ବକଟେ ଦେଶ, କିନ୍ତୁ ତିଆରି କରେ ଖତରନାକ୍ ପ୍ରତିରକ୍ଷା ଅସ୍ତ୍ର, ସୀମା ଜଗେ ରୋବଟ୍

ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତରେ ଯାଇ କିଛି ଚୁକ୍ତିରେ ସ୍ୱାକ୍ଷର କରି ଫେରିଛନ୍ତି ।  ଇସ୍ରାଏଲ ଭାରତଠାରୁ ଆୟତନରେ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଇସ୍ରାଏଲ ସହ ଯୁଦ୍ଧ କରିବାକୁ ବିକଶିତ ଦେଶମାନେ ମଧ୍ୟ ଅନେକ ଥର ଚିନ୍ତା କିରନ୍ତି ।  ଆସନ୍ତୁ ଏହି ରାଷ୍ଟ୍ର ବିଷୟରେ ଅଧିକ କିଛି ଜାଣିବା । ୧.ଇସ୍ରାଏଲରେ ବିଶ୍ୱର ସବୁଠାରୁ ଅଧିକ ପ୍ରବାସୀ ଅର୍ଥାତ […]

Drone-Israeli

Rakesh Mallick
  • Published: Monday, 10 July 2017
  • , Updated: 10 July 2017, 09:42 PM IST

ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତରେ ଯାଇ କିଛି ଚୁକ୍ତିରେ ସ୍ୱାକ୍ଷର କରି ଫେରିଛନ୍ତି ।  ଇସ୍ରାଏଲ ଭାରତଠାରୁ ଆୟତନରେ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଇସ୍ରାଏଲ ସହ ଯୁଦ୍ଧ କରିବାକୁ ବିକଶିତ ଦେଶମାନେ ମଧ୍ୟ ଅନେକ ଥର ଚିନ୍ତା କିରନ୍ତି ।  ଆସନ୍ତୁ ଏହି ରାଷ୍ଟ୍ର ବିଷୟରେ ଅଧିକ କିଛି ଜାଣିବା ।

୧.ଇସ୍ରାଏଲରେ ବିଶ୍ୱର ସବୁଠାରୁ ଅଧିକ ପ୍ରବାସୀ ଅର୍ଥାତ ବାହାର ଦେଶର ଲୋକ ବାସ କରନ୍ତି । ସ୍ୱାଧୀନତା ପରଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ୩.୨ ମିଲିୟନ ପ୍ରବାସୀଙ୍କୁ ଏହି ଦେଶ ସ୍ଥାନ ଦେଇ ସାରିଲାଣି।

୨. ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଗୁଇନ୍ଦା ସଂଗଠନ ‘ମୋସାଦ୍’ ଇସ୍ରାଏଲରେ ହିଁ ରହିଛି , ଯାହାର କୌଣସି ବି ମିଶନ୍ ଆଜି ପର୍ଯ୍ୟନ୍ତ ଫେଲ୍ ମାରିନାହିଁ ।

୩. ବିଶ୍ୱର ୬୦ ପ୍ରତିଶତ ଡ୍ରୋନ୍ ଏହି ଦେଶରେ ହିଁ ତିଆରି କାରାଯାଏ । ସବୁଠାରୁ ବିପଦଜନକ ଆକ୍ରମକ ଯନ୍ତ୍ର ତିଆରି କରିବାରେ ଇସ୍ରାଏଲ୍ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି।

୪. ଇସ୍ରାଏଲ ଦେଶ ପାଇଁ ସୀମା ସୁରକ୍ଷା କରିଥାନ୍ତି ରୋବଟ୍ । ଏହି ରୋବଟ୍ ଗୁଡ଼ିକ ଯାଇତାଇ ସାଧାରଣ ନୁହଁନ୍ତି , ସେଥିରେ ଲାଗିଥାଏ ହାଇ ଫ୍ରିକୁଏନ୍ସୀ ସେନ୍ସର ଓ ଉଚ୍ଚ ଶକ୍ତିସମ୍ପନ୍ନ କ୍ୟାମେରା।

Related story