୯ ଦିନରେ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବେଜିଂର ବଢ଼ିଲା ଚିନ୍ତା

ବେଜିଂ: ରବିବାର ଚୀନରେ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ବେଜିଂର, ତିନି ଜଣ ହୁବେଇ ପ୍ରାନ୍ତର। କିଛି ଦିନ ହେବ ବେଜିଂରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହେବା ଚୀନର କମ୍ୟୁନିଷ୍ଟ ସରକାର ପାଇଁ ସତର୍କ ଘଣ୍ଟି କୁହାଯାଉଛି। ଆଗାମୀ ଦିନରେ ଆଉ କିଛି ସହରରେ କରୋନା ଆକ୍ରାନ୍ତ ଆହୁରି ଚିହ୍ନଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଜୁନ୍ ୧୧ରୁ ଜୁନ୍ ୨୦ ମଧ୍ୟରେ କେବଳ ବେଜିଂରୁ ୨୨୭ କରୋନା […]

coronavirus

Subhransu Sekhar
  • Published: Sunday, 21 June 2020
  • , Updated: 21 June 2020, 05:48 PM IST

ବେଜିଂ: ରବିବାର ଚୀନରେ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ବେଜିଂର, ତିନି ଜଣ ହୁବେଇ ପ୍ରାନ୍ତର। କିଛି ଦିନ ହେବ ବେଜିଂରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହେବା ଚୀନର କମ୍ୟୁନିଷ୍ଟ ସରକାର ପାଇଁ ସତର୍କ ଘଣ୍ଟି କୁହାଯାଉଛି। ଆଗାମୀ ଦିନରେ ଆଉ କିଛି ସହରରେ କରୋନା ଆକ୍ରାନ୍ତ ଆହୁରି ଚିହ୍ନଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଜୁନ୍ ୧୧ରୁ ଜୁନ୍ ୨୦ ମଧ୍ୟରେ କେବଳ ବେଜିଂରୁ ୨୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ମାନେ ଘରେ ଥିବା ବେଳେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ସେହିପରି ୧୮ ଜଣଙ୍କ ପାଖରେ କରୋନା ଲକ୍ଷଣ ଅନୁଭୂତ ହୋଇଛି। ହେଲେ ସେମାନଙ୍କର କରୋନା ଟେଷ୍ଟ ରିପୋର୍ଟ ଆସିନଥିବା ସୂଚନା ରହିଛି।

ଆଗାମୀ ଦିନରେ କରୋନା ଅଧିକ ବିସ୍ତାର କରିପାରେ ଆଶଙ୍କା କରି ଚୀନ୍ ସରକାର ଅଧିକରୁ ଅଧିକ କରୋନା ପରୀକ୍ଷା କରୁଛନ୍ତି। ଏଯାବତ ପ୍ରାୟ ୨୫ ଲକ୍ଷ ଲୋକଙ୍କର କରୋନା ପରୀକ୍ଷା ହୋଇଥିବା ଜଣାପଡ଼ିଛି। ଏହି ସମସ୍ତ ପରୀକ୍ଷା ବଡ଼ ବଡ଼ ମାର୍କେଟ୍, ଜନବହୁଳ ଅଞ୍ଚଳରେ କରୋନା ପରୀକ୍ଷା ହୋଇଥିବା ସୂଚନା ରହିଛି।

Related story