ମେଣ୍ଟରେ ଫାଟ, ଏନସିପି-ଶିବସେନା ମୁହାଁମୁହିଁ

ଏଲଗର ପରିଷଦ ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉଦ୍ଧବ ଠାକରେ ଏନସିପି ଏଲଗର ପରିଷଦ ଘଟଣାର ଏନଆଇଏ ତଦନ୍ତକୁ ବିରୋଧ କରୁଛି ରାଜ୍ୟରେ ଏନପିଆର ଲାଗୁକୁ ବନ୍ଦ କରିହେବନି: ଉଦ୍ଧବ ଠାକରେ ରାଜ୍ୟରେ ଏନପିଆରକୁ ବିରୋଧ କରୁଛନ୍ତି ଏନସିପି-କଂଗ୍ରେସ ମୁମ୍ୱାଇ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରରେ ସାମିଲ ଥିବା ଦୁଇ ବଡ଼ ଦଳ ଶିବସେନା ଏବଂ ଏନସିପି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଏହି ବିବାଦ ଏଲଗାର ପରିଷଦ ଏବଂ ଭୀମ-କୋରେଗାଁଓ ହିଂସା ମାମଲାର […]

udhav sharad

udhav sharad

Subhransu Sekhar
  • Published: Wednesday, 19 February 2020
  • Updated: 19 February 2020, 05:30 PM IST

Sports

Latest News

  • ଏଲଗର ପରିଷଦ ଘଟଣାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉଦ୍ଧବ ଠାକରେ
  • ଏନସିପି ଏଲଗର ପରିଷଦ ଘଟଣାର ଏନଆଇଏ ତଦନ୍ତକୁ ବିରୋଧ କରୁଛି
  • ରାଜ୍ୟରେ ଏନପିଆର ଲାଗୁକୁ ବନ୍ଦ କରିହେବନି: ଉଦ୍ଧବ ଠାକରେ
  • ରାଜ୍ୟରେ ଏନପିଆରକୁ ବିରୋଧ କରୁଛନ୍ତି ଏନସିପି-କଂଗ୍ରେସ

ମୁମ୍ୱାଇ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରରେ ସାମିଲ ଥିବା ଦୁଇ ବଡ଼ ଦଳ ଶିବସେନା ଏବଂ ଏନସିପି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଏହି ବିବାଦ ଏଲଗାର ପରିଷଦ ଏବଂ ଭୀମ-କୋରେଗାଁଓ ହିଂସା ମାମଲାର ତଦନ୍ତ ଏବଂ ରାଜ୍ୟରେ ଏନପିଆର ଲାଗୁ କରିବାକୁ ନେଇ ବଢ଼ିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଲଗାର ପରିଷଦର ତଦନ୍ତ ଦାୟିତ୍ୱ ଏନଆଇକୁ ଦେଇଛନ୍ତି। ଅନ୍ୟପଟେ ପାଓ୍ୱାର ଏହି ମାମଲାର ତଦନ୍ତ ସମାନ୍ତରାଳ ଭାବରେ ଧାରା ୧୦ ଅନୁଯାୟୀ ଏସଆଇଟି ଦ୍ୱାରା ମଧ୍ୟ ହେବା ଦରକାର ବୋଲି ସେ କହିଛନ୍ତି। ମେଣ୍ଟରେ ଏବେ ତିନି ଦଳର ମତ ଭିନ୍ନ ହେବା ପରେ ରାଜ୍ୟ ରାଜନୀତି ମଧ୍ୟ ଏହାକୁ ନେଇ ଗୋଳିଆ ହୋଇଛି।

ଏଲଗାର ପରିଷଦକୁ ନେଇ ଉଦ୍ଧବଙ୍କ ଦ୍ୱାରା ଦିଆଯାଇଥିବା ଏନଆଇଏ ତଦନ୍ତକୁ ନିକଟରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ୱାର ସମାଲୋଚନା କରିଥିଲେ। ଏନସିପି ବିଧାୟକମାନେ ମଧ୍ୟ ଏହି ମାମଲାର ତଦନ୍ତ ଏସଆଇଟି ପାଇଁ ରାଜି ଥିବା ବେଳେ ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କିନ୍ତୁ ଏନଆଇଏ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଭୀମା-କାରେଗାଁଓ ହିଂସା ମାମଲାର ତଦନ୍ତ ଏସଆଇଟିକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଦୁଇଟି ଘଟଣାର ଭିନ୍ନ ଭିନ୍ନ ତଦନ୍ତ ଆଦେଶ ଦେଇ ଉଦ୍ଧବ ଠାକରେ ଦେଶଦ୍ରୋହୀ ଏବଂ ସାମାନ୍ୟ ହିଂସା ଘଟଣାର ପାର୍ଥକ୍ୟ ଦେଖାଇବାକୁ ଚେଷ୍ଟା କରୁଥିବା ସୂଚନା ରହିଛି। ଏଭଳି ତଦନ୍ତ ନିର୍ଦ୍ଦେଶ ଦେଇ ଶିବସେନା ଦେଶଦ୍ରୋହୀ ପ୍ରସଙ୍ଗରେ ପଛ ଘୁଞ୍ଚା ଦେବାକୁ ଚାହୁଁନି ବୋଲି ଦର୍ଶାଇବାକୁ ଚେଷ୍ଟା କରୁଥିବା ସୂଚନା ରହିଛି। ଉଦ୍ଧବ ଠାକରେ ଏଲଗର ପରିଷଦ ଘଟଣାକୁ ଦେଶଦ୍ରୋହୀ ଘଟଣା ସହ ତୁଳନା କରି ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡ଼ିଛି। ତେଣୁ ଶରଦ ପାଓ୍ୱାର ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏସଆଇଟି ତଦନ୍ତ ପାଇଁ ଦାବି କରୁଥିଲେ ମଧ୍ୟ ଉଦ୍ଧବ ଠାକରେ ଏନଆଇଏ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୩୧ ଡିସେମ୍ୱର ୨୦୧୭ରେ ଏଲଗାର ପରିଷଦ ବୈଠକ ହୋଇଥିଲା। ପୁଣେ ପୁଲିସ ପ୍ରାଥମିକ ତଦନ୍ତ କରି ଏହି ବୈଠକ ପଛରେ ସିପିଆଇ (ମାଓବାଦୀ)ର ଫଣ୍ଡ ବିନିଯୋଗ ହୋଇଛି। ଯାହାର ଉଦ୍ଧେଶ୍ୟ ସରକାରକୁ ଭାଙ୍ଗିବା ଥିଲା ବୋଲି ପୁଲିସ କହିଥିଲା। ଏହି ବୈଠକରେ ଉତ୍ତେଜନାମୂଳକ ଉଦବୋଧନ ଦିଆଯାଇଥିଲା। ଯାହାର ପ୍ରତିଫଳନ ୧ ଜାନୁଆରୀ ୨୦୧୮ ଅର୍ଥାତ୍ ଏଲଗାର ପରିଷଦ ବୈଠକର ପରଦିନ ଭୀମା-କୋରେଗାଁଓରେ ଦେଖିବାକୁ ମିଳିଥିଲା ବୋଲି ପୁଲିସ କହିଛି। ଏହାପରେ ୬ ଜୁନ୍ ୨୦୧୮ରେ ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା।

ଏହାବାଦ ମହାରାଷ୍ଟ୍ରରେ ଏନପିଆର (ଜାତୀୟ ଜନସଂଖ୍ୟା ପଞ୍ଜିକରଣ) ଲାଗୁ ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ମଙ୍ଗଳବାର ଉଦ୍ଧବ ଠାକରେ କହିଛନ୍ତି। ସିଏଏ ଏବଂ ଏନଆରସି ଅଲଗା ସେହିପରି ଏନପିଆର ମଧ୍ୟ ଅଲଗା ବୋଲି ଠାକରେ କହିଥିଲେ। ଏନପିଆରରେ କୌଣସି ବିବାଦ ନାହିଁ ବୋଲି ଟୁଇଟ୍ କରି କହିଥିଲେ ଉଦ୍ଧବ ଠାକରେ। ହେଲେ ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟରେ ସାମିଲ ଥିବା ଅନ୍ୟ ଦୁଇ ଦଳ ଶିବସେନା ଏବଂ ଏନସିପି ଏନପିଆରକୁ ବିରୋଧ କରୁଛନ୍ତି। ଯାହାକି ମେଣ୍ଟରେ ମନାନ୍ତର ପରିସ୍ଥିତି ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story