହିଛି ଯେ, ପଶ୍ଚିମବଙ୍ଗରେ କରୋନା ମୃତ୍ୟୁ ହାର ଅଧିକ ରହିଛି। ଦେଶରେ ମୋଟ୍ ମୃତ୍ୟୁହାରରୁ କେବଳ ପଶ୍ଟିମବଙ୍ଗର ୧୨.୮ ପ୍ରତିଶତ ରହିଛି। ଆଇଏମସିଟି ସଦସ୍ୟ ଅପୂର୍ବ ଚନ୍ଦ୍ର ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି। ରାଜ୍ୟରେ କରୋନା ପରୀକ୍ଷା ବହୁତ କମ୍ ହୋଇଛି। ଏଥିସହ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା କରାଯାଉଥିବା କେନ୍ଦ୍ରୀୟ ଟିମ୍ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ, ଆଇଏମସିଟି ରିପୋର୍ଟ ପରେ କେନ୍ଦ୍ର ଓ ମମତା ସରକାରଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ିଛି। ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ କେନ୍ଦ୍ର ସରକାରଙ୍କୁ ଏବେ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ରୀୟ ଟିମର ଅଭିଯୋଗ ଅମୂଳକ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗର କରୋନା ରିପୋର୍ଟ ନେବାକୁ କେନ୍ଦ୍ର ଦୁଇ ଜଣଙ୍କୁ ପଠାଉଥିବା ବେଳେ ଅନ୍ୟ ରାଜ୍ୟକୁ ଜଣଙ୍କୁ ପଠାଉଛନ୍ତି। ଏଥିରୁ କେନ୍ଦ୍ରର ଉଦ୍ଦେଶ୍ୟ ପ୍ରମାଣିତ ହୋଇଛି ବୋଲି ଡାରେକ୍ କହିଛନ୍ତି।

Related story