ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଯବାନଙ୍କ ଶିବିର, ସିଆର୍‌ପିଏଫ୍ ଯବାନ ଆହତ

ଜମ୍ମୁ: କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଶିବିରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆତଙ୍କୀଙ୍କ ଗ୍ରେନେଡ୍ ମାଡ଼ରେ ଜଣେ ସିଆର୍‌ପିଏଫ୍ ଯବାନ ଆହତ ହୋଇଛନ୍ତି। ଜଣେ ପୋଲିସ୍ ଅଧିକାରୀ କହିଛନ୍ତି- “ଏହି ଆକ୍ରମଣ ଗତକାଲି ରାତିରେ ହୋଇଥିଲା।” ଆହତ ଯବାନକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାଁନ୍ତି। ସୂନାଯୋଗ୍ୟ, ଜମ୍ମୁ-କାଶ୍ମୀର ବାନ୍ଦିପୁରାରେ ଗତକାଲି ୩.୩୦ସମୟରେ […]

crpf

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 01:15 PM IST

ଜମ୍ମୁ: କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଶିବିରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆତଙ୍କୀଙ୍କ ଗ୍ରେନେଡ୍ ମାଡ଼ରେ ଜଣେ ସିଆର୍‌ପିଏଫ୍ ଯବାନ ଆହତ ହୋଇଛନ୍ତି। ଜଣେ ପୋଲିସ୍ ଅଧିକାରୀ କହିଛନ୍ତି- “ଏହି ଆକ୍ରମଣ ଗତକାଲି ରାତିରେ ହୋଇଥିଲା।”

ଆହତ ଯବାନକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାଁନ୍ତି।

ସୂନାଯୋଗ୍ୟ, ଜମ୍ମୁ-କାଶ୍ମୀର ବାନ୍ଦିପୁରାରେ ଗତକାଲି ୩.୩୦ସମୟରେ ଆର୍ମି ପେଟ୍ରୋଲିଂ ଗାଡି ଉପରକୁ  ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫଳରେ ୪ ଜଣ ଯାବନ ଆହତ ହୋଇଥିଲେ। ଏହି ଘଟଣା ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ସେନା ସର୍ଚ୍ଚ ଅପରେସନ୍ ଜାରି ରଖିଛି।

Related story