ଦିଲ୍ଲୀରେ ୮ ଟଙ୍କା ଶସ୍ତା ହେଲା ଡିଜେଲ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ମହଙ୍ଗା ମାଡ଼ର ଶିକାର ହେଉଥିବା ଦିଲ୍ଲୀବାସୀଙ୍କୁ ବଡ଼ ଆଶ୍ୱସ୍ତ କରିଛନ୍ତି କେଜ୍ରିୱାଲ ସରକାର। ଦିଲ୍ଲୀ ସରକାର ଆଜି ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟକୁ ହ୍ରାସ କରିଦେଇଛନ୍ତି। ଫଳରେ ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୮.୩୬ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ରାଜ୍ୟ ସରକାର ଡିଜେଲ ଉପରେ ୩୦% ଭ୍ୟାଟ ଲଗାଉଥିଲେ। ଏଥିପାଇଁ ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୮୨ ଟଙ୍କାରେ ପହଞ୍ଚିଥିଲା। ତେବେ ଆଜି ଭ୍ୟାଟକୁ କେଜ୍ରିୱାଲ […]

d

Hemant Lenka
  • Published: Thursday, 30 July 2020
  • , Updated: 30 July 2020, 01:57 PM IST

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ମହଙ୍ଗା ମାଡ଼ର ଶିକାର ହେଉଥିବା ଦିଲ୍ଲୀବାସୀଙ୍କୁ ବଡ଼ ଆଶ୍ୱସ୍ତ କରିଛନ୍ତି କେଜ୍ରିୱାଲ ସରକାର। ଦିଲ୍ଲୀ ସରକାର ଆଜି ଡିଜେଲ ଉପରେ ଲାଗୁ ହେଉଥିବା ଭ୍ୟାଟକୁ ହ୍ରାସ କରିଦେଇଛନ୍ତି। ଫଳରେ ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୮.୩୬ ଟଙ୍କା ହ୍ରାସ ପାଇଛି।

ପୂର୍ବରୁ ରାଜ୍ୟ ସରକାର ଡିଜେଲ ଉପରେ ୩୦% ଭ୍ୟାଟ ଲଗାଉଥିଲେ। ଏଥିପାଇଁ ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୮୨ ଟଙ୍କାରେ ପହଞ୍ଚିଥିଲା। ତେବେ ଆଜି ଭ୍ୟାଟକୁ କେଜ୍ରିୱାଲ ସରକାର ୧୬.୭୫%କୁ କମାଇ ଦେଇଛନ୍ତି। ଏହାପରେ ଡିଜେଲର ଲିଟର ପିଛା ଦର ୭୩.୬୪ ଟଙ୍କା ହୋଇଯାଇଛି।

ଏ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଏହି ନୂଆ ଦର ଲାଗୁ ହେବ। ଜୁଲାଇ ମାସ ଆରମ୍ଭରୁ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା।

ଏବେ ସୁଦ୍ଧା ଦିଲ୍ଲୀରେ ଡିଜେଲର ଲିଟର ପିଛା ଦର ୧୨.୫୫ ଟଙ୍କା ବୃଦ୍ଧି ପାଇଥିଲା। ତେବେ ଆଜି କେଜ୍ରିୱାଲ ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି।

Related story