ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧାଚିଠିକୁ ନେଇ ବିବାଦ, ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ରାଫେଲ ଡିଲ୍‌କୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଚିଠିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଆଉ ଏକ ସ୍ତରରେ ପହଞ୍ଚିଛି। ଏହି ଚିଠି ଆଧାରରେ ଏକ ଇଂରାଜୀ ସଂବାଦପତ୍ର ଖବର ପ୍ରକାଶ କରିଥିଲା ଯେ ଫ୍ରାନ୍ସ ସହିତ ରାଫେଲ୍‌ ଡିଲ୍‌ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍‌ଓ ହସ୍ତକ୍ଷେପ କରିଥିଲେ। କିନ୍ତୁ ପରେ ଜଣାଯାଇଛି ଗୋଟିଏ ପୃଷ୍ଠାର ଶେଷ ଅଂଶଟିକୁ ବାଦ୍‌ ଦେଇ ଏହି ଖବର ପ୍ରକାଶ କରାଯାଇଥିଲା। ୨୦୧୫ ମସିହା ଡିସେମ୍ବର ୧ରେ ତତ୍କାଳୀନ […]

parikar

Subrat Kumar Nayak
  • Published: Friday, 08 February 2019
  • , Updated: 08 February 2019, 06:38 PM IST

ନୂଆଦିଲ୍ଲୀ: ରାଫେଲ ଡିଲ୍‌କୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଚିଠିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଆଉ ଏକ ସ୍ତରରେ ପହଞ୍ଚିଛି। ଏହି ଚିଠି ଆଧାରରେ ଏକ ଇଂରାଜୀ ସଂବାଦପତ୍ର ଖବର ପ୍ରକାଶ କରିଥିଲା ଯେ ଫ୍ରାନ୍ସ ସହିତ ରାଫେଲ୍‌ ଡିଲ୍‌ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍‌ଓ ହସ୍ତକ୍ଷେପ କରିଥିଲେ। କିନ୍ତୁ ପରେ ଜଣାଯାଇଛି ଗୋଟିଏ ପୃଷ୍ଠାର ଶେଷ ଅଂଶଟିକୁ ବାଦ୍‌ ଦେଇ ଏହି ଖବର ପ୍ରକାଶ କରାଯାଇଥିଲା।
୨୦୧୫ ମସିହା ଡିସେମ୍ବର ୧ରେ ତତ୍କାଳୀନ ପ୍ରତିରକ୍ଷା ସଚିବ ଜି ମୋହନ କୁମାର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଥିଲେ ଯେ ପିଏମ୍‌ଓ ରାଫେଲ ଡିଲ୍‌ରେ ହସ୍ତକ୍ଷେପ କରୁଛନ୍ତି।

କିନ୍ତୁ ଏଥିରେ କେବଳ ସେତିକି ନଥିଲା। ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଏ ସମ୍ପର୍କିତ ଏକ ନୋଟ ମଧ୍ୟ ଏଥିରେ ରହିଥିଲା, କିନ୍ତୁ ଜାଣିଶୁଣି ଏହାକୁ ବାଦ୍‌ ଦେଇ ସମ୍ପୃକ୍ତ ସଂବାଦପତ୍ରରେ ଉକ୍ତ ରିପୋର୍ଟ ପ୍ରକାଶ କରାଯାଇଥିଲା। ୧୧ ଜାନୁଆରୀ ୨୦୧୬ର ଏହି ଫାଇଲ ନୋଟରେ ପାରିକର କହିଥିଲେ, “ପିଏମ୍‌ଓ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ପ୍ରସଙ୍ଗର ଅଗ୍ରଗତି ବାବଦରେ ବୁଝିବା ପାଇଁ ଦୃଷ୍ଟି ରଖିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ଶିଖର ବୈଠକରେ ଏ ବିଷୟରେ ନିଷ୍ପତ୍ତି ହୋଇଥିଲା। ପାରାଗ୍ରାଫ୍‌-୫ରେ (ପ୍ରତିରକ୍ଷା ସଚିବଙ୍କ)ଦିଆଯାଇଥିବା ମତ ଆବଶ୍ୟକତା ଠାରୁ ଅଧିକ ପ୍ରତିକ୍ରିୟାଶୀଳ ହେବାପରି ଲାଗୁଛି। ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରନ୍ତୁ।”

ମୋହନ କୁମାର ଆଜି ଏଏନ୍‌ଆଇକୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି, “ଏହା ଡିଲ୍‌ର ଦର ସମ୍ପର୍କିତ ନଥିଲ। ଏହା ସଭରେନ୍‌ ଗ୍ୟାରେଣ୍ଟୀ ଓ ଟର୍ମସ ଆଣ୍ଡ କଣ୍ଡିସନ୍‌ ବାବଦରେ ଥିଲା। ଯାହା କିଛି ବି ଆଲୋଚନା ହୋଇଥିଲା ତାହାର ଦର ସହିତ କିଛି ସମ୍ପର୍କ ନାହିଁ।”

Related story