ନୂଆଦିଲ୍ଲୀ: ଭାରତୀୟ ନୌବାହିନୀ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସକ୍ଷମ। ଭାରତର ସୀମାନ୍ତବର୍ତ୍ତି ଜଳପଥରେ କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ସୂଚାର ରୂପେ ମୁକାବିଲା କରିବାକୁ ନୌବାହିନୀର ଯଥେଷ୍ଟ କ୍ଷମତା ରହିଛି ବୋଲି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ପଶ୍ଚିମ ତଟବର୍ତ୍ତି ଅଞ୍ଚଳରେ ନୌବାହିନୀର ପ୍ରଦର୍ଶନ ଦେଖିବା ପରେ ସୀତାରମଣ ଏହା କହିଛନ୍ତି। ଏହି ପ୍ରଦର୍ଶନରେ ଭାରତୀୟ ନୌସେନାର ୧୦ରୁ ଅଧିକ ଯୁଦ୍ଧପୋତ, ବିମାନ ବାହାକ ଭାବେ ଜଣାଶୁଣା ଆଇଏନ୍ଏସ୍ ବିକ୍ରମାଦିତ୍ୟ, ୩ ବୁଡାଯାହାଜ ସହ ଅନେକ ନୌବିମାନ ସାମିଲ ହୋଇଥିଲା।
ନୌବାହିନୀ ପକ୍ଷରୁ କୁହାଯାଇଛି ଯେ, ସୋମାବାରଠାରୁ ଆରମ୍ଭ ହୋଇଥିବା ଏହି ୨ଦିନିଆ ପ୍ରଦର୍ଶନ ବେଳେ ପ୍ରତିରକ୍ଷା ମନ୍ତ୍ରୀ air interceptions, ମିସାଇଲ, ବନ୍ଧୁକ ଓ ରକେଟ ଫାୟାରିଂ ସହ ଜାହାଜରୁ ଜାହାଜକୁ ଉତ୍କ୍ଷେପଣ, ରାତ୍ର ଉଡାଣ, ବୁଡା ଜାହାଜର କଳାକୌଶଳ ଭଳି ଜଟିଳ ପରୀକ୍ଷା ସମ୍ପର୍କରେ ଅବଗତ ହୋଇଛନ୍ତି।
ଗୋଆ ନିକଟବର୍ତ୍ତି ପଶ୍ଚିମ ତଟବର୍ତ୍ତି ଅଞ୍ଚଳରୁ ସେନା ପରୀକ୍ଷାମୂଳକ ଭାବ କିଭଳି କାର୍ଯ୍ୟ ସମ୍ପାଦନ କରିବ ସେ ନେଇ ଅବଗତ କରାଇବା ଏହି ପ୍ରଦର୍ଶନର ପ୍ରମୁଖ ଲକ୍ଷ୍ୟ ଥିଲା। ସୀତାରମଣ ପ୍ରଥମ ଦଫାରେ ଆଇଏନ୍ଏସ୍ କୋଲକତାର ପ୍ରଦର୍ଶନକୁ ପରଖି ଥିବା ବେଳେ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ସମୁଦ୍ର ମଧ୍ୟରେ ରାତ୍ରୀଯାପନ କରିଥିଲେ।
ନୌବାହିନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଆପତକାଳୀନ ପରିସ୍ଥିତିରେ ଏହି ବାହକଗୁଡିକ କିଭଳି ପ୍ରଦର୍ଶନ କରୁଛନ୍ତି ସେ ସମ୍ପର୍କରେ ଜାଣିବା ଲାଗି ୮ ତାରିଖ ରାତିରେ ପ୍ରତୀରକ୍ଷା ମନ୍ତ୍ରୀ ସୀତାରମଣନ ନିଜ ଏସ୍କଟ୍ ଟିମ୍ ସହ ଯାଞ୍ଚ କରିବାକୁ ପହଞ୍ଚିଥିଲେ।