୬୦ ହଜାର ବେଡ ନିର୍ମାଣ ପାଇଁ ଦିଲ୍ଲୀ ପାଖରେ ୫୨ ଦିନର ସମୟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଜୁଲାଇ ଶେଷ ବେଳରୁ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ମଧ୍ୟ ଟପିଯିବାର ମଧ୍ୟ ଆକଳନ କରାଯାଉଛି। ତେବେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ-୧୯ ବେଡ ନିଅଣ୍ଟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ୬୦ ହଜାର ବେଡ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ମାତ୍ର ୫୨ ଦିନର ସମୟ ରହିଥିବା […]

exa

Hemant Lenka
  • Published: Tuesday, 09 June 2020
  • , Updated: 09 June 2020, 05:37 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଜୁଲାଇ ଶେଷ ବେଳରୁ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ମଧ୍ୟ ଟପିଯିବାର ମଧ୍ୟ ଆକଳନ କରାଯାଉଛି। ତେବେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ-୧୯ ବେଡ ନିଅଣ୍ଟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ୬୦ ହଜାର ବେଡ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ମାତ୍ର ୫୨ ଦିନର ସମୟ ରହିଥିବା କୁହାଯାଉଛି।

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଜୁଲାଇ ୩୧ ବେଳକୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ଟିପିଯିବ। ଏହାର ମୁକାବିଲା ପାଇଁ ପ୍ରାୟ ୮୦ ହଜାର ବେଡର ଆବଶ୍ୟକ ରହିଛି। ବର୍ତ୍ତମାନ ଦିଲ୍ଲୀ ପାଖରେ ୨୦ ହଜାର ବେଡ ରହିଛି।

ତେଣୁ ଆଉ ୬୦ ହଜାର ବେଡ ନିର୍ମାଣ କରିବା ପାଇଁ ଦିଲ୍ଲୀ ସରକାରଙ୍କ ପାଖରେ ମାତ୍ର ୫୨ ଦିନର ସମୟ ରହିଛି। ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୯୪୩ ରହିଛି। ତେବେ ଜୁନ୍‌ ୧ରୁ ୯ ମଧ୍ୟରେ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି।

ଜୁନ୍‌ ୧୫ ବେଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ରହିଥିବ। ଏଥିପାଇଁ ପ୍ରାୟ ୬,୬୦୦ ବେଡ ଦରକାର। ଜୁନ୍‌ ୩୦ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ରହିବ ଏବଂ ଏଥିପାଇଁ ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୫ ହଜାର ବେଡ ଦରକାର ହେବ। ଜୁଲାଇ ୧୫ ବେଳକୁ ଏହା ୨.୫ ଲକ୍ଷ ଓ ଜୁଲାଇ ୩୧ ବେଳକୁ ଏହା ସାଢ଼େ ୫ ଲକ୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଛି।

Related story