ବ୍ୟବଚ୍ଛେଦ ପାଇଁ ଚାଲିଥିଲା ପ୍ରସ୍ତୁତି: ଅଚାନକ ଶୁଭିଲା ଘୁଙ୍ଗୁଡି

ସ୍ପେନ୍‌ର ଏକ ଜେଲ୍‌ରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ସେଠାରେ ଜଣେ କଏଦୀ ମୃତ୍ୟୁବରଣ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ନେବା ସମୟରେ ହଠାତ୍‌ ମୃତ ବ୍ୟକ୍ତି ଜଣଙ୍କ ଘୁଙ୍ଗୁଡି ମାରିବାକୁ ଲାଗିଥିଲେ। ବ୍ୟକ୍ତି ଜଣଙ୍କ ହେଉଛନ୍ତି ୨୯ବର୍ଷୀୟ ଗେଁଜାଲୋ। ଘଟଣାଟି ଏମିତି। ସେଦିନ ଜେଲ୍‌ରେ ସକାଳେ ସମସ୍ତ ଶୋଇକି ଉଠିଲେ। କିନ୍ତୁ ଗେଁଜାଲୋ ଉଠି ନଥିଲେ। ଗେଁଜାଲୋଙ୍କୁ ଦୀର୍ଘ ସମୟ ଧରି ଶୋଇ ରହିବାର ଦେଖି ଜେଲ୍ କର୍ତ୍ତୃପକ୍ଷ ଡାକ୍ତରଙ୍କୁ ଡାକି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା […]

dead body

Rakesh Mallick
  • Published: Thursday, 11 January 2018
  • , Updated: 11 January 2018, 01:28 PM IST

ସ୍ପେନ୍‌ର ଏକ ଜେଲ୍‌ରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ସେଠାରେ ଜଣେ କଏଦୀ ମୃତ୍ୟୁବରଣ କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ନେବା ସମୟରେ ହଠାତ୍‌ ମୃତ ବ୍ୟକ୍ତି ଜଣଙ୍କ ଘୁଙ୍ଗୁଡି ମାରିବାକୁ ଲାଗିଥିଲେ। ବ୍ୟକ୍ତି ଜଣଙ୍କ ହେଉଛନ୍ତି ୨୯ବର୍ଷୀୟ ଗେଁଜାଲୋ।

ଘଟଣାଟି ଏମିତି। ସେଦିନ ଜେଲ୍‌ରେ ସକାଳେ ସମସ୍ତ ଶୋଇକି ଉଠିଲେ। କିନ୍ତୁ ଗେଁଜାଲୋ ଉଠି ନଥିଲେ। ଗେଁଜାଲୋଙ୍କୁ ଦୀର୍ଘ ସମୟ ଧରି ଶୋଇ ରହିବାର ଦେଖି ଜେଲ୍ କର୍ତ୍ତୃପକ୍ଷ ଡାକ୍ତରଙ୍କୁ ଡାକି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ୩ଜଣ ଡାକ୍ତର ଆସି ପରୀକ୍ଷା କରିସାରିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା। ମୃତ୍ୟୁ ଘୋଷଣାର ୪ଘଣ୍ଟା ପରେ ତାଙ୍କ ମୃତ ଶରୀରରକୁ ଶବ ପରୀକ୍ଷଣ ଘରକୁ ପଠାଗଲା। କେବଳ ଏତିକି ନୁହେଁ, ବ୍ୟବଚ୍ଛେଦ କରିବା ପାଇଁ ଚିହ୍ନ ମଧ୍ୟ ହୋଇସାରିଥିଲା। ଶବକୁ ଫରେନ୍ସିକ ଏକ୍ସପର୍ଟଙ୍କ ପାଖକୁ ନିଆଗଲା। ଏହି ସମୟରେ ଘୋଡା ହୋଇ ରହିଥିଲା ମୃତ ଶରୀରରୁ ଶଦ୍ଦ ଆସିଲା । ମୃତ ବ୍ୟକ୍ତି ଜଣଙ୍କ ଘୁଙ୍ଗୁଡି ମାରୁଥିଲେ ଓ ଶାରୀର ହଲୁଥିଲା।  ଏହାପରେ ଶବକୁ ଏମରଜେନ୍ସି  ୱାର୍ଡକୁ ନିଆଯାଇ ଚିକିତ୍ସା କରାଗଲା। ଏହା ପରେ ଧୀରେ ଧୀରେ ଗେଁଜାଲୋ ସୁସ୍ଥ ହେବାରେ ଲାଗିଲେ। ଗେଁଜାଲୋଙ୍କ ପରିବାର ଲୋକଙ୍କ କହିବା ଅନିଯାୟୀ ଏଥିରେ ଭୁଲ୍ ଡାକ୍ତରଙ୍କର ଥିଲା। ତିନି ଜଣ ଡାକ୍ତରଙ୍କ ଭିତରୁ କେବଳ ଜଣେ ଡାକ୍ତର ତାଙ୍କ ଚିକିତ୍ସା କରି ଆଉ ଦୁଇ ଜଣ ତାଙ୍କ କଥାରେ ଏକମତ ହୋଇ ଗେଁଜାଲୋଙ୍କୁ ମୃତ ଘୋଷଣା କରିଥିଲେ।

Related story