ସରିଲା ସବୁ ଚାଲ୍‌, ଆସନ୍ତାକାଲି ଝୁଲିବେ ‘ନିର୍ଭୟା ଦୋଷୀ’

ନୂଆଦିଲ୍ଲୀ: ଆସନ୍ତାକାଲି ବା ଶୁକ୍ରବାର ସକାଳ ୫.୩୦ରେ ସମସ୍ତ ୪ ଜଣ ‘ନିର୍ଭୟା ଦୋଷୀ’ଙ୍କୁ ଫାଶୀ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି। କୋର୍ଟ ସମସ୍ତ ଦୋଷୀଙ୍କ ଆବେଦନ ଖାରଜ କରିଛନ୍ତି। ଏଥିସହ କୋର୍ଟ ପୂର୍ବରୁ ଜାରି କରିଥିବା ଡେଥ୍‌ ୱାରେଣ୍ଟରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଦୋଷୀ ମୁକେଶ ସିଂହର ଆବେଦନକୁ ଖାରଜ କରିଛନ୍ତି। ମୁକେଶ ଦର୍ଶାଇଥିଲା ଅପରାଧ ଘଟିବା ଦିନ […]

Nirvaya

Subrat Kumar Nayak
  • Published: Thursday, 19 March 2020
  • , Updated: 19 March 2020, 04:30 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ବା ଶୁକ୍ରବାର ସକାଳ ୫.୩୦ରେ ସମସ୍ତ ୪ ଜଣ ‘ନିର୍ଭୟା ଦୋଷୀ’ଙ୍କୁ ଫାଶୀ ହେବା ନିଶ୍ଚିତ ହୋଇଯାଇଛି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି। କୋର୍ଟ ସମସ୍ତ ଦୋଷୀଙ୍କ ଆବେଦନ ଖାରଜ କରିଛନ୍ତି। ଏଥିସହ କୋର୍ଟ ପୂର୍ବରୁ ଜାରି କରିଥିବା ଡେଥ୍‌ ୱାରେଣ୍ଟରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଦୋଷୀ ମୁକେଶ ସିଂହର ଆବେଦନକୁ ଖାରଜ କରିଛନ୍ତି। ମୁକେଶ ଦର୍ଶାଇଥିଲା ଅପରାଧ ଘଟିବା ଦିନ ସେ କୁଆଡ଼େ ଦିଲ୍ଲୀରେ ନଥିଲା। ଏହାପରେ କୋର୍ଟ ଅକ୍ଷୟ ସିଂହର ଆବେଦନର ମଧ୍ୟ ଶୁଣାଣି କରିଛନ୍ତି। ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ବିରୋଧରେ ସେ ଏହି ଆବେଦନ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି।

ଆସନ୍ତାକାଲି ସକାଳ ୫.୩୦ରେ ତିହାର ଜେଲ୍‌ଠାରେ ଏହି ଫାଶୀ ହେବ ବୋଲି ନିର୍ଦ୍ଧାରିତ କରାଯାଇଛି। ଫାଶୀ ସମୟ ନିକଟତର ହେବାରେ ଲାଗିଥିବାରୁ କୋର୍ଟର ଦ୍ୱାରସ୍ଥ ହେବାରେ ଲାଗିଛନ୍ତି ସମସ୍ତ ଦୋଷୀ। ୨୦୧୨ ମସିହାର ଏହି ମାମଲାରେ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହ ଆସନ୍ତାକାଲି ଫାଶୀ ପାଇବେ।

Related story