ଚାଇନାରେ ଚିହ୍ନଟ ହେବା ପୂର୍ବରୁ ସମଗ୍ର ବିଶ୍ୱରେ ଲୁଚି ରହିଥିଲା କରୋନା!

ଲଣ୍ଡନ: ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱରେ ଲୁଚି ରହିଥିଲା। ଯେଉଁ ସମୟରେ ଓ ଯେଉଁଠାରେ ସଂକ୍ରମିତ କରିବା ପାଇଁ ଉପଯୁକ୍ତ ପରିବେଶ ପାଇଲା, ସେଠାରେ କରୋନା ତା’ର କାୟା ବିସ୍ତାର କରିଥିଲା। ଗତବର୍ଷ ଡିସେମ୍ବରରେ ଚାଇନାରେ ଏହା ଚିହ୍ନଟ ହେବା ପୂର୍ବରୁ ସମଗ୍ର ବିଶ୍ୱରେ ଏହା ରହିଥିଲା ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ କହିଛନ୍ତି। ଚାଇନା ଗଣମାଧ୍ୟମ ଅକ୍ସଫୋର୍ଡର ସିଇବିଏମର ବରିଷ୍ଠ ଆସୋସିଏଟ ଟିଟୋର ଟମ ଜେଫେରସନଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଏ ସଂକ୍ରାନ୍ତରେ ଖବର […]

a

Hemant Lenka
  • Published: Tuesday, 07 July 2020
  • , Updated: 07 July 2020, 03:36 PM IST

ଲଣ୍ଡନ: ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱରେ ଲୁଚି ରହିଥିଲା। ଯେଉଁ ସମୟରେ ଓ ଯେଉଁଠାରେ ସଂକ୍ରମିତ କରିବା ପାଇଁ ଉପଯୁକ୍ତ ପରିବେଶ ପାଇଲା, ସେଠାରେ କରୋନା ତା’ର କାୟା ବିସ୍ତାର କରିଥିଲା। ଗତବର୍ଷ ଡିସେମ୍ବରରେ ଚାଇନାରେ ଏହା ଚିହ୍ନଟ ହେବା ପୂର୍ବରୁ ସମଗ୍ର ବିଶ୍ୱରେ ଏହା ରହିଥିଲା ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ କହିଛନ୍ତି।

ଚାଇନା ଗଣମାଧ୍ୟମ ଅକ୍ସଫୋର୍ଡର ସିଇବିଏମର ବରିଷ୍ଠ ଆସୋସିଏଟ ଟିଟୋର ଟମ ଜେଫେରସନଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଏ ସଂକ୍ରାନ୍ତରେ ଖବର ପ୍ରକାଶ କରିଛି।

ଟମ କହିଛନ୍ତି, “ମୁଁ ଭାବୁଛି ପୂର୍ବରୁ ହିଁ ଏଠାରେ ଭାଇରସ ରହିଥିଲା। ଏଠାରେ ମାନେ ଚାରିଆଡ଼େ ଏହା ଲୁଚି ରହିଥିଲା। ଆମେ ସବୁବେଳେ ଡରମାଣ୍ଟ ଭାଇରସକୁ ଦେଖୁଛେ, ଯାହା ଉପଯୁକ୍ତ ପରିବେଶ ପାଇବା କ୍ଷଣି ସଂକ୍ରମିତ କରିଥାଏ। ଫେବୃଆରୀ ମାସରେ ଫାକ୍‌ଲ୍ୟାଣ୍ଡରେ ଭାଇରସ ସଂକ୍ରମିତ ହେବା ସାମ୍ନାକୁ ଆସିଥିଲା। ଏବେ ଆପଣମାନେ କୁହନ୍ତୁ, ଏହା କେଉଁଠୁ ଆସିଲା?

ଗୋଟିଏ ଜାହାଜ ଦକ୍ଷିଣ ଜର୍ଜିଆରୁ ବ୍ୟୁନୋସ୍‌ ଆରିସ୍‌କୁ ଯାଉଥିଲା। ଏଥିରେ ଥିବା ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଇଥିଲା। ୮ଦିନ ଯାତ୍ରା କରି ସେମାନେ ୱେଡେଲା ସମୁଦ୍ର ଆଡ଼କୁ ଯାଉଥିବା ବେଳେ ପ୍ରଥମ କରୋନା କେସ୍‌ ସାମ୍ନାକୁ ଆସିଥିଲା। କ’ଣ ଭାଇରସକୁ ସେଠାରେ ହିଁ ଆକ୍ଟିଭେଟ୍‌ କରାଗଲା କି?

ସ୍ପାନିସ ଫ୍ଲୁ ବେଳେ ବି ଏମିତି ସବୁ ଘଟଣା ଘଟିଥିଲା। ୧୯୧୮ରେ ୱେଷ୍ଟର୍ଣ୍ଣ ସାମୋଆର ପ୍ରାୟ ୩୦% ଲୋକ ସ୍ପାଇନିସ୍‌ ଫ୍ଲରେ ପ୍ରାଣ ହରାଇଥିଲେ। ବିଶ୍ୱର ଅନ୍ୟ ପ୍ରାନ୍ତର ଲୋକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା। ସେମାନେ କେମିତି ସ୍ପାଇନିସ୍‌ ଫ୍ଲୁରେ ଆକ୍ରାନ୍ତ ହେଲେ?

ତେଣୁ ଏଭଳି ଭାଇରସ ସର୍ବଦା ବାୟୁମଣ୍ଡଳରେ ରହିଥାଆନ୍ତି। ସେମାନେ ସଂକ୍ରମଣ ପାଇଁ ଉପଯୁକ୍ତ ପରିବେଶ ପାଇଲେ, ମଣିଷ ଶରୀରରେ ପ୍ରବେଶ କରି ବ୍ୟାପିବାରେ ଲାଗନ୍ତି।”

Related story