ୱାଶିଂଟନ: ଶନିବାର ଡେଟରଟର ଏକ ବାସକେଟ୍ କୋର୍ଟରେ ଚାଲିଥିବା ପାର୍ଟିରେ ଗୁଳିକାଣ୍ଡ ଘଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଏହି ପାର୍ଟିରେ ଅନେକ ପିଲା ଉପସ୍ଥିତ ଥିଲେ । ତେବେ ଗୁଳିକାଣ୍ଡରେ କୌଣସି ପିଲା ଆହତ ହୋଇ ନ ଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ପାର୍ଟିରେ ଜଣକୁ କେନ୍ଦ୍ର କରି ଏହି ଗୁଳିବିନିମୟ ହୋଇଥିବା ଅନୁମାନ କରାଯାଉଛି । ୩ଜଣ ଅଭିଯୁକ୍ତ ଏହି ଗୁଳିକାଣ୍ଡ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ପୋଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିଙ୍କୁ ଗିରଫ କରାଯାଇପାରିନାହିଁ ।