ଉଷ୍ମ ପାଣିପାଗରେ ଦୁର୍ବଳ ହେଉଛି କରୋନା, ତଥାପି ଗବେଷଣାକୁ ଅପେକ୍ଷା କରିବାକୁ ହେବ: ପ୍ରଫେସର କେ ଶ୍ରୀନାଥ ରେଡ୍ଡି

ନୂଆଦିଲ୍ଲୀ: ପୂର୍ବରୁ ଆସିଥିବା ସମସ୍ତ କରୋନା ଭାଇରସ୍‌ ପରି ନୋବେଲ୍‌ କରୋନା ଭାଇରସ୍‌ ମଧ୍ୟ ଉଷ୍ମ ପାଣିପାଗରେ ଦୁର୍ବଳ ହେଉଛି। କିନ୍ତୁ ଏତେ ଶୀଘ୍ର ଏହାକୁ ଚୂଡ଼ାନ୍ତ ଭାବିନେବା ଠିକ୍‌ ହେବନି ବୋଲି ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେସନ୍‌ ଇଣ୍ଡିଆର ଅଧ୍ୟକ୍ଷ କେ ଶ୍ରୀନାଥ ରେଡ୍ଡି କହିଛନ୍ତି। ସମୟକ୍ରମେ ‘ହର୍ଡ ପ୍ରୋଟେକ୍ସନ୍‌’ ବା ଗୋଠ ସୁରକ୍ଷା ନିଶ୍ଚୟ ବିକଶିତ ହେବ ଏବଂ କରୋନାର ପ୍ରଭାବ ଦୁର୍ବଳ ହୋଇଯିବ। କିନ୍ତୁ ଏହା ପୂର୍ବରୁ ଏଡ଼ାଇ ଦେବା ଭଳି କିଛି ମୃତ୍ୟୁ […]

Srinath-Reddy

Subrat Kumar Nayak
  • Published: Thursday, 16 April 2020
  • , Updated: 16 April 2020, 04:46 PM IST

ନୂଆଦିଲ୍ଲୀ: ପୂର୍ବରୁ ଆସିଥିବା ସମସ୍ତ କରୋନା ଭାଇରସ୍‌ ପରି ନୋବେଲ୍‌ କରୋନା ଭାଇରସ୍‌ ମଧ୍ୟ ଉଷ୍ମ ପାଣିପାଗରେ ଦୁର୍ବଳ ହେଉଛି। କିନ୍ତୁ ଏତେ ଶୀଘ୍ର ଏହାକୁ ଚୂଡ଼ାନ୍ତ ଭାବିନେବା ଠିକ୍‌ ହେବନି ବୋଲି ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେସନ୍‌ ଇଣ୍ଡିଆର ଅଧ୍ୟକ୍ଷ କେ ଶ୍ରୀନାଥ ରେଡ୍ଡି କହିଛନ୍ତି। ସମୟକ୍ରମେ ‘ହର୍ଡ ପ୍ରୋଟେକ୍ସନ୍‌’ ବା ଗୋଠ ସୁରକ୍ଷା ନିଶ୍ଚୟ ବିକଶିତ ହେବ ଏବଂ କରୋନାର ପ୍ରଭାବ ଦୁର୍ବଳ ହୋଇଯିବ। କିନ୍ତୁ ଏହା ପୂର୍ବରୁ ଏଡ଼ାଇ ଦେବା ଭଳି କିଛି ମୃତ୍ୟୁ ଘଟିବ ବୋଲି ସେ କହିଛନ୍ତି।

ତାଙ୍କୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେବେ କମିବା ଆରମ୍ଭ କରିବ ଏବଂ ଆଗକୁ ଉଷ୍ମ ଓ ଶୁଷ୍କ ପାଗରେ କରୋନାର ପ୍ରଭାବ କେମିତି ରହିବ ବୋଲି ପ୍ରଶ୍ନ କରାଯାଇଥିଲା। ଏହି ସମୟରେ ଶ୍ରୀକାନ୍ତ କହିଥିଲେ, କୋଭିଡ୍‌-୧୯ର କାରଣ ପାଲଟୁଥିବା ନୋବେଲ କରୋନା ଭାଇରସ୍‌ଏକ ନୂଆ ଭାଇରସ୍‌। ଏହା ଉଷ୍ମ ଜଳବାୟୁରେ କିଭଳି ରହିପାରୁଛି, ତାହା ସମ୍ପୂର୍ଣ୍ଣ ବୁଝାପଡ଼ିନି। ଯଦିଓ ଏହା ଏଳଭି ପରିବେଶରେ ମଳିନ ବା ଦୁର୍ବଳ ହେଉଥିବାର ପ୍ରମାଣ ମିଳିଛି, ଏହା ବର୍ତ୍ତମାନ ମଧ୍ୟ ଯୁକ୍ତି ଅନ୍ତର୍ଗତ।

ସେହିଭଳି ପରୀକ୍ଷାର ମାତ୍ରା ବଢ଼ାଇବାକୁ ନେଇ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, “ଅଧିକ ହାରରେ ପରୀକ୍ଷା କରିବା ନିଶ୍ଚିତ ଭାବରେ ସଂକ୍ରମିତ ଲୋକଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ। ତଥାପି, ଲକ୍ଷଣ ଦେଖାଇବା ପୂର୍ବ ଅବସ୍ଥାରେ ମଧ୍ୟ ସଂକ୍ରମଣ ହାର ବେଶ ଅଧିକ ରହିଥିବା ରିପୋର୍ଟ କରାଯାଇଛି। ଏହା ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତିକୁ କଷ୍ଟସାଧ୍ୟ କରିଥାଏ। କାରଣ ସମସ୍ତ ଅଜ୍ଞାତ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ଭାବରେ ଅସମ୍ଭବ ଅଟେ। ତେଣୁ ଆମକୁ କଣ୍ଟାକ୍ଟ ହିଷ୍ଟ୍ରି ଏବଂ ଲକ୍ଷଣଗୁଡ଼ିକ ପରୀକ୍ଷା ମାନଦଣ୍ଡ ଭାବରେ ବ୍ୟବହାର କରିବାକୁ ପଡିବ। ଫ୍ଲୁ ଭଳି ଲକ୍ଷଣ ଆଧାରରେ ପରୀକ୍ଷଣ ବହୁଳ ଭାବରେ ଉପଲବ୍ଧ ନଥିଲେ ମଧ୍ୟ ଘରେ ଲୋକଙ୍କୁ ପୃଥକ କରିବାରେ ସାହାଯ୍ୟ କରେ।”

କରୋନା ପୁଣିଥରେ ଫେରିବା ଏବଂ କୌଣସି ପ୍ରତିଷେଧକ ବ୍ୟବସ୍ଥା ନଥିବା ବାବଦରେ ମଧ୍ୟ ସେ ମତ ରଖିଛନ୍ତି। ସେ କହିଛନ୍ତି, ଏହା ପ୍ରକୃତରେ ପୁନଃସଂକ୍ରମଣ କିମ୍ବା, ଭୁଲ୍ ପଜିଟିଭ୍ ସଂକ୍ରମଣ କ’ଣ ତାହା ଜଣାପଡ଼ୁନି। ଏହା କେତେ ଭୟଙ୍କର ତାହା ଏବେ ଆକଳନ କରିହେବନି।

ଏଭଳି ପରିସ୍ଥିତିରେ କୋଭିଡ୍‌-୧୯ର ସମାଧାନ ବାବଦରେ ସେ କହିଛନ୍ତି, ଏହା ବିଭିନ୍ନ ରାଜ୍ୟର ସହରୀ-ଗ୍ରାମୀଣ ଅନୁପାତ ଅନୁଯାୟୀ, ଉପଲବ୍ଧ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନୁଯାୟୀ, ହସ୍ପିଟାଲରେ ଆଇସିୟୁ ବ୍ୟବସ୍ଥା ଅନୁଯାୟୀ, ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ହାଇଜିନ୍‌ ଅଭ୍ୟାସ ଅନୁଯାୟୀ କରାଯାଇଥାଏ। ଭାରତ ଭଳି ବଡ଼ ରାଷ୍ଟ୍ରରେ ସମନ୍ୱିତ ନୀତି ନିର୍ଦ୍ଧାରଣ ବୈଠକ ଆଦି ଜରୁରୀ ବୋଲି ସେ କହିଛନ୍ତି। ଜିଲ୍ଲା ସ୍ତରରେ ଗୋଷ୍ଠୀଗୁଡ଼ିକୁ ସାମିଲ କରି ବିଭିନ୍ନ ସଂସ୍ଥା ସହ ସହଭାଗୀତା ଜରୁରୀ ବୋଲି ସେ କହିଥିଲେ।

Related story