ସରିଲା ସଂସଦର ଶୀତ ଅଧିବେଶନ, ପାରିତ ହୋଇପାରିଲାନି ବହୁ ପ୍ରତିକ୍ଷିତ ଟ୍ରିପଲ ତଲାକ  ବିଲ୍

ନୂଆଦିଲ୍ଲୀ: ସଂସଦରେ ପୁଣି ଝୁଲିଲା ଟ୍ରିପଲ ତଲାକ ବିଲ୍ । ଶୀତ ଅଧିବେଶନ ସରିବା ପରେ ଶୀତଳଭଣ୍ଡାରକୁ ଚାଲିଯାଇଛି ଏହି ବିଲ୍  ।ଚଳିତ ଶୀତ ଅଧିବେଶନରେ ରାଜ୍ୟସଭାରେ ବିଲ୍ ଗୃହୀତ ହୋଇପାରିନାହିଁ ।ବଜେଟ ଅଧିବେଶନରେ ଏହି ବିଲ ପୁଣିଥରେ ଆସିବା ସମ୍ଭାବନା ରହିଛି। ଟ୍ରିପଲ ତଲାକ ନିରୋଧ ବିଲ୍କୁ ନେଇ ବେଶ ଚର୍ଚ୍ଚାର ଘେରକୁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ପୂର୍ଣ୍ଣ ସମର୍ଥନରେ ଗୃହୀତ ହୋଇଥିଲା ଏହି ତିନ୍ ତଲାକ ନିରୋଧ ବିଲ୍  ଲୋକସଭା ପରେ […]

Rajya-Sabha-election-2016-schedule

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 10:16 PM IST

ନୂଆଦିଲ୍ଲୀ: ସଂସଦରେ ପୁଣି ଝୁଲିଲା ଟ୍ରିପଲ ତଲାକ ବିଲ୍ । ଶୀତ ଅଧିବେଶନ ସରିବା ପରେ ଶୀତଳଭଣ୍ଡାରକୁ ଚାଲିଯାଇଛି ଏହି ବିଲ୍  ।ଚଳିତ ଶୀତ ଅଧିବେଶନରେ ରାଜ୍ୟସଭାରେ ବିଲ୍ ଗୃହୀତ ହୋଇପାରିନାହିଁ ।ବଜେଟ ଅଧିବେଶନରେ ଏହି ବିଲ ପୁଣିଥରେ ଆସିବା ସମ୍ଭାବନା ରହିଛି। ଟ୍ରିପଲ ତଲାକ ନିରୋଧ ବିଲ୍କୁ ନେଇ ବେଶ ଚର୍ଚ୍ଚାର ଘେରକୁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ପୂର୍ଣ୍ଣ ସମର୍ଥନରେ ଗୃହୀତ ହୋଇଥିଲା ଏହି ତିନ୍ ତଲାକ ନିରୋଧ ବିଲ୍  ଲୋକସଭା ପରେ ରାଜ୍ୟ ସଭାରେ ଆଗତ ହୋଇଥିଲା  ତେବେ ରାଜ୍ୟସଭାରେ ବିରୋଧୀଙ୍କ ଆପତ୍ତି ଯୋଗୁଁ ବିଲକୁ ନେଇ ପୂର୍ଣ୍ଣ ସହମତି ହୋଇପାରି ନ ଥିଲା । ବିରୋଧୀଙ୍କ ସମର୍ଥନ ଜୁଟାଇବାରେ ଫେଲ ମାରିଥିଲେ ସରକାର । ତିନ ତଲାକ ବିଧେୟକକୁ ପୂର୍ଣ୍ଣ ବିରୋଧ କରୁ ନ ଥିଲେ ମଧ୍ୟ କିଛି ପ୍ରସଙ୍ଗରେ ସଂଶୋଧନ ଦାବି କରିଥିଲେ ।ବିରୋଧୀ  ବିଲ୍‌କୁ ସଂସଦର ସିଲେକ୍ଟ କମିଟିକୁ ପଠାଇବାକୁ ଅଡି ବସିଥିଲେ କଂଗ୍ରେସ ସମେତ ଅନ୍ୟ ବିରୋଧୀ  ଏହାକୁ ନେଇ ଅଚଳାବସ୍ଥା ଲାଗି ରହିବାରୁ ଗୃହରେ ଆସିପାରି ନ ଥିଲା ତିନ ତଲାକ୍ ନିରୋଧ ବିଲ୍

ସୂଚନାଯାଗ୍ୟ, ତିନ ତଲାକକୁ ସୁପ୍ରିମକୋର୍ଟ ବେଆଇନ ଦର୍ଶାଇବା ସହ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାର ଏହାକୁ ନେଇ ପରାମର୍ଶ ଦେବାକୁ କହିଥିଲେ ।ତିନ୍ ତଲାକ୍ ରୋକିବାକୁ ସଂସଦରେ ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।  ବିଷଦ ଆଲୋଚନା ପରେ, ଗତ ଡିସେମ୍ବର ୨୮ରେ ଏହି ବିଲ୍ ଲୋକସଭାରେ ଆଗତ ହେବାସହ ପୂର୍ଣ୍ଣ ସମର୍ଥନରେ ଗୃହୀତ ହୋଇଥିଲା ମୁସଲିମ ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କର ଏହା ଐତିହାସିକ ପଦକ୍ଷେପ ବୋଲି କହିଥିଲେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। ବିଲ୍‌କୁ ମୁସଲିମ ମହିଳାମାନେ ସ୍ୱାଗତ କରିଥିବାବେଳେ, ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଏବଂ ଅଲ ଇଣ୍ଡିଆ ମୁସଲିମ ମହିଳା ପର୍ସନଲ ଲ ବୋର୍ଡ ବିରୋଧ କରିଥିଲେ ।

Related story