ଗୁଡ଼ିୟା ଦୁଷ୍କର୍ମ ମାମଲାରେ ୨ ଜଣ ଦୋଷୀ ସାବ୍ୟସ୍ତ, ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଦୁଷ୍କର୍ମକାରୀର ଆକ୍ରମଣ

ନୂଆଦିଲ୍ଲୀ: ୨୦୧୩ ମସିହାର ବହୁ ଚର୍ଚ୍ଚିତ ଅପହରଣ ଓ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦିଲ୍ଲୀରେ ଘଟିଥିବା ଏହି ଅମାନୁଷିକ ଘଟଣାରେ ଜଣେ ୫ ବର୍ଷର ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିଲା। ଏକ ପକ୍ସୋ କୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି। ଆସନ୍ତା ଜାନୁଆରୀ ୩୦ ତାରିଖରେ ଦଣ୍ଡ ବିଧାନ ନେଇ ରାୟ ଆସିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଆଜି କୋର୍ଟ ବାହାରେ ଦୋଷୀ […]

Gudya

Subrat Kumar Nayak
  • Published: Saturday, 18 January 2020
  • , Updated: 18 January 2020, 06:15 PM IST

ନୂଆଦିଲ୍ଲୀ: ୨୦୧୩ ମସିହାର ବହୁ ଚର୍ଚ୍ଚିତ ଅପହରଣ ଓ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦିଲ୍ଲୀରେ ଘଟିଥିବା ଏହି ଅମାନୁଷିକ ଘଟଣାରେ ଜଣେ ୫ ବର୍ଷର ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିଲା। ଏକ ପକ୍ସୋ କୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି। ଆସନ୍ତା ଜାନୁଆରୀ ୩୦ ତାରିଖରେ ଦଣ୍ଡ ବିଧାନ ନେଇ ରାୟ ଆସିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଆଜି କୋର୍ଟ ବାହାରେ ଦୋଷୀ ମନୋଜ ଶାହ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

କୋର୍ଟ ଆଜି ଶୁଣାଣି ସମୟରେ କହିଛନ୍ତି, “ପୀଡ଼ିତାଙ୍କ ସହ ଅତି କଦର୍ଯ୍ୟ ଓ ଘୃଣ୍ୟ ଭାବେ ଏହି ଅପରାଧ ଘଟାଯାଇଥିଲା। ଏହି ଘଟଣା ସମାଜର ବିବେକକୁ ଦୋହଲାଇ ଦେଇଥିଲା।” କୋର୍ଟ ମନୋଜ ଶାହ ଏବଂ ପ୍ରଦୀପ କୁମାରକୁ ଦୋଷୀ ସାବ୍ୟସ୍ତ କରିବା ଅବସରରେ ଏଭଳି କହିଥିଲେ।

ନିର୍ଭୟା ଦୁଷ୍କର୍ମ ଘଟଣାର ମାତ୍ର ୪ ମାସ ପରେ ସମାନ ଦିଲ୍ଲୀ ସହରରେ ଘଟିଥିବା ଏହି ଘଟଣା ବେଶ କିଛି ଦିନ ଧରି ଖବର ମଣ୍ଡନ କରିଥିଲା। ଏହି କଦର୍ଯ୍ୟ ଅପରାଧିକ ଘଟଣା ହୃଦୟ ଥରା କାହାଣୀ ସାରା ଦେଶକୁ ଦୋହଲାଇ ଦେଇଥିଲା। ଗୁଡ଼ିୟା ଛଦ୍ମନାମ ରଖାଯାଇଥିବା ଏହି ନାବାଳିକା ହଠାତ ନିଖୋଜ ହୋଇଯାଇଥିଲେ। ତେବେ ପୁଲିସ୍‌ ଖୋଜିବା ବଦଳରେ ତା’ର ପରିବାର ଲୋକଙ୍କୁ ନିଜେ ଖୋଜିବାକୁ ପରାମର୍ଶ ଦେଇଥିଲା। ସେ ହଜିବାର ୨ ଦିନ ପରେ ସେ ରହୁଥିବା ଘରର ବେସ୍‌ମେଣ୍ଟରୁ ତାକୁ ଉଦ୍ଧାର କରାଯାଇଥିଲା। ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ମହମବତୀ ଏବଂ ବୋତଲର ଟୁକୁଡ଼ା ମିଳିଥିଲା।

ଏହି ଦୁଷ୍କର୍ମକାରୀମାନେ ଗୁଡ଼ିୟାଙ୍କୁ ଦୁଷ୍କର୍ମ କରିବା ପରେ ଅମାନବିକ ଭାବେ ଅତ୍ୟାଚାର କରିଥିଲେ ଏବଂ ମୃତ ଭାବି ମନୋଜ ଶାହର ରୁମ୍‌ରେ ଛାଡ଼ିଯାଇଥିଲେ। ତେବେ ଏହି ଘଟଣାର ୪୦ ଘଣ୍ଟା ପରେ ୨୦୧୩ ମସିହା ଏପ୍ରିଲ ୧୭ରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ସେହିବର୍ଷ ଉଭୟ ଦୋଷୀଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରାଯାଇଥିଲା। ୨୦୧୩ ମସିହା ମେ ୨୪ରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା ଏବଂ ଜୁଲାଇ ୧୧ରେ ଚାର୍ଜ ଫ୍ରେମ୍‌ କରାଯାଇଥିଲା। କିନ୍ତୁ ୫୭ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ ସରିବାକୁ ୫ ବର୍ଷ ଲାଗିଗଲା।

Related story