ଫ୍ୟାନଙ୍କୁ ବାନ୍ଧି ରଖିବାକୁ ଟିକଟକ୍‌ ଷ୍ଟାରଙ୍କ ବିକଳ୍ପ ବ୍ୟବସ୍ଥା

ନୂଆଦିଲ୍ଲୀ : ଟିକଟକ ବ୍ୟବହାର କରି ରାତାରାତି ଷ୍ଟାର ପାଲଟିଥିବା ୟୁଜରଙ୍କର ଏବେ ଚିନ୍ତା ବଢ଼ିଛି। କାରଣ ଭାରତ ସରକାର ଟିକଟକ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଦେଇଛନ୍ତି। ତେବେ ଟକଟକ ଷ୍ଟାରମାନେ ସେମାନଙ୍କ ଫଲୋୟର୍ସଙ୍କୁ ନିଜ ସହ ବାନ୍ଧି ରଖିବା ପାଇଁ ଏବେ ନୂଆ ବିକଳ୍ପ ବାହାର କରିଛନ୍ତି। ଭାରତରେ ଟିକଟକ ସଂପୂର୍ଣ୍ଣ ଭାବେ ବ୍ୟାନନ ହେବା ପୂର୍ବରୁ ଅନେକ ଟିକଟକ ଷ୍ଟାର ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ସେମାନଙ୍କୁ ଅନୁସରଣ କରିବାକୁ ଫ୍ୟାନମାନଙ୍କୁ କହିଛନ୍ତି। […]

fs

Hemant Lenka
  • Published: Tuesday, 30 June 2020
  • , Updated: 30 June 2020, 08:40 PM IST

ନୂଆଦିଲ୍ଲୀ : ଟିକଟକ ବ୍ୟବହାର କରି ରାତାରାତି ଷ୍ଟାର ପାଲଟିଥିବା ୟୁଜରଙ୍କର ଏବେ ଚିନ୍ତା ବଢ଼ିଛି। କାରଣ ଭାରତ ସରକାର ଟିକଟକ ସମେତ ୫୯ଟି ଚାଇନିଜ ଆପକୁ ବ୍ୟାନ କରିଦେଇଛନ୍ତି।

ତେବେ ଟକଟକ ଷ୍ଟାରମାନେ ସେମାନଙ୍କ ଫଲୋୟର୍ସଙ୍କୁ ନିଜ ସହ ବାନ୍ଧି ରଖିବା ପାଇଁ ଏବେ ନୂଆ ବିକଳ୍ପ ବାହାର କରିଛନ୍ତି। ଭାରତରେ ଟିକଟକ ସଂପୂର୍ଣ୍ଣ ଭାବେ ବ୍ୟାନନ ହେବା ପୂର୍ବରୁ ଅନେକ ଟିକଟକ ଷ୍ଟାର ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ସେମାନଙ୍କୁ ଅନୁସରଣ କରିବାକୁ ଫ୍ୟାନମାନଙ୍କୁ କହିଛନ୍ତି।

ଭାରତ ସରକାର ଗତକାଲି ଟିକଟକକୁ ଦେଶରେ ବ୍ୟାନ କରିବା ପରେ ଗୁଗଲ ଓ ଆପଲ ଏହାର ପ୍ଲେ ଷ୍ଟୋରରୁ ଏହି ଦୁଇ ଆପକୁ ବାଦ ଦେଇଛି। ପୂର୍ବରୁ ଡାଉନଲୋଡ ହୋଇଥିବା ଆପରେ ଷ୍ଟାରମାନେ ସେମାନଙ୍କ ଅନୁସରଣକାରୀଙ୍କୁ ୟୁଟ୍ୟୁବ୍ ଏବଂ ଇଷ୍ଟାଗ୍ରାମରେ ଅନୁସରଣ କରିବାକୁ ନବେଦନ କରିଛନ୍ତି।

ଆଉ କିଛି ଷ୍ଟାର କିପରି ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ବ୍ୟବହାର କରିବା ସହ ସେମାନଙ୍କ ଆଇଡିରେ କେମିତି ପହଞ୍ଚିବେ ସେନେଇ ଭିଡିଓ ପୋଷ୍ଟ କରିଛନ୍ତି । ଏହାଛଡ଼ା କିଛି ଷ୍ଟାର ଫେସବୁକ ପେଜରେ ସକ୍ରିୟ ଥିବାରୁ ଅନୁସରଣକାରୀଙ୍କୁ କୌଣସି ଅସୁବିଧା ହେବନି ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି।

Related story