ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଜି ଫ୍ୟାନ, କୁଲର ଓ ଏସି ପାଇଁ ଗାଇଡଲାଇନ ଜାରି କରିଛନ୍ତି। ବିଶେଷ କରି ଏସି କେତେ ଡିଗ୍ରୀ ତାପମାତ୍ରାରେ ଚାଲିବ, ସେନେଇ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି।
ମେଡିକାଲ, ଅଫିସ ଓ ଘରେ କେତେ ଡିଗ୍ରୀ ସେଲସିୟସ ମଧ୍ୟରେ ଲୋକମାନେ ଏହାକୁ ଚଳାଇ ଥଣ୍ଡା ଅନୁଭବ କରିବ, ସେକଥା ମଧ୍ୟ ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି।
ଏସି ପାଇଁ ଗାଇଡଲାଇନ
୧-ଘର ମଧ୍ୟରେ ଲୋକମାନେ ଏସିର ତାପମାତ୍ରା ସର୍ବାଧିକ ୨୪ରୁ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବେ।
୨-ହିମ୍ୟୁଟିଡି ବା ଆର୍ଦ୍ରତାର ପରିମାଣ ୪୦ରୁ ୭୦% ମଧ୍ୟରେ ରହିଲେ, ଏହା ବିଭିନ୍ନ ଭୂତାଣୁଙ୍କୁ ମାରିବାରେ ସହାୟକ ହୋଇଥାଏ।
୩- ଅତ୍ୟଧିକ ଗୁଳୁଗୁଳି ବେଳେ ଏସିର ତାପମାତ୍ରା ୨୪ ଡିଗ୍ରୀ ପର୍ଯ୍ୟନ୍ତ କମ କରିପାରିବେ। ଯଦି ଗୁଳୁଗୁଳି କମ ରହିଛି, ତା’ହେଲେ ଏସିର ତାପାମତ୍ରାକୁ ୩୦ ଡିଗ୍ରୀ କିମ୍ବା ଏହାର ପାଖପାଖି ରଖନ୍ତୁ। ଦରକାର ପଡ଼ିଲେ ପବନ ଚଳାଚଳ ପାଇଁ ଫ୍ୟାନ ବ୍ୟବହାର କରନ୍ତୁ। ଶୁଖିଲା ପାଗରେ ଆର୍ଦ୍ରତା ଯେମିତି ୪୦%ରୁ କମ ହେବନି, ସେକଥା ଧ୍ୟାନ ଦିଅନ୍ତୁ।
୪- ଯେଉଁ ରୁମରେ ଏସି ରହିଛି, ସେଠାରେ ଝରକା ଥିବା ନିହାତି ଜରୁରୀ। କାରଣ ସମୟେ ସମୟେ ଫ୍ରେଶ ପବନ ଘର ମଧ୍ୟକୁ ଆସିବ ଦରକାର।
୫-ଏକ୍ଝଷ୍ଟ ଫ୍ୟାନ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଖରାପ ଓ ପ୍ରଦୂଷିତ ବାୟୁ ବାହାରକୁ ଯାଇ ପାରିବ। ଏବେ ଗରମ ଆରମ୍ଭ ହେଉଛି। ତେଣୁ ଏହି ସମୟରେ ଏସି ଚାଲୁ କରିବା ପୂର୍ବରୁ ପ୍ରଥମେ ଭଲ ଭାବେ ଏହାକୁ ସଫା କରିଦିଅନ୍ତୁ।
କୁଲର ପାଇଁ ନିୟମ
୧-କୁଲର ଚଳାଇବା ବେଳେ ବାହାର ପବନ ଯେମିତି ଆସିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।
୨-କୁଲର ଟ୍ୟାଙ୍କକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଏହା ମଧ୍ୟରୁ ପାଣିକୁ ନିୟମିତ ସଫା କରନ୍ତୁ।
୩-କୁଲର ଚଳାଇବା ବେଳେ ଝରକା ଖୋଲା ରଖନ୍ତୁ। ଏହାଦ୍ୱାରା ଗରମ ପବନ ବାହରକୁ ଯିବ।
ଫ୍ୟାନ ପାଇଁ ଗାଇଡଲାଇନ
୧-ଫ୍ୟାନ ଚଳାଇବା ବେଳେ ସର୍ବଦା ଝରକା ଅଳ୍ପ ଖୋଲା ରଖନ୍ତୁ।
୨-ଯଦି ଫ୍ୟାନ ଲାଗିଥିବା ରୁମରେ ଆଡଜଷ୍ଟ ଫ୍ୟାନ ଲାଗିଛି, ତା’ହେଲେ ଏହାକୁ ମଧ୍ୟ ଚାଲୁ କରନ୍ତୁ।
ସର୍ଭେରୁ ଜଣାପଡ଼ିଛି ଯେ ଚାଇନାର ୧୦୦ଟି ସହରରେ ତାପମାତ୍ରା ଓ ଗୁଳୁଗୁଳି ବଢ଼ିବା ଯୋଗୁ ସଂକ୍ରମଣ ଆଶଙ୍କା କମିଥିଲା। ୭ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ବାୟୁରେ ବୁଲୁଥିବା ଇନଫ୍ଲୁଏଞ୍ଜା ବଞ୍ଚି ରହିଥାଏ।
୨୦.୫ ଡିଗ୍ରୀରୁ ୨୪ ଡିଗ୍ରୀ ମଧ୍ୟରେ ସଂପୂର୍ଣ୍ଣ ଭାବେ ନଷ୍ଟ ହୁଏ ନାହିଁ। କିନ୍ତୁ ଏହା ଧୀରେଧୀରେ ଆଗକୁ ବଢ଼ିଥାଏ। ଏହାଠାରୁ ତାପମାତ୍ରା ବଢ଼ିଲେ ଭାଇରସ ସଂକ୍ରମଣ ଆଶଙ୍କା ମଧ୍ୟ କମିକମି ଯାଇଥାଏ।
କରୋନା ଭାଇରସ ୨ ଡିଗ୍ରୀ ସେଲସିୟସ ତାପମାତ୍ରାରେ ୧୪ ଦିନ ବଞ୍ଚି ରହିଥାଏ। ୩୭ ଡିଗ୍ରୀ ସେଲସିୟରେ ଗୋଟେ ଦିନ ଓ ୫୬ ଡିଗ୍ରୀ ସେଲସିୟରେ ୩୦ ମିନିଟ୍ ମଧ୍ୟରେ ନଷ୍ଟ ହୋଇଯାଏ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କରୋନା ମୁକାବିଲା ପାଇଁ ଘର ମଧ୍ୟରେ ବାୟୁ ଚଳାଚଳ ନିହାତି ଜରୁରୀ। ମେକାନିକାଲ ଭେଟିଲେସନ ସିଷ୍ଟମ ଓ ଏୟାର କଣ୍ଡିସନିଂ ଏହାକୁ ଅଧିକ ତ୍ୱାରାନ୍ୱିତ କରିଥାଏ। କେବଳ ଝରକା ଖୋଲିଲେ ବେଶୀ ଲାଭ ମିଳି ନଥାଏ। କାରଣ ମେକାନିକାଲ ଭେଣ୍ଟିଲେସନ ସିଷ୍ଟମ ହିଁ ବାହାର ପବନକୁ ଫିଲଟର କରିଥାଏ।