କରୋନାର ଔଷଧ କ’ଣ? ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନାର ଉପଯୁକ୍ତ ଔଷଧ ଏଯାଏ ବିଶ୍ୱରେ ଆବିଷ୍କାର କରାଯାଇନାହିଁ। ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ବର୍ତ୍ତମାନ ସମୟରେ କରୋନା ଔଷଧ କ’ଣ ସେ ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସମୟରେ କରୋନାର ଏକମାତ୍ର ଔଷଧ ହେଉଛି ସାମାଜିକ ଦୂରତା ଓ ଲକଡାଉନ। ଏହାଦ୍ୱାରା ହିଁ ଆମେ କୋଭିଡ-୧୯ର ମୁକାବିଲା କରିବା ଦରକାର। କାରଣ ବିଶ୍ୱରେ କରୋନା ପାଇଁ କୌଣସି ଭାକସିନ, ମେଡିସିନ କିମ୍ବା ଥେରାପି ବାହାରି ନାହିଁ ତେଣୁ ସାମାଜିକ […]

dcs

Hemant Lenka
  • Published: Thursday, 09 April 2020
  • , Updated: 09 April 2020, 07:04 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଉପଯୁକ୍ତ ଔଷଧ ଏଯାଏ ବିଶ୍ୱରେ ଆବିଷ୍କାର କରାଯାଇନାହିଁ। ତେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ବର୍ତ୍ତମାନ ସମୟରେ କରୋନା ଔଷଧ କ’ଣ ସେ ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସମୟରେ କରୋନାର ଏକମାତ୍ର ଔଷଧ ହେଉଛି ସାମାଜିକ ଦୂରତା ଓ ଲକଡାଉନ। ଏହାଦ୍ୱାରା ହିଁ ଆମେ କୋଭିଡ-୧୯ର ମୁକାବିଲା କରିବା ଦରକାର। କାରଣ ବିଶ୍ୱରେ କରୋନା ପାଇଁ କୌଣସି ଭାକସିନ, ମେଡିସିନ କିମ୍ବା ଥେରାପି ବାହାରି ନାହିଁ ତେଣୁ ସାମାଜିକ ଦୂରତା ଓ ଲକଡାଉନ ଦ୍ୱାରା ଏହା ବିରୋଧରେ ଲଢ଼େଇ କରିପାରିବା।”

ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନଲାଇନରେ ଆୟୋଜିତ କନଫରେନ୍ସରେ ଯୋଗଦେଇ ଡା. ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ମୁଁ ନିଶ୍ଚିତ ଭାବେ କହିପାରିବି କି ବର୍ତ୍ତମାନ ସୁଦ୍ଧା କୋଭିଡ୍-୧୯ ଦ୍ୱାରା ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ସ୍ଥିତି ଭଲ। ଭାରତରେ କରୋନା ନିୟନ୍ତ୍ରଣାଧୀନ ରହିଛି। ଭାରତରେ ପ୍ରତି ୪.୫ ଦିନରେ କରୋନା ମାମଲା ଦୁଇଗୁଣ ହେଉଛି।

ଭାରତର ଏକାଧିକ ଜିଲ୍ଲା କରୋନା ଦ୍ୱାରା ସଂକ୍ରମିତ ହୋଇନାହାନ୍ତି। ଭାରତ ସରକାର ଦେଶର ୧୩୩ଟି ଜିଲ୍ଲାକୁ ହଟସ୍ପଟ ଭାବେ ଚିହ୍ନଟ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନେ କରୋନାର ମୁକାବିଲା ପାଇଁ ଉଭୟ କଣ୍ଟେନମେଣ୍ଟ ଓ କ୍ଲଷ୍ଟର କଣ୍ଟେନମେଣ୍ଟ ପ୍ରଣାଳୀ ଆପଣାଉଛନ୍ତି।

ଭାରତରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ, ଭେଣ୍ଟିଲେଟର, ଆଇସୋଲେସନ ବେଡ ଓ ଆଇସିୟୁ ବ୍ୟବସ୍ଥା କରାଯାଇଛି। ସେହିପରି ଦେଶର ୮୫% ରୋଗୀଙ୍କ ଶରୀରରେ କରୋନା ମୃଦୁ ଲକ୍ଷଣ ଦେଖାଯାଉଛି ବୋଲି ସେ କହିଛନ୍ତି।

Related story