ପ୍ରେମ କରି ଦେଲା ଚୋର! ଏବେ ହାଜତରେ, ପଢ଼ି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରରେ ସମସ୍ତେ ଅନ୍ଧ! ବିଶେଷ କରି ପୁଅଙ୍କ କ୍ଷେତ୍ରରେ! ପ୍ରେମିକାକୁ ମନେଇ ରଖିବାକୁ ଏମାନେ ସବୁ ପ୍ରକାର ଚେଷ୍ଟା କରନ୍ତି! ଆଉ ବେଳେ ବେଳେ ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ। ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ବହନ କରିବାକୁ ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ଦାଦାଙ୍କ କାର୍‌ ଚୋରି କରି ବିକି ଦେଇଥିଲେ। ହେଲେ କଥାଟା ବେଶୀ ଦିନ ଲୁଚି ରହିଲା ନାହିଁ। ମାତ୍ର ଚାରି ଦିନ […]

arrest

arrest

Rakesh Mallick
  • Published: Sunday, 21 May 2017
  • Updated: 21 May 2017, 11:23 AM IST

Sports

Latest News

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରରେ ସମସ୍ତେ ଅନ୍ଧ! ବିଶେଷ କରି ପୁଅଙ୍କ କ୍ଷେତ୍ରରେ! ପ୍ରେମିକାକୁ ମନେଇ ରଖିବାକୁ ଏମାନେ ସବୁ ପ୍ରକାର ଚେଷ୍ଟା କରନ୍ତି! ଆଉ ବେଳେ ବେଳେ ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ। ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ବହନ କରିବାକୁ ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ଦାଦାଙ୍କ କାର୍‌ ଚୋରି କରି ବିକି ଦେଇଥିଲେ। ହେଲେ କଥାଟା ବେଶୀ ଦିନ ଲୁଚି ରହିଲା ନାହିଁ। ମାତ୍ର ଚାରି ଦିନ ମଧ୍ୟରେ ପୋଲିସ୍ ଘଟଣାର ପର୍ଦ୍ଦାଫାଶ କରିବା ସହିତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ ସିଦ୍ଧାର୍ଥ।

ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ପରିବାର ସହ ରହନ୍ତି ସିଦ୍ଧାର୍ଥ। ସେ ଥିଲେ ପରିବାରର ସମସ୍ତଙ୍କ ନୟନପିତୁଳା। ତେଣୁ ସେ କାର୍ (ହୁଣ୍ଡାଇ ଆଇ୨୦) ଚୋରି କରି ଥିବେ ବୋଲି କେହି ତିଳେ ମାତ୍ର ଆଶଙ୍କା କରି ନ ଥିଲେ। ହେଲେ ଘର ଲୋକଙ୍କ ବିଶ୍ୱାସକୁ ଚୂରମାର କରି ଦେଇଥିଲେ ସିଦ୍ଧାର୍ଥ। ଗର୍ଲଫ୍ରେଣ୍ଡର ଖର୍ଚ୍ଚ ବହନ କରିବାକୁ ମଉକା ଦେଖି ସେ ଘର ବାହାରେ ଥୁଆ ଯାଇଥିବା ତାଙ୍କ ଦାଦାଙ୍କ କାର୍‌କୁ ଚୋରି କରିଥିଲେ। କାର୍ ଚୋରି କରିବାକୁ ସେ ନକଲି ଚାବି ବ୍ୟବହାର କରିଥିଲେ।

ଦିଲ୍ଲୀ ପୋଲିସ୍‌ର ଡେପୁଟି କମିଶନର (ସେଣ୍ଟ୍ରାଲ୍‌) ଏମ୍‌.ଏସ୍‌ ରାନ୍ଧୱା କହିଛନ୍ତି ଯେ ସିଦ୍ଧାର୍ଥ କାର୍‌ଟିକୁ ଚୋରି କରି କୌଶମ୍ବିର ଏକ ନିଛାଟିଆ ସ୍ଥାନରେ ପାର୍କିଂ କରି ଦେଇଥିଲେ। ଘରକୁ ଫେରି ସେ କହିଥିଲେ କାର୍ ଚୋରି ହୋଇଯାଇଛି। ଏପରିକି ସେ ତାଙ୍କ ବାପା ଓ ଦାଦାଙ୍କ ସହ ଥାନା ଆସିଥିଲେ ଅଭିଯୋଗ କରିବାକୁ। ଚାରି ଦିନ ଧରି ସେ ତଦନ୍ତକାରୀ ଅଧିକାରୀଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇଥିଲେ। ଇତି ମଧ୍ୟରେ କାର୍‌ଟିକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜିବାକୁ ସେ ତାଙ୍କର ଜଣେ ସାଙ୍ଗକୁ କହିଥିଲେ। ଶେଷରେ ସେମାନେ ଜଣେ ଗ୍ରାହକ ପାଇ ଯାଇଥିଲେ। ଦରିୟାଗଞ୍ଜର ଜଣେ ବ୍ୟକ୍ତି ୫ ଲକ୍ଷ ଟଙ୍କାରେ କାର୍‌ କିଣିବାକୁ ରାଜି ହୋଇଥିଲେ। କାର୍ ଦେଖାଇବା ପାଇଁ ରାଜଘାଟକୁ ଆସିବାକୁ ଉକ୍ତ ବ୍ୟକ୍ତି ସିଦ୍ଧାର୍ଥଙ୍କୁ କହିଥିଲେ। ପୋଲିସ୍ ପାଖରେ ଏନେଇ ସୂଚନା ଥିଲା। ରାଜଘାଟରେ ସିଦ୍ଧାର୍ଥଙ୍କୁ ଗିରଫ କରାଗଲା ଓ କାର୍ ଜବତ ହେଲା। ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସିଦ୍ଧାର୍ଥ ଏକ ଘରୋଇ କଂପାନୀରେ ସେଲ୍‌ସ୍ ଏକ୍ଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରୁଥିଲେ। ସେ ଏମ୍‌ବିଏ କରୁଥିବା ଜଣେ ଝିଅ ସହିତ ଡେଟିଂ କରୁଥିଲେ ଓ ତାଙ୍କର ଖର୍ଚ୍ଚ ବହନ କରୁଥିଲେ। ତେବେ ଚାକିରିରୁ ତଡ଼ା ଖାଇବା ପରେ ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ବହନ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା। ତେଣୁ ସେ କାର୍ ଚୋରି କରିଥିଲେ ବୋଲି ପୋଲିସ୍‌କୁ କହିଛନ୍ତି।

ସିଦ୍ଧାର୍ଥଙ୍କ ଏ କାରନାମାରେ ତାଙ୍କ ପରିବାର ଲୋକେ ତାଜୁବ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story