ଦିଲ୍ଲୀ ଅଣାଯିବ ସିଆଚୀନ୍‌ର ୯ ସେନାଙ୍କ ପ୍ରାର୍ଥିବ ଶରୀର

ଜମ୍ମୁ: ସିଆଚୀନର ବରଫ ଗଦାରେ ପୋତି ହୋଇ ସହିଦ୍ ହୋଇଥିବା ୯ ସେନା କର୍ମଚାରୀଙ୍କ ପ୍ରାର୍ଥିବ ଶରୀରକୁ ରବିବାର ଦିଲ୍ଳୀ ଅଣାଯିବ। ଶନିବାର ପାଗ ଭଲ ହେବା ପରେ ସହିଦଙ୍କ ପ୍ରାର୍ଥିବ ଶରୀରକୁ ସିଆଚୀନ୍‌ର ବେସ୍ କ୍ୟାମ୍ପକୁ ଅଣାଯାଇଥିଲା। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାଗ ଟିକେ ଭଲ ହେବା ପରେ ହେଲିକପ୍ଟର ଯୋଗେ ପ୍ରାର୍ଥିବ ଶରୀର ସିଆଚୀନ ବେସକୁ ଅଣାଯାଇଛି। ତେବେ ସିଆଚୀନ ବେସ୍ କ୍ୟାମ୍ପ୍ ଓ ଲେହ ମଧ୍ୟରେ ପାଗ ଖରାପ ଥିବାରୁ ପ୍ରାର୍ଥିବ […]

siachin

siachin

Rakesh Mallick
  • Published: Sunday, 14 February 2016
  • Updated: 14 February 2016, 08:20 AM IST

Sports

Latest News

ଜମ୍ମୁ: ସିଆଚୀନର ବରଫ ଗଦାରେ ପୋତି ହୋଇ ସହିଦ୍ ହୋଇଥିବା ୯ ସେନା କର୍ମଚାରୀଙ୍କ ପ୍ରାର୍ଥିବ ଶରୀରକୁ ରବିବାର ଦିଲ୍ଳୀ ଅଣାଯିବ। ଶନିବାର ପାଗ ଭଲ ହେବା ପରେ ସହିଦଙ୍କ ପ୍ରାର୍ଥିବ ଶରୀରକୁ ସିଆଚୀନ୍‌ର ବେସ୍ କ୍ୟାମ୍ପକୁ ଅଣାଯାଇଥିଲା।

ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାଗ ଟିକେ ଭଲ ହେବା ପରେ ହେଲିକପ୍ଟର ଯୋଗେ ପ୍ରାର୍ଥିବ ଶରୀର ସିଆଚୀନ ବେସକୁ ଅଣାଯାଇଛି। ତେବେ ସିଆଚୀନ ବେସ୍ କ୍ୟାମ୍ପ୍ ଓ ଲେହ ମଧ୍ୟରେ ପାଗ ଖରାପ ଥିବାରୁ ପ୍ରାର୍ଥିବ ଶରୀର ଲେଦାଖ ଅଣାଯାଇ ପାରି ନ ଥିଲା।

ପାକିସ୍ତାନ ସହ ଲାଗିଥିବା ନିୟନ୍ତ୍ରଣ ରେଖାର ପ୍ରାୟ ୧୯,୬୦୦ ଫୁଟ୍ ଉଚ୍ଚତାରେ ପ୍ରବଳ ତୁଷାରପାତ ଯୋଗୁଁ ବରଫରେ ପୋତି ହୋଇଯିବା ୧୦ ସୁରକ୍ଷାକର୍ମୀ ଜୀବିତ ପୋତି ହୋଇଯାଇଥିଲେ। ଘଟଣାର ୬ଦିନ ପରେ ୩୫ ଫୁଟ ଉଚ୍ଚର ପରଫ କଟାଯିବା ବେଳେ ଲାନ୍ସ ନାୟକ ହନୁମନ୍ଥପାଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ଗତ ଗୁରୁବାର ଦିଲ୍ଲୀର ଆର୍ମି ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos