୧୯ ବର୍ଷୀୟ ବ୍ରାହ୍ମଣ ଝିଅକୁ ବିବାହ କଲେ ୩୬ ବର୍ଷୀୟ ଦଳିତ ବିଧାୟକ, ତେଜିଲା ବିବାଦ

ଚେନ୍ନାଇ: ତାମିଲନାଡୁର ଜଣେ ୩୬ ବର୍ଷୀୟ ଦଳିତ ବିଧାୟକ ତାଙ୍କ ଠାରୁ ଯଥେଷ୍ଟ ସାନ ୧୯ ବର୍ଷୀୟ ବ୍ରାହ୍ମଣ ଝିଅଙ୍କୁ ବିବାହ କରିବା ପରେ ବିବାଦ ତୀବ୍ର ହେବାରେ ଲାଗିଛି। ଝିଅଟିର ବାପା ସ୍ଥାନୀୟ ମନ୍ଦିରର ପୂଜକ। ସେ ଅଭିଯୋଗ କରିଛନ୍ତି ଯେ ୩୬ ବର୍ଷୀୟ ବିଧାୟକ ଜଣଙ୍କ ଏଆଇଏଡିଏମକେର ସଦସ୍ୟ। ସେ ମୋ ଝିଅ ନାବାଳିକା ଥିବା ବେଳେ ତାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଟ୍ରାପ୍ କରିଦେଇଥିଲେ। ଏବେ ସେ ମୋ ଝିଅକୁ ବିବାହ […]

cv

Hemant Lenka
  • Published: Wednesday, 07 October 2020
  • , Updated: 07 October 2020, 08:18 PM IST

ଚେନ୍ନାଇ: ତାମିଲନାଡୁର ଜଣେ ୩୬ ବର୍ଷୀୟ ଦଳିତ ବିଧାୟକ ତାଙ୍କ ଠାରୁ ଯଥେଷ୍ଟ ସାନ ୧୯ ବର୍ଷୀୟ ବ୍ରାହ୍ମଣ ଝିଅଙ୍କୁ ବିବାହ କରିବା ପରେ ବିବାଦ ତୀବ୍ର ହେବାରେ ଲାଗିଛି। ଝିଅଟିର ବାପା ସ୍ଥାନୀୟ ମନ୍ଦିରର ପୂଜକ। ସେ ଅଭିଯୋଗ କରିଛନ୍ତି ଯେ ୩୬ ବର୍ଷୀୟ ବିଧାୟକ ଜଣଙ୍କ ଏଆଇଏଡିଏମକେର ସଦସ୍ୟ। ସେ ମୋ ଝିଅ ନାବାଳିକା ଥିବା ବେଳେ ତାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କୁ ଟ୍ରାପ୍ କରିଦେଇଥିଲେ। ଏବେ ସେ ମୋ ଝିଅକୁ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି।

ଦଳିତ ବିଧାୟକଙ୍କୁ ଝିଅ ବିବାହ କରିଥିବାରୁ ମନ୍ଦିର ପୂଜକଙ୍କ ପରିବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ହେଲେ ପ୍ରଶାସନ ଓ ପୁଲିସର ହସ୍ତକ୍ଷେପ ଯୋଗୁ ସେମାନଙ୍କୁ ଠିକଣା ସମୟରେ ରୋକା ଯାଇପାରିଥିଲା। ପୁଲିସ୍ ପରିବାର ଲୋକ ଆତ୍ମହତ୍ୟା କରୁଥିଲେ ବୋଲି ମାମଲା ରୁଜୁ କରିଛି।

ଝିଅଟିର ବାପା ସ୍ୱାମୀନାଥନ କହିଛନ୍ତି, “ମୁଁ ଜାତିକୁ ଦୃଷ୍ଟିରେ ରଖି ଏହାକୁ ବିରୋଧ କରୁନାହିଁ। ବରଂ ବର ଓ କନ୍ୟାଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟକୁ ବିରୋଧ କରୁଛି। ମୋ ସହ ଧୋକ୍କା କରାଯିବା ସହ ମୋତେ ଧମକ ମିଳୁଛି।” ଏହାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି।

ଅନ୍ୟପକ୍ଷରେ ବିଧାୟକ ଏ ପ୍ରଭୁ ଗୋଟିଏ ଭିଡିଓ ଜାରି କରିଛନ୍ତି। ଏଥିରେ ତାଙ୍କ ନବବିବାହିତ ପତ୍ନୀ ମଧ୍ୟ ରହିଛନ୍ତି। ସେ କହିଛନ୍ତି, “ଆମେ ପରସ୍ପରକୁ ଭଲ ପାଉ। ଆମ ଭିତରେ ୪ ମାସ ହେଲା ସମ୍ପର୍କ ରହିଛି। ମୋ ବାପା ମା’ ମନ୍ଦିର ପୂଜକଙ୍କ ପରିବାର ଲୋକଙ୍କ ସହ ବାହାଘର ପାଇଁ କଥା ହୋଇଥିଲେ। ହେଲେ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।”

ପରିବାର ଲୋକ ମନା କରିବାରୁ ପ୍ରଭୁ ଝିଅଟିକୁ ବିବାହ କରିବାକୁ ସ୍ଥିର କରିଥିଲେ। ଝିଅଟି ମଧ୍ୟ ଏଥିରେ ରାଜି ହୋଇଥିଲେ। ଶେଷରେ ପ୍ରଭୁଙ୍କ ଘରେ ଗତ ସୋମବାର ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଏଥିରେ ବିଧାୟକଙ୍କ ବାପା ମା’ଙ୍କ ସମେତ ଅନେକ ଲୋକ ଯୋଗଦେଇଥିଲେ।

ପ୍ରଭୁ କହିଛନ୍ତି, “ମୋତେ ୩୦ ବର୍ଷ ହେବା ବେଳକୁ ମୁଁ ରାଜନୀତିରେ ବ୍ୟସ୍ତ ହୋଇଗଲି। ମୁଁ ବିଧାୟକ ହେବା ପରେ ମୋ ବାପା’ମା’ ମୋ ପାଇଁ ଝିଅ ଠିକ୍‌ କରିଥିଲେ। ହେଲେ ସେତେବେଳେ ଆମ୍ମା(ଜୟଲଳିତା)ଙ୍କ ଦେହାନ୍ତ ହୋଇଗଲା। ମୁଁ ଦୁଃଖରେ ଭାଙ୍ଗି ପଡ଼ିଲି ଓ ବିବାହ କଲିନାହିଁ। କିନ୍ତୁ ଲକଡାଉନ ବେଳେ ମୁଁ ଏହି ଝିଅ(ତାଙ୍କ ପତ୍ନୀ)ଙ୍କ ଅଧିକ ନିକଟତର ହୋଇଥିଲି।

ଆମେ ପରସ୍ପରକୁ ପ୍ରେମ କରି ବସିଥିଲୁ। ମୁଁ ମୋ ପତ୍ନୀଙ୍କ ବାପାଙ୍କୁ ବହୁତ ଦିନ ହେଲା ଜାଣିଛି ଓ ତାଙ୍କ ସହ ଘନିଷ୍ଠତା ମଧ୍ୟ ରହିଛି। ସେ ତାଙ୍କ ହାତରେ ମୋତେ ଖୁଆଇ ଦେଇଛନ୍ତି ଓ ମୋ ସଫଳତା ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି। ମୋତେ ଲାଗୁଛି, କିଛି ରାଜନୀତିକ ଦଳର ଚାପରେ ସେ ମୋ ବିରୋଧରେ ଯାଇଛନ୍ତି। ତେବେ ରାଜନୀତି ହେଉଛି ପବ୍ଲିକ ଲାଇଫ ଓ ବାହାଘର ହେଉଛି ମୋର ବ୍ୟକ୍ତିଗତ ଲାଇଫ। ମୁଁ ଦୁଇଟିକୁ କେବେଳେ ମିକ୍ସ କରିବି ନାହିଁ।”

Related story