ଦଙ୍ଗା ଘଟଣାରେ ବାଚସ୍ପତିଙ୍କୁ ୬ ମାସ ଜେଲ

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଧାୟକ ତଥା ବିଧାନସଭା ବାଚସ୍ପତି ରାମ ନିୱାଶ ଗୋଏଲ ଆଜି ୨୦୧୫ ଦଙ୍ଗା ମାମଲାରେ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ସେ ପୂର୍ବ ଦିଲ୍ଲୀ କଲୋନିରେ ନିଜ ସମର୍ଥକଙ୍କ ସହ ମିଶି ଜଣଙ୍କ ଘରେ ବ୍ୟାପକ ଭଙ୍ଗାରୁଜା ଓ ଆକ୍ରମଣ କରିଥିବାରୁ ଏଭଳି ଦଣ୍ଡ ପାଇଛନ୍ତି। ଦିଲ୍ଲୀର ଏକ କୋର୍ଟ ଗୋଏଲଙ୍କ ପୁଅ ସୁମିତ ଓ ତାଙ୍କର ୪ ଜଣ ସହଯୋଗୀଙ୍କୁ ମଧ୍ୟ ମନୀଷ ଘାଇଙ୍କ […]

q

Hemant Lenka
  • Published: Friday, 18 October 2019
  • , Updated: 18 October 2019, 05:00 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଧାୟକ ତଥା ବିଧାନସଭା ବାଚସ୍ପତି ରାମ ନିୱାଶ ଗୋଏଲ ଆଜି ୨୦୧୫ ଦଙ୍ଗା ମାମଲାରେ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ସେ ପୂର୍ବ ଦିଲ୍ଲୀ କଲୋନିରେ ନିଜ ସମର୍ଥକଙ୍କ ସହ ମିଶି ଜଣଙ୍କ ଘରେ ବ୍ୟାପକ ଭଙ୍ଗାରୁଜା ଓ ଆକ୍ରମଣ କରିଥିବାରୁ ଏଭଳି ଦଣ୍ଡ ପାଇଛନ୍ତି।

ଦିଲ୍ଲୀର ଏକ କୋର୍ଟ ଗୋଏଲଙ୍କ ପୁଅ ସୁମିତ ଓ ତାଙ୍କର ୪ ଜଣ ସହଯୋଗୀଙ୍କୁ ମଧ୍ୟ ମନୀଷ ଘାଇଙ୍କ ଘରେ ମାରପିଟ୍‌ କରିବା ପାଇଁ ୬ ମାସ ଲେଖାଏ ଜେଲ ଦଣ୍ଡ ଦେଇଛନ୍ତି।

ଗୋଏଲ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଏହି ଘଟଣାରେ ଅକ୍ଟୋବର ୧୧ରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଦିଲ୍ଲୀ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୦୧୫ ଫେବୃଆରୀ ୬ ତାରିଖ ରାତିରେ ଗୋଏଲ ଏବଂ ତାଙ୍କ ସମର୍ଥକମାନେ ବିବେକ ନଗର ଅଞ୍ଚଳରେ ଥିବା ମନୀଷ ଘାଇଙ୍କ ଘରେ ପହଞ୍ଚି ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ।

Related story