ଉପକୂଳ ଛୁଇଁଲା ‘ଗଜ’

ଚେନ୍ନାଇ: ଆଶା, ଆଶଙ୍କା ଓ ସତର୍କତା ମଧ୍ୟରେ ଉପକୂଳ ଛୁଇଁଛି ସାମୁଦ୍ରିକ ଝଡ଼ ‘ଗଜ’। ଆଜି ଭୋର ସମୟରେ ତାମିଲନାଡୁର ନାଗାପାଟିନମ୍‌ରେ ଉପକୂଳ ଛୁଇଁଥିଲା ‘ଗଜ’। ଉପକୁଳ ଛୁଁଇବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ ଥିଲା। ଏହାର ପ୍ରଭାବରେ ବର୍ଷାର ମାତ୍ରା ଅଧିକ ହୋଇଥିଲା। ବେଦାରଣୟମ୍‌ରେ ଉପକୂଳ ଛୁଁଇଲା ବେଳେ ମଧ୍ୟ ଗର୍ଜି ଥିଲା ‘ଗଜ’। ଆସନ୍ନ ବିପଦକୁ ଆଖି ଆଗରେ ରଖି ଗୁରୁବାର ହିଁ ତଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର […]

gaja

Rakesh Mallick
  • Published: Friday, 16 November 2018
  • , Updated: 16 November 2018, 09:35 AM IST

ଚେନ୍ନାଇ: ଆଶା, ଆଶଙ୍କା ଓ ସତର୍କତା ମଧ୍ୟରେ ଉପକୂଳ ଛୁଇଁଛି ସାମୁଦ୍ରିକ ଝଡ଼ ‘ଗଜ’। ଆଜି ଭୋର ସମୟରେ ତାମିଲନାଡୁର ନାଗାପାଟିନମ୍‌ରେ ଉପକୂଳ ଛୁଇଁଥିଲା ‘ଗଜ’।

ଉପକୁଳ ଛୁଁଇବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ ଥିଲା। ଏହାର ପ୍ରଭାବରେ ବର୍ଷାର ମାତ୍ରା ଅଧିକ ହୋଇଥିଲା।

ବେଦାରଣୟମ୍‌ରେ ଉପକୂଳ ଛୁଁଇଲା ବେଳେ ମଧ୍ୟ ଗର୍ଜି ଥିଲା ‘ଗଜ’। ଆସନ୍ନ ବିପଦକୁ ଆଖି ଆଗରେ ରଖି ଗୁରୁବାର ହିଁ ତଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

‘ଗଜ’ର ମୁକାବିଲା ପାଇଁ ପୂର୍ବରୁ ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାର ପ୍ରାୟ ୬୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

 

Related story