ବାଟ ଓଗାଳିଲେ ଉଚ୍ଚ ଜାତିର ଲୋକେ, ଶେଷକୃତ୍ୟ ପାଇଁ ଆକାଶ ମାର୍ଗରୁ ଖସିଲା ଶବ, ଭିଡିଓ ଭାଇରାଲ

ଚେନ୍ନାଇ: ଆଜି ବି ସମାଜରେ ଜାତିଗତ ଭେଦଭାବ ଜାରି ରହିଛି। ଜଣେ ଦଳିତ ବ୍ୟକ୍ତିଙ୍କ ଶବ ଶୋଭାଯାତ୍ରାରେ ବାଟ ଓଗାଳିଛନ୍ତି ଉଚ୍ଚ ଜାତିର ଲୋକେ। ଉଚ୍ଚ ଜାତିର ଲୋକେ ବାଟ ଓଗାଳିବାରୁ ଏକ ବ୍ରିଜ୍‌ ଉପରୁ ଦୌଡ଼ି ଦ୍ୱାରା ମୃତଦେକୁ ଶ୍ମଶାନରେ ପହଞ୍ଚାଯାଇଛି।  ତାମିଲନାଡୁର ଭେଲ୍ଲୋର ଜିଲ୍ଲା ଅନ୍ତର୍ଗତ ଭନିୟାମବାଡି ତାଲୁକ ଠାରେ ଏଭଳି ଏକ ଘଟଣା ଘଟିଛି। ଶନିବାର ଦିନ ୪୬ ବର୍ଷ ବୟସର ଜଣେ ଦଳିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗାଁରେ ଥିବା ପୁରୁଣା […]

t

Hemant Lenka
  • Published: Thursday, 22 August 2019
  • , Updated: 22 August 2019, 07:24 PM IST

ଚେନ୍ନାଇ: ଆଜି ବି ସମାଜରେ ଜାତିଗତ ଭେଦଭାବ ଜାରି ରହିଛି। ଜଣେ ଦଳିତ ବ୍ୟକ୍ତିଙ୍କ ଶବ ଶୋଭାଯାତ୍ରାରେ ବାଟ ଓଗାଳିଛନ୍ତି ଉଚ୍ଚ ଜାତିର ଲୋକେ। ଉଚ୍ଚ ଜାତିର ଲୋକେ ବାଟ ଓଗାଳିବାରୁ ଏକ ବ୍ରିଜ୍‌ ଉପରୁ ଦୌଡ଼ି ଦ୍ୱାରା ମୃତଦେକୁ ଶ୍ମଶାନରେ ପହଞ୍ଚାଯାଇଛି।  ତାମିଲନାଡୁର ଭେଲ୍ଲୋର ଜିଲ୍ଲା ଅନ୍ତର୍ଗତ ଭନିୟାମବାଡି ତାଲୁକ ଠାରେ ଏଭଳି ଏକ ଘଟଣା ଘଟିଛି।

ଶନିବାର ଦିନ ୪୬ ବର୍ଷ ବୟସର ଜଣେ ଦଳିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗାଁରେ ଥିବା ପୁରୁଣା ଶ୍ମଶାନରେ ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ଚାହିଁଥିଲେ।

ହେଲେ ଶ୍ମଶାନ ଘାଟକୁ ଯିବା ରାସ୍ତାରେ କିଛି ଉଚ୍ଚ ଜାତିର ଲୋକଙ୍କ ଜମି ପଡ଼ୁଥିବାରୁ ସେମାନେ ଏହି ବାଟରେ ଶବ ଶୋଭାଯାତ୍ରା କରିବାକୁ ଅନୁମତି ଦେଇ ନଥିଲେ। ଦଳିତ ବର୍ଗର ଲୋକମାନେ ଏନେଇ ଉଚ୍ଚ ଜାତିର ଲୋକଙ୍କୁ ନିବେଦନ କରିଥିଲେ ହେଁ ସେମାନେ କୌଣସି ପ୍ରକାରରେ ଏହାକୁ କର୍ଣ୍ଣପାତ କରି ନଥିଲେ।

ଶେଷରେ ଶ୍ମଶାନକୁ ଯିବା ପାଇଁ ପରିବାର ଲୋକେ ବାଧ୍ୟ ହୋଇ ଏକ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲର ସହାୟତା ନେଇଥିଲେ। ସ୍ଥଳ ଭାଗଠାରୁ ୨୦ ଫୁଟ ଉଚ୍ଚରେ ଥିବା ଏହି ପୋଲ ଉପରେ ପ୍ରଥମେ ଶବଟିକୁ ରଖା ଯାଇଥିଲା।

ଏହାପରେ ଶବଟିକୁ ଏକ ଦୌଡ଼ିରେ ବାନ୍ଧି ତଳକୁ ଖସା ଯାଇଥିଲା। ଶବଟି ତଳେ ପହଞ୍ଚିବା ପରେ ପରିବାର ଲୋକେ ଏହାକୁ ଶ୍ମଶାନ ଘାଟ ନେଇଥିଲେ। ସ୍ଥାନୀୟ ପ୍ରଶାସନ ଏହା ଜାଣିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ: Sakshi TV
https://youtu.be/IKxi98cw64k

Related story