ରୋଗୀଙ୍କୁ କାନ୍ଧେଇ ୮ କିଲୋମିଟର ନେଲେ ସିଆରପିଏଫ୍‌ ଯବାନ

ସୁକ୍‌ମା: ଛତିଶଗଡ଼ ସୁକ୍‌ମାରେ ସିଆରପିଏଫ୍‌ର ୨୩୧ ବାଟାଲିୟନ୍‌ ଯବାନଙ୍କ ମହନୀୟତା ଦେଖିବାକୁ ମିଳିଛି। ସେମାନେ ଗୁମୋଡି ଗାଁ ପାଖରେ ପ୍ୟାଟ୍ରୋଲିଂ କରୁଥିବା ସମୟରେ ଯେଉଁଭଳି ଜନସେବା କରିଛନ୍ତି ତା’ର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ସେମାନେ ଗାଁର ଏକ ରୋଗାକ୍ରାନ୍ତ ଯୁବକଙ୍କୁ ଏକ ଖଟିଆରେ ଶୁଆଇ ନିଜ କାନ୍ଧରେ ୮ କିଲୋମିଟର ବୋହିଥିବା ଜଣାପଡ଼ିଛି। ଧୁ ଧୁ ଖରାରେ କାନ୍ଧରେ ଖଟିଆ ବୋହି ସେମାନେ ଯୁବକଙ୍କୁ ସୁକ୍‌ମାସ୍ଥିତ ସିଆରପିଏଫ୍‌ କ୍ୟାମ୍ପକୁ ନେଇଥିଲେ ଏବଂ ସେଠାରେ ଚିକିତ୍ସା […]

crpf

Subrat Kumar Nayak
  • Published: Friday, 07 June 2019
  • , Updated: 07 June 2019, 10:11 PM IST

ସୁକ୍‌ମା: ଛତିଶଗଡ଼ ସୁକ୍‌ମାରେ ସିଆରପିଏଫ୍‌ର ୨୩୧ ବାଟାଲିୟନ୍‌ ଯବାନଙ୍କ ମହନୀୟତା ଦେଖିବାକୁ ମିଳିଛି। ସେମାନେ ଗୁମୋଡି ଗାଁ ପାଖରେ ପ୍ୟାଟ୍ରୋଲିଂ କରୁଥିବା ସମୟରେ ଯେଉଁଭଳି ଜନସେବା କରିଛନ୍ତି ତା’ର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ସେମାନେ ଗାଁର ଏକ ରୋଗାକ୍ରାନ୍ତ ଯୁବକଙ୍କୁ ଏକ ଖଟିଆରେ ଶୁଆଇ ନିଜ କାନ୍ଧରେ ୮ କିଲୋମିଟର ବୋହିଥିବା ଜଣାପଡ଼ିଛି। ଧୁ ଧୁ ଖରାରେ କାନ୍ଧରେ ଖଟିଆ ବୋହି ସେମାନେ ଯୁବକଙ୍କୁ ସୁକ୍‌ମାସ୍ଥିତ ସିଆରପିଏଫ୍‌ କ୍ୟାମ୍ପକୁ ନେଇଥିଲେ ଏବଂ ସେଠାରେ ଚିକିତ୍ସା କରାଇଥିଲେ।

ଏହି ଯୁବକ ଜଣକ ଜଣ୍ଡିସ୍‌ ରୋଗରେ ପୀଡ଼ିତ ଥିଲେ। ବର୍ତ୍ତମାନ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍‌ ଅଛି। ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଯବାନଙ୍କ ଏପରି ଜନସେବା ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଏହି ରାଜ୍ୟରେ ଲାଲ ବାହିନୀର ଲଗାତାର ରକ୍ତପାତ ପାଇଁ କୁଖ୍ୟାତି ହାସଲ କରିଛି।

ସୂଚନାଯୋଗ୍ୟ ଯେ, ପ୍ୟାଟ୍ରୋଲିଂ ସମୟରେ ଏହି ଅସୁସ୍ଥ ଯୁବକଙ୍କ ବାବଦରେ ଜାଣିବାକୁ ମିଳିଥିଲା। ଏହାପରେ ଯବାନ ମାନେ ଚିକିତ୍ସା ବାବଦରେ ପଚାରିବାରୁ ସେ ସହର ଯିବା ଭାରି କଷ୍ଟ ବୋଲି କହିଥିଲେ। ଏହା ଶୁଣି ଯବାନ ତାଙ୍କ ଗାଁରୁ ଖଟିଆ ମଗାଇ ଅସୁସ୍ଥ ଯୁବକଙ୍କୁ ସେଥିରେ ବୋହି ନେବାକୁ ନିଷ୍ପତ୍ତି ନେଇଥିଲେ।

Related story