ଋଣ କିସ୍ତି କୋହଳ କରିବା ପ୍ରସଙ୍ଗ: ଗ୍ରାହକଙ୍କୁ ଦେବାକୁ ପଡ଼ିବ ଅଧିକ ସୁଧ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଲକଡାଉନ। ଏଥିପାଇଁ ଲୋକମାନେ ହାତ ବାନ୍ଧି ବସିଛନ୍ତି। ଏପରି ସ୍ଥିତିରେ ଲୋକମାନେ ବିଭିନ୍ନ ବ୍ୟାଙ୍କରୁ ନେଇଥିବା ଋଣର କିସ୍ତି ବା ଇଏମଆଇ କେମିତି ସୁଝିବେ,ତା’କୁ ନେଇ ଚିନ୍ତାରେ ପଡ଼ିଥିଲେ। ଏହି କାରଣରୁ ଆରବିଆଇ ବିଭିନ୍ନ ବ୍ୟାଙ୍କଙ୍କୁ କିସ୍ତି ପ୍ରଦାନ ନୀତିରେ କୋହଳ କରିବା ପାଇଁ କହିଥିଲେ। ଏହି ପ୍ରସ୍ତାବ ଅନୁଯାୟୀ, କିଛି ବ୍ୟାଙ୍କ ୨ ମାସ ଓ ଆଉ କିଛି ବ୍ୟାଙ୍କ ୩ ମାସ ଯାଏ ଇଏମଆଇ ପୈଠ ନ […]

b

Hemant Lenka
  • Published: Wednesday, 01 April 2020
  • , Updated: 01 April 2020, 09:32 PM IST

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଲକଡାଉନ। ଏଥିପାଇଁ ଲୋକମାନେ ହାତ ବାନ୍ଧି ବସିଛନ୍ତି। ଏପରି ସ୍ଥିତିରେ ଲୋକମାନେ ବିଭିନ୍ନ ବ୍ୟାଙ୍କରୁ ନେଇଥିବା ଋଣର କିସ୍ତି ବା ଇଏମଆଇ କେମିତି ସୁଝିବେ,ତା’କୁ ନେଇ ଚିନ୍ତାରେ ପଡ଼ିଥିଲେ। ଏହି କାରଣରୁ ଆରବିଆଇ ବିଭିନ୍ନ ବ୍ୟାଙ୍କଙ୍କୁ କିସ୍ତି ପ୍ରଦାନ ନୀତିରେ କୋହଳ କରିବା ପାଇଁ କହିଥିଲେ।

ଏହି ପ୍ରସ୍ତାବ ଅନୁଯାୟୀ, କିଛି ବ୍ୟାଙ୍କ ୨ ମାସ ଓ ଆଉ କିଛି ବ୍ୟାଙ୍କ ୩ ମାସ ଯାଏ ଇଏମଆଇ ପୈଠ ନ କରିବାର ବିକଳ୍ପ ଗ୍ରାହକଙ୍କୁ ଦେଇଛନ୍ତି। ହେଲେ ଏହି କିସ୍ତି କୋହଳ ନୀତି ଗ୍ରାହକଙ୍କୁ ଆଶ୍ୱସ୍ତି ବଦଳରେ ଅଧିକ ଯନ୍ତ୍ରଣା ଦେବ। କାରଣ ଋଣ କିସ୍ତି ସ୍ଥଗିତ ଯୋଜନାରେ ଗ୍ରାହକଙ୍କୁ ବିଶେଷ ଲାଭ ମିଳିବନି। ଏହି ବିକଳ୍ପ ଆପଣାଇବାକୁ ଚାହୁଁଥିବା ଋଣ ଗ୍ରହିତାଙ୍କୁ ପରେ ଏ ବାବଦରେ ସୁଧ ଗଣିବାକୁ ପଡ଼ିବ ବୋଲି ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି। ସୁଧକୁ ଅତିରିକ୍ତ କିସ୍ତି ହିସାବରେ ନିଆଯିବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କୁ ସୂଚିତ କରିଛି।

ଗତ ସପ୍ତାହରେ ଟର୍ମ, ରିଟେଲ୍, କୃଷି ଋଣ ଓ ଚଳନ୍ତି ଜମା କ୍ଷେତ୍ରରେ ଆଗାମୀ ୩ ମାସର କିସ୍ତି ପରିଶୋଧକୁ କୋହଳ କରିବାକୁ ରିଜର୍ଭ ବ୍ୟାଙ୍କ କରିବାକୁ ପ୍ରସ୍ତାବ ଦେଇଥିଲେ। କରୋନା କଟକଣା ଭିତରେ ଗ୍ରାହକଙ୍କ ହାତକୁ ଅଧିକ ଟଙ୍କା ଦେବା ଲାଗି ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି।

Related story