୫୦୦ ଟଙ୍କାରେ ବିକ୍ରି ହେଉଛି ଗୋବର ଓ ଗୋମୂତ୍ର

କୋଲକାତା: ଗୋମୁତ୍ର ପିଅ କରୋନା ଦୂର କର। ପଶ୍ଚିମବଙ୍ଗ ରାଜଧାନୀ କୋଲକତାଠାରୁ ୨୦ କିମି ଦୂରରେ ଜଣେ ବ୍ୟବସାୟୀ ଏଭଳି ପସରା ମେଲାଇ ଏଭଳି ଗୋମୁତ୍ର ବିକ୍ରି କରୁଛନ୍ତି। କେବଳ ଗୋମୁତ୍ର ନୁହେଁ ସେ ଗୋବର ମଧ୍ୟ ବିକ୍ରି କରୁଛନ୍ତି। କରୋନା ଭୂତାଣୁର ଫାଇଦା ନେଇ ବ୍ୟବସାୟୀ ଜଣକ ରାସ୍ତାକଡ଼ରେ ଏଭଳି ଗୋମୁତ୍ର-ଗୋବର ଦୋକାନ ଖୋଲିଛନ୍ତି। ଡାଙ୍କୁନି ନାମକ ସ୍ଥାନରେ ଏହି ଦୋକାନ ରହିଛି। ବାସ୍ତବରେ ଏହା କରୋନାର ମୁକାବିଲା କରିବାରେ କେତେ ସଫଳ ସେନେଇ ତଥ୍ୟ […]

Cow-Dung

Subrat Kumar Nayak
  • Published: Tuesday, 17 March 2020
  • , Updated: 17 March 2020, 04:46 PM IST

କୋଲକାତା: ଗୋମୁତ୍ର ପିଅ କରୋନା ଦୂର କର। ପଶ୍ଚିମବଙ୍ଗ ରାଜଧାନୀ କୋଲକତାଠାରୁ ୨୦ କିମି ଦୂରରେ ଜଣେ ବ୍ୟବସାୟୀ ଏଭଳି ପସରା ମେଲାଇ ଏଭଳି ଗୋମୁତ୍ର ବିକ୍ରି କରୁଛନ୍ତି। କେବଳ ଗୋମୁତ୍ର ନୁହେଁ ସେ ଗୋବର ମଧ୍ୟ ବିକ୍ରି କରୁଛନ୍ତି। କରୋନା ଭୂତାଣୁର ଫାଇଦା ନେଇ ବ୍ୟବସାୟୀ ଜଣକ ରାସ୍ତାକଡ଼ରେ ଏଭଳି ଗୋମୁତ୍ର-ଗୋବର ଦୋକାନ ଖୋଲିଛନ୍ତି। ଡାଙ୍କୁନି ନାମକ ସ୍ଥାନରେ ଏହି ଦୋକାନ ରହିଛି। ବାସ୍ତବରେ ଏହା କରୋନାର ମୁକାବିଲା କରିବାରେ କେତେ ସଫଳ ସେନେଇ ତଥ୍ୟ ନଥିଲେ ମଧ୍ୟ କିଛି ଲୋକ ଏଥିରେ ବିଶ୍ୱାସ କରୁଛନ୍ତି।

ମାବୁଦ ଅଲୀ ନାମକ ଏହି ବ୍ୟକ୍ତି ଏକ ଟେବଲରେ ବିଭିନ୍ନ ଜାର ରଖି ତା ଭିତରେ ଗୋମୂତ୍ର ଏବଂ ଗୋବର ରଖିଛନ୍ତି। ଦିଲ୍ଲୀରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ‘ଗୋମୂତ୍ର ପାର୍ଟି’ରୁ ଏଭଳି ବ୍ୟବସାୟ ପାଇଁ ଆଇଡିଆ ପାଇଥିବା କହିଛନ୍ତି ଅଲୀ। ସେ ଗୋମୂତ୍ର ଲିଟର ପ୍ରତି ୫୦୦ ଟଙ୍କାରେ ଏବଂ ଗୋବର କିଲୋ ପ୍ରତି ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି।

ସେ ନିଜ ବ୍ୟବସାୟ ନେଇ କୁହନ୍ତି, “ମୋର ଦୁଇଟି ଗାଈ। ଗୋଟିଏ ଦେଶୀ ଏବଂ ଅନ୍ୟଟି ଜର୍ସି। ମୁଁ କ୍ଷୀର ବିକିକରି ଚଳେ। ଟିଭିରେ ଗୋମୂତ୍ର ପାର୍ଟି ବାବଦରେ ଦେଖିବା ପରେ ମୁଁ ଅନୁଭବ କଲି ଗାଈ ମୂତ୍ର ବିକିକରି ଅଧିକ ଲାଭ କରିପାରିବି। ଏବେ ଗାଈର ସବୁ କିଛି ମୋ ବ୍ୟବସାୟ।”

ଅନ୍ୟପକ୍ଷରେ ଜର୍ସି ଗାଈ ଦେଶୀ ଅପେକ୍ଷା ଏତେ ଶୁଦ୍ଧ ନୁହେଁ। ତେଣୁ ଏହାର ମୂତ୍ରର ଟିକେ କମ୍‌ ଚାହିଦା ରହିଛି ବୋଲି ଅଲୀ କହିଛନ୍ତି। ଏହାର ମୂତ୍ର ମୂଲ୍ୟ ଲିଟର ପ୍ରତି ୩୦୦ ଟଙ୍କା ରହିଛି। ଆରମ୍ଭରୁ ଏହି ବ୍ୟବସାୟ ଭଲ ଚାଲିଛି ବୋଲି ସେ କହିଛନ୍ତି।

Related story