ପୁଣି ସୁପ୍ରିମକୋର୍ଟରେ ବିରୋଧୀ; ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ୫୦% ଭୋଟ ଆଗୁଆ ଗଣତି ଦାବି

ନୂଆଦିଲ୍ଲୀ: ଇଭିଏମ୍‌ ଓ ଭିଭିପ୍ୟାଟ୍‌ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ୨୧ଟି ବିରୋଧୀ ଦଳ। ନିର୍ବାଚନ ଫଳାଫଳ ପଛେ ବିଳମ୍ବ ହେଉ, କିନ୍ତୁ ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ୫୦ ପ୍ରତିଶତ ଭୋଟ୍‌ ଆଗୁଆ ଗଣତି ହେଉ ବୋଲି ସୁପ୍ରିମକୋର୍ଟରେ ଦାବି କରିଛନ୍ତି ବିରୋଧୀ। ତେଲୁଗୁ ଦେଶମ୍‌ ପାର୍ଟି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି, ନିର୍ବାଚନ ଫଳାଫଳ ୬ ଦିନ ପଛେ ବିଳମ୍ବ ହେଉ କିନ୍ତୁ ୫୦ ପ୍ରତିଶତ ଭିଭିପ୍ୟାଟ୍‌ ଓ ଇଭିଏମ୍‌ ଭୋଟ୍‌ର […]

evm

Subhransu Sekhar
  • Published: Sunday, 07 April 2019
  • , Updated: 07 April 2019, 12:43 PM IST

ନୂଆଦିଲ୍ଲୀ: ଇଭିଏମ୍‌ ଓ ଭିଭିପ୍ୟାଟ୍‌ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ୨୧ଟି ବିରୋଧୀ ଦଳ। ନିର୍ବାଚନ ଫଳାଫଳ ପଛେ ବିଳମ୍ବ ହେଉ, କିନ୍ତୁ ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ୫୦ ପ୍ରତିଶତ ଭୋଟ୍‌ ଆଗୁଆ ଗଣତି ହେଉ ବୋଲି ସୁପ୍ରିମକୋର୍ଟରେ ଦାବି କରିଛନ୍ତି ବିରୋଧୀ।

ତେଲୁଗୁ ଦେଶମ୍‌ ପାର୍ଟି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି, ନିର୍ବାଚନ ଫଳାଫଳ ୬ ଦିନ ପଛେ ବିଳମ୍ବ ହେଉ କିନ୍ତୁ ୫୦ ପ୍ରତିଶତ ଭିଭିପ୍ୟାଟ୍‌ ଓ ଇଭିଏମ୍‌ ଭୋଟ୍‌ର ଆଗୁଆ ଗଣତି ହେଉ।

ପୂର୍ବରୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନିର୍ବାଚନ କମିସନ ନିଜର ପକ୍ଷ ରଖିଥିଲେ। ଯଦି ୫୦ ପ୍ରତିଶତ ଇଭିଏମ୍ ଓ ଭିଭିପ୍ୟାଟ୍‌ର ଭୋଟ୍‌ ଆଗୁଆ ଗଣତି ହୋଇ ମିଶାଯିବ ତା’ହେଲେ ଏଥିପାଇଁ ୫.୨ ଦିନ ଅଧିକ ସମୟ ଲାଗିବ ବୋଲି ନିର୍ବାଚନ କମିସନ କହିଥିଲେ।

ଏହାପରେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ପକ୍ଷକୁ ଆଧାର କରି ସୁପ୍ରିମକୋର୍ଟରେ ଦାବି କରିଛନ୍ତି ଯେ ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଭୋଟ୍‌ ଗଣତିରେ ଯଦି ୫.୨ ଦିନ ବିଳମ୍ବ ହୁଏ, ତା’ହେଲେ ସମସ୍ୟା ନାହିଁ।

ବରିଷ୍ଠ ଆଇନଜୀବୀ ଏ.ଏମ ସିଙ୍ଗଭିଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ଭିଭିପ୍ୟାଟ୍‌ ଓ ଇଭିଏମର ୫୦ ପ୍ରତିଶତ ଭୋଟ୍‌ ଗଣତି ପାଇଁ ଅଧିକ ମାନବ ସମ୍ବଳର ଆବଶ୍ୟକତା ନାହିଁ । ଭୋଟ୍ ମିଶାଇବା ପାଇଁ ୫.୨ ଦିନ ନୁହେଁ, ବରଂ ୧.୩ ଦିନ ଲାଗିବ।

ସୂଚନାଯୋଗ୍ୟ, ପୂର୍ବରୁ ବିରୋଧୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଭିଭିପ୍ୟାଟ୍‌ ଓ ଇଭିଏମର ୫୦ ପ୍ରତିଶତ ଭୋଟ୍ ଆଗୁଆ ଗଣତି କରିବାକୁ ଆବେଦନ କରିଥିଲେ। ଏହା ସହିତ ଭିଭିପ୍ୟାଟ୍‌ ସଂଖ୍ୟା ବଢ଼ାଇବାକୁ କହିଥିଲେ।

ବିରୋଧୀଙ୍କ ଦାବିକୁ ଆଧାର କରି ନିର୍ବାଚନ କମିସନଙ୍କୁ ପକ୍ଷ ରଖିବାକୁ ସୁପ୍ରିମକୋର୍ଟ କହିଥିଲେ। ନିର୍ବାଚନ କମିସନ ନିଜ ପକ୍ଷ ରଖି କହିଥିଲେ ଯେ ଭିଭିପ୍ୟାଟ୍‌ ସଂଖ୍ୟା ବଢ଼ାଇବାର କୌଣସି ଆବଶ୍ୟକତା ନାହିଁ। ତେବେ ଆଗୁଆ ଭୋଟ୍‌ ଗଣତି ହେଲେ ଫଳାଫଳରେ ବିଳମ୍ବ ହେବ।

Related story