ଆହୁରି ବିଗିଡ଼ିଲା ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଛି। ପୂର୍ବରୁ ବ୍ରେନ ସର୍ଜରୀ ପରେ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା। ଏହି ସମୟରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ଏଥିପାଇଁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରେ ଲାଗିଛି। ଅଗଷ୍ଟ ୧୦ ତାରିଖରୁ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରଣବ ମୁଖାର୍ଜୀ ଏବେ ବି ଗଭୀର କୋମାରେ ରହିଛନ୍ତି। ହସ୍ପିଟାଲ ପକ୍ଷରୁ କୁହାଯାଇଛି […]

n

Hemant Lenka
  • Published: Monday, 31 August 2020
  • , Updated: 31 August 2020, 02:48 PM IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଛି। ପୂର୍ବରୁ ବ୍ରେନ ସର୍ଜରୀ ପରେ ତାଙ୍କୁ ଭେଣ୍ଟିଲେଟର ରଖାଯାଇଥିଲା। ଏହି ସମୟରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ଏଥିପାଇଁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରେ ଲାଗିଛି।

ଅଗଷ୍ଟ ୧୦ ତାରିଖରୁ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରଣବ ମୁଖାର୍ଜୀ ଏବେ ବି ଗଭୀର କୋମାରେ ରହିଛନ୍ତି। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଗତକାଲି ଠାରୁ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଫୁସଫୁସ ସଂକ୍ରମଣ ଯୋଗୁ ସେ ସେପ୍ଟିକ ଶକ୍‌ରେ ରହିଛନ୍ତି।

ତାଙ୍କ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ର ନଜର ରହିଛି। ସେ ଏବେ ବି ଗଭୀର କୋମା ଓ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀ ଅଗଷ୍ଟ ୧୦ରେ ହସ୍ପିଟାଲରେ ଆଡମିଟ ହେବା ପରେ ତାଙ୍କର ବ୍ରେନ ସର୍ଜରୀ କରାଯାଇଥିଲା। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ଥିବା ମଧ୍ୟ ଜଣାପଡ଼ିଥିଲା। ବ୍ରେନ ସର୍ଜରୀ ପରେ ସେ ଭେଣ୍ଟିଲେଟରରେ ହିଁ ରହିଛନ୍ତି।

Related story