ଶାହଙ୍କ ରାଲିରେ ବିଜେପିରେ ମିଶିବେ ଏହି ସିପିଏମ ବିଧାୟକ

କୋଲକାତା: କେବଳ ଟିଏମସି ବିଧାୟକଙ୍କ ନୁହନ୍ତି, ପଶ୍ଚିମବଙ୍ଗର ସିପିଆଇଏମ ବିଧାୟକ ମଧ୍ୟ ବିଜେପିରେ ମିଶିବେ। ସିପିଏମ ବିଧାୟକ ତାପସୀ ମଣ୍ଡଳ ଆସନ୍ତାକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରାଲି ବେଳେ ବିଜେପିରେ ମିଶିବେ ବୋଲି ଘୋଷଣା କରିଛନ୍ତି। ହଳଦିଆରୁ ବିଧାୟକ ହୋଇଥିବା ତାପସୀ କହିଛନ୍ତି ଯେ ସିପିଏମରେ ତାଙ୍କୁ ମାନସିକ ଶାନ୍ତି ମିଳୁନାହିଁ। ତେଣୁ ସେ ବିଜେପିରେ ଯୋଗଦେବେ। ସେ କହିଛନ୍ତି, “ସିପିଏମରେ ମୁଁ ଅନେକ ମାନସିକ ଯନ୍ତ୍ରଣା ପାଉଛି। ଦଳର ସବୁଠାରୁ ଖରାପ ସମୟରେ ବି […]

yt

Hemant Lenka
  • Published: Friday, 18 December 2020
  • , Updated: 18 December 2020, 10:27 PM IST

କୋଲକାତା: କେବଳ ଟିଏମସି ବିଧାୟକଙ୍କ ନୁହନ୍ତି, ପଶ୍ଚିମବଙ୍ଗର ସିପିଆଇଏମ ବିଧାୟକ ମଧ୍ୟ ବିଜେପିରେ ମିଶିବେ। ସିପିଏମ ବିଧାୟକ ତାପସୀ ମଣ୍ଡଳ ଆସନ୍ତାକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରାଲି ବେଳେ ବିଜେପିରେ ମିଶିବେ ବୋଲି ଘୋଷଣା କରିଛନ୍ତି। ହଳଦିଆରୁ ବିଧାୟକ ହୋଇଥିବା ତାପସୀ କହିଛନ୍ତି ଯେ ସିପିଏମରେ ତାଙ୍କୁ ମାନସିକ ଶାନ୍ତି ମିଳୁନାହିଁ। ତେଣୁ ସେ ବିଜେପିରେ ଯୋଗଦେବେ।

ସେ କହିଛନ୍ତି, “ସିପିଏମରେ ମୁଁ ଅନେକ ମାନସିକ ଯନ୍ତ୍ରଣା ପାଉଛି। ଦଳର ସବୁଠାରୁ ଖରାପ ସମୟରେ ବି ମୁଁ ସେଠାରେ ଥିଲି। କିନ୍ତୁ ଦଳ ଗରିବ ଲୋକଙ୍କ କଥା ବୁଝିବାକୁ ନାରାଜ। ତୃଣମୂଳସ୍ତରର ସଂଗଠନଗୁଡ଼ିକ ପୂରା ଧ୍ୱଂସ ହୋଇଗଲାଣି। ତେଣୁ ଏଭଳି ଏକ ଦଳରେ ରହି ଲୋକଙ୍କ ପାଇଁ କାମ କରିବା ଆଉ ସମ୍ଭବ ନୁହେଁ। ତେଣୁ ଆସନ୍ତାକାଲି ଅମିତ ଶାହଙ୍କ ରାଲି ବେଳେ ମୁଁ ବିଜେପିରେ ଯୋଗଦେବି।”

ଅନ୍ୟପକ୍ଷରେ ତାପସୀଙ୍କୁ ଆଜି ସିପିଏମ ଦଳକୁ ବହିଷ୍କାର କରିଛି। ଅମିତ ଶାହ ଆଜି ରାତିରେ କୋଲକାତାରେ ପହଞ୍ଚିବେ। ସେ ଆଜି ରାତି ନ୍ୟୁ ଟାଉନ ହୋଟେଲରେ ରହିବେ। କାଲି ଏନଆଇଏ ଅଧିକାରୀଙ୍କ ସହ ବୈଠକ କରିବା ପରେ ଉତ୍ତର କୋଲକାତାରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବେ।

ଏହି କାର୍ଯ୍ୟକ୍ରମ ପରେ ଶ୍ରୀ ଶାହ ମେଦିନାପୁର ଯାଇ ବିପ୍ଳବୀ ଖୁଦିରାମ ବୋଷଙ୍କୁ ବି ଶ୍ରଦ୍ଧାଞ୍ଜଳୀ ଜଣାଇବେ। ଏଠାରେ ଥିବା ଦୁଇଟି ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଗୋଟିଏ ଚାଷୀ ପରିବାରରେ ସେ ଲଞ୍ଚ କରିବା ପରେ ମେଦିନାପୁର କଲେଜ ଗ୍ରାଉଣ୍ଡରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ।

Related story