ଦିଲ୍ଲୀରେ ମହିଳାଙ୍କ ମାଗଣା ବସ୍‌ ଯାତ୍ରାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ:ମହିଳାଙ୍କୁ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଡିଟିସି) ଏବଂ ଦିଲ୍ଲୀର କ୍ଲଷ୍ଟର ବସ୍‌ଗୁଡ଼ିକରେ ମାଗଣା ଯାତ୍ରା ଯୋଗାଇଦେଉଥିବା ସ୍କିମ୍‌କୁ ଏବେ ଦିଲ୍ଲୀର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ମଞ୍ଜୁରୀ ଦିଅଯାଇଛି। ଆସନ୍ତା ଅକ୍ଟୋବର ୨୯ରୁ ଏହି ସେବା ଆରମ୍ଭ ହେବ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାଶ ଗେହଲଟ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଣ୍ଡକ୍ଟରମାନଙ୍କ ପାଖରେ ଉପଲବ୍ଧ ‘ସିଙ୍ଗିଲ ଜର୍ଣ୍ଣି ପାସ୍’ ବ୍ୟବହାର କରି ମହିଳାମାନେ […]

ac_bus

Subrat Kumar Nayak
  • Published: Thursday, 29 August 2019
  • , Updated: 29 August 2019, 07:16 PM IST

ନୂଆଦିଲ୍ଲୀ:ମହିଳାଙ୍କୁ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଡିଟିସି) ଏବଂ ଦିଲ୍ଲୀର କ୍ଲଷ୍ଟର ବସ୍‌ଗୁଡ଼ିକରେ ମାଗଣା ଯାତ୍ରା ଯୋଗାଇଦେଉଥିବା ସ୍କିମ୍‌କୁ ଏବେ ଦିଲ୍ଲୀର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ମଞ୍ଜୁରୀ ଦିଅଯାଇଛି।

ଆସନ୍ତା ଅକ୍ଟୋବର ୨୯ରୁ ଏହି ସେବା ଆରମ୍ଭ ହେବ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାଶ ଗେହଲଟ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଣ୍ଡକ୍ଟରମାନଙ୍କ ପାଖରେ ଉପଲବ୍ଧ ‘ସିଙ୍ଗିଲ ଜର୍ଣ୍ଣି ପାସ୍’ ବ୍ୟବହାର କରି ମହିଳାମାନେ ମାଗଣା ବସ୍ ଯାତ୍ରା କରିପାରିବେ। ଯେଉଁମାନେ ମାଗଣା ଯାତ୍ରା ନଚାହିଁବେ ଟିକେଟ୍ କିଣିପାରିବେ।

ଗତ କିଛି ଦିନ ତଳେ ହିଁ ଏହି ମାଗଣା ବସ୍ ଯାତ୍ରା ପାଇଁ ଦିଲ୍ଲୀ ବିଧାନସଭାରେ ଅତିରିକ୍ତ ଭାବେ ୧୪୦ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଛି।

Related story