“ଆମେ କ’ଣ ପଶୁ?” ସରକାରଙ୍କୁ ପ୍ରଶ୍ନ କଲେ କରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଉତ୍ତମ ପରିବେଶ, ପୋଷଣ ଯୁକ୍ତ ଖାଦ୍ୟ ଓ ପରିଷ୍କାର ପରିଚ୍ଛନ୍ନ ହିଁ କରୋନା ଭାଇରସକୁ ଠିକ ଭାବେ ମୁକାବିଲା କରିପାରିବ। କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କୁ ଉତ୍ତମ ପରିବେଶ ଓ ଉପଯୁକ୍ତ ଖାଦ୍ୟ ଦେଇ ଚିକିତ୍ସା କଲେ ସେମାନେ ଆରୋଗ୍ୟ ଲାଭ କରିପାରିବେ ବୋଲି ସରକାର କହୁଛନ୍ତି। ହେଲେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଏକ ସରକାରୀ କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ପଶୁମାନଙ୍କ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ହସ୍ପିଟାଲରେ […]

dn

Hemant Lenka
  • Published: Friday, 29 May 2020
  • , Updated: 29 May 2020, 12:00 PM IST

ଲକ୍ଷ୍ନୌ: ଉତ୍ତମ ପରିବେଶ, ପୋଷଣ ଯୁକ୍ତ ଖାଦ୍ୟ ଓ ପରିଷ୍କାର ପରିଚ୍ଛନ୍ନ ହିଁ କରୋନା ଭାଇରସକୁ ଠିକ ଭାବେ ମୁକାବିଲା କରିପାରିବ। କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କୁ ଉତ୍ତମ ପରିବେଶ ଓ ଉପଯୁକ୍ତ ଖାଦ୍ୟ ଦେଇ ଚିକିତ୍ସା କଲେ ସେମାନେ ଆରୋଗ୍ୟ ଲାଭ କରିପାରିବେ ବୋଲି ସରକାର କହୁଛନ୍ତି।

ହେଲେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଏକ ସରକାରୀ କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ପଶୁମାନଙ୍କ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନେ ଏକ ଭିଡିଓ ଶୁଟିଂ କରି ଭାଇରାଲ କରିଛନ୍ତି।

୩ ମିନିଟ୍‌ର ଏହି ଭିଡିଓରେ ପ୍ରୟାଗରାଜ ଅନ୍ତର୍ଗତ କୋଟୱା ବାନି ଅଞ୍ଚଳରେ ଥିବା କୋଭିଡ ହସ୍ପିଟାଲ ଏଲ-୧ କ୍ୟାଟାଗୋରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନେ ସେମାନଙ୍କୁ ପଶୁମାନଙ୍କ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି। ହସ୍ପିଟାଲରେ ଅଧିକାରୀମାନେ ଦୀର୍ଘ ଘଣ୍ଟା ଧରି ରୋଗୀଙ୍କୁ ପାଣି ନ ଦେବାରୁ ସେମରନା ଗୁରବାର ଏପରି ବିରୋଧ ପ୍ରଦର୍ଶନ କରିଥିଲେ।

ଅନେକ ରୋଗୀ ହସ୍ପିଟାଲ ବାହାରକୁ ଆସି ସେମାନଙ୍କ ସହ ହେଉଥିବା ବ୍ୟବହାରକୁ ବିରୋଧ କରିଥିଲେ। ଏହି ସମୟରେ ଜଣେ ରୋଗୀ କହିଛନ୍ତି ଯେ “ଆପଣମାନେ ଆମକୁ ପଶୁରେ ପରିଣତ କରିସାରିଲେଣି। ଆମେ କ’ଣ ପଶୁ? ଆମକୁ କ’ଣ ପାଣି ଦରକାର ନାହିଁ।”

ଭିଡିଓ ଶୁଟିଂ କରୁଥିବା ବ୍ୟକ୍ତି ଜଣଙ୍କ ଏହାପରେ ନିଜ ମୋବାଇଲକୁ ବୁଲାଇ ହସ୍ପିଟାଲ ବାହାରେ ଏକାଠି ହୋଇଥିବା ରୋଗୀଙ୍କ ଚିତ୍ର ଦେଖାଇଥିଲେ। କ’ଣ ଆପଣମାନେ ଠିକ ଭାବେ ଖାଇବା ପାଉଛନ୍ତି କି ବୋଲି ଶୁଟିଂ କରୁଥିବା ବ୍ୟକ୍ତି ଜଣଙ୍କ ପଚାରିଥିଲେ।

ଏହାର ଜବାବରେ ଜଣେ ବୟସ୍କ ବ୍ୟକ୍ତି କହିଥିଲେ ଯେ ଆମକୁ ଦର ସିଝା ଖାଦ୍ୟ ଖାଇବା ମିଳୁଛି ବୋଲି କହିଥିଲେ। ଜଣେ ମହିଳା କରୋନା ଆକ୍ରାନ୍ତ କହିଛନ୍ତି ଯେ “ଯଦି ଖାଇବାକୁ ଦେବାକୁ ଆପଣଙ୍କ ପାଖରେ ଟଙ୍କା ନାହିଁ, ତା’ହେଲେ ଆପଣ ଆମଠାରୁ ନିଅନ୍ତୁ।

ଆଗକୁ ସ୍ଥିତିରେ କୌଣସି ସୁଧାର ନ ଆସିଲା, ତା’ହେଲେ ଆମେ ବାଧ୍ୟ ହୋଇ ଘରକୁ ଚାଲିଯିବୁ। ଏକଥା ପ୍ରଶାସନିକ ଅଧିକାରୀମାନେ ମନେ ରଖିବା ଉଚିତ।”

Related story