‘୧୪ ପରେ ସ୍କୁଲ ଓ କଲେଜ୍‌ ଖୋଲିବା ନେଇ ନିଷ୍ପତ୍ତି’

ନୂଆଦିଲ୍ଲୀ: ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ସରିବା ପରେ ସ୍କୁଲ୍‌ ଓ କଲେଜ୍‌ ଖୋଲିବା ନେଇ ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ କହିଛନ୍ତି। ଏପ୍ରିଲ ୧୪ ପରେ କରୋନା ଭାଇରସ୍‌ର ପ୍ରକୋପ ବାବଦରେ ସମୀକ୍ଷା ହେବାର ଅଛି। ଏହାପରେ ଯାଇ ଶିକ୍ଷାନୁଷ୍ଠାନ କେବେ ଖୋଲାଯିବ ସେ ବାବଦରେ ନିଷ୍ପତ୍ତି ନିଆଯିବ। ରମେଶ କହିଛନ୍ତି, “ଛାତ୍ର ଓ ଶିକ୍ଷକଙ୍କ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି ମଧ୍ୟ କହିଛନ୍ତି, ଏପ୍ରିଲ […]

corona

Subrat Kumar Nayak
  • Published: Sunday, 05 April 2020
  • , Updated: 05 April 2020, 08:44 PM IST

ନୂଆଦିଲ୍ଲୀ: ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ସରିବା ପରେ ସ୍କୁଲ୍‌ ଓ କଲେଜ୍‌ ଖୋଲିବା ନେଇ ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ କହିଛନ୍ତି। ଏପ୍ରିଲ ୧୪ ପରେ କରୋନା ଭାଇରସ୍‌ର ପ୍ରକୋପ ବାବଦରେ ସମୀକ୍ଷା ହେବାର ଅଛି। ଏହାପରେ ଯାଇ ଶିକ୍ଷାନୁଷ୍ଠାନ କେବେ ଖୋଲାଯିବ ସେ ବାବଦରେ ନିଷ୍ପତ୍ତି ନିଆଯିବ।

ରମେଶ କହିଛନ୍ତି, “ଛାତ୍ର ଓ ଶିକ୍ଷକଙ୍କ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି ମଧ୍ୟ କହିଛନ୍ତି, ଏପ୍ରିଲ ୧୪ ପରେ ମଧ୍ୟ ସ୍କୁଲ ଓ କଲେଜ୍‌ ବନ୍ଦ ରହିଲେ ଯେପରି କାହାର ପାଠପଢ଼ା ନଷ୍ଟ ନହୁଏ ସେ ବାବଦରେ ଧ୍ୟାନ ଦିଆଯିବ। ଲକ୍‌ଡାଉନ୍ ହଟିଲ ବାକି ରହିଥିବା ପରୀକ୍ଷା ଏବଂ ଖାତାଦେଖା କରାଯିବ।

ସୂଚନାଯୋଗ୍ୟ ଯେ, ୨୧ ଦିନିଆ ଲକ୍‌ଡାଉନ୍‌ ଆସନ୍ତା ୧୪ ତାରିଖରେ ସରିବ। ସରକାରଙ୍କ ପକ୍ଷରୁ ସୂଚନା ରହିଛି, ଏହାର ଅବଧି ବଢ଼ାଯିବାର ନାହିଁ। ଲକ୍‌ଡାଉନ୍‌ ପୂର୍ବରୁ ହିଁ ବିଭିନ୍ନ ପରୀକ୍ଷା ବନ୍ଦ କରାଯିବା ସହ ଶିକ୍ଷାଦାନ ଆଦି ବନ୍ଦ ରହିଛି।

Related story