ସୁରତ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୨୩କୁ ବଢ଼ିଲା

ସୁରତ: ଶୁକ୍ରବାର ଏକ କୋଚିଂ ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ସଂଖ୍ୟା ୨୩ ଛୁଇଁଛି। ୭ ଜଣ ଛାତ୍ରଛାତ୍ରୀ ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି। ୨ ଜଣ ଭେଣ୍ଟିଲେଟରରେ ଥିବାବେଳେ ୫ ଜଣ ଆଇସିୟୁରେ ଅଛନ୍ତି। ଅନ୍ୟପକ୍ଷରେ ୪ ଜଣଙ୍କର ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି। ୪ମହଲା ବିଶିଷ୍ଟ କୋଠାର ସବା ଉପର ମହଲାରେ ଥିବା ଆର୍ଟସ କୋଚିଂ ସେଣ୍ଟରର ଅଧିକାଂଶ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନେ ମୁଖ୍ୟତଃ […]

surat-fire

Subrat Kumar Nayak
  • Published: Saturday, 25 May 2019
  • , Updated: 25 May 2019, 10:00 PM IST

ସୁରତ: ଶୁକ୍ରବାର ଏକ କୋଚିଂ ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ସଂଖ୍ୟା ୨୩ ଛୁଇଁଛି। ୭ ଜଣ ଛାତ୍ରଛାତ୍ରୀ ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି। ୨ ଜଣ ଭେଣ୍ଟିଲେଟରରେ ଥିବାବେଳେ ୫ ଜଣ ଆଇସିୟୁରେ ଅଛନ୍ତି। ଅନ୍ୟପକ୍ଷରେ ୪ ଜଣଙ୍କର ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି।

୪ମହଲା ବିଶିଷ୍ଟ କୋଠାର ସବା ଉପର ମହଲାରେ ଥିବା ଆର୍ଟସ କୋଚିଂ ସେଣ୍ଟରର ଅଧିକାଂଶ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନେ ମୁଖ୍ୟତଃ ୧୪-୧୭ ବର୍ଷ ବୟସ ବର୍ଗର। ଏପରିକି ସେମାନଙ୍କ ମଧ୍ୟରୁ କିଛି ଦ୍ୱାଦଶ ପରୀକ୍ଷା ଦେଇ ଫଳାଫଳ ପ୍ରକାଶ ଅପେକ୍ଷାରେ ଥିଲେ।

ସରକାରୀ ସୂତ୍ରରୁ ଜଣାଯାଇଛି, ନିଆଁ ତଳ ମହଲାରୁ ଆରମ୍ଭ ହୋଇଥିଲା ଏବଂ ଉପର ମହଲା ପହଞ୍ଚିଯାଇଥିଲା। କିଛି ଛାତ୍ରଛାତ୍ରୀ ନିଜକୁ ବଞ୍ଚାବାକୁ ବାଲକୋନୀକୁ ପଳାଇଥିଲେ, ଫଳରେ ସେଠାରେ ଫସିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ପହିବା ଅନୁଯାୟୀ, ତକ୍ଷଶିଲା କୋଠାରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଥିଲେ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜୀବନ ବିକଳରେ ତଳକୁ ଡେଇଁ ପଡୂଥିବାର ଦୃଶ୍ୟ କଏଦ ହୋଇଛି।

Related story