ପିଏମସି ଗ୍ରାହକଙ୍କ ଟଙ୍କା କେତେ ସୁରକ୍ଷିତ? କେନ୍ଦ୍ର ଓ ଆରବିଆଇକୁ ନୋଟିସ୍

ନୂଆଦିଲ୍ଲୀ: ଦିଲ୍ଲୀ ସରକାର, କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ୍ (ପିଏମସି ବ୍ୟାଙ୍କ)କୁ ପିଏମସି ବ୍ୟାଙ୍କ ପ୍ରସଙ୍ଗରେ ନୋଟିସ୍ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ପିଏମସି ବ୍ୟାଙ୍କର ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରଖିବା ଦିଗରେ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ଜାଣିବାକୁ ଏହି ନୋଟିସ୍ ହୋଇଛି। ନୋଟିସର ଜବାବ ଦେବା ପରେ ଏହି ପ୍ରସଙ୍ଗରେ ଜାନୁଆରୀ ୨୨ରେ ପରବର୍ତ୍ତୀ ଶୁଣାଣି ହେବ। ପିଏମସି ବ୍ୟାଙ୍କରେ ଆର୍ଥିକ ନେଣଦେଣ […]

PMC BANK

Subhransu Sekhar
  • Published: Friday, 01 November 2019
  • , Updated: 01 November 2019, 05:02 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାର, କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ୍ (ପିଏମସି ବ୍ୟାଙ୍କ)କୁ ପିଏମସି ବ୍ୟାଙ୍କ ପ୍ରସଙ୍ଗରେ ନୋଟିସ୍ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ପିଏମସି ବ୍ୟାଙ୍କର ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରଖିବା ଦିଗରେ କଣ ପଦକ୍ଷେପ ନିଆଯାଇଛି ସେ ବାବଦରେ ଜାଣିବାକୁ ଏହି ନୋଟିସ୍ ହୋଇଛି। ନୋଟିସର ଜବାବ ଦେବା ପରେ ଏହି ପ୍ରସଙ୍ଗରେ ଜାନୁଆରୀ ୨୨ରେ ପରବର୍ତ୍ତୀ ଶୁଣାଣି ହେବ।

ପିଏମସି ବ୍ୟାଙ୍କରେ ଆର୍ଥିକ ନେଣଦେଣ ଅନିୟମିତତା ହୋଇଥିବାରୁ ଆରବିଆଇ ପ୍ରତିବନ୍ଧକ ଲଗାଇଛି। ଏହାପରେ ଗ୍ରାହକମାନେ ନିଜ ଟଙ୍କା ଆବଶ୍ୟକ ଅନୁଯାୟୀ ନଉଠାଇପାରିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଯେଉଁଥିରେ ଆବେଦନକାରୀ ଦର୍ଶାଇଥିଲେ, ଯେଉଁ ରାଷ୍ଟ୍ରାୟତ ବ୍ୟାଙ୍କରେ ଲୋକମାନେ ଟଙ୍କା ରଖୁଛନ୍ତି ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବିମା ଭୁକ୍ତ ହେବା ଦରକାର। ଯାହାର ଶୁଣାଣି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିଏନ ପଟେଲ ଏବଂ ଜଷ୍ଟିସ ସି ହରିଶଙ୍କର ଆଜି କରିଥିଲେ।

ହାଇକୋର୍ଟ ଯେଉଁ ନୋଟିସ ପଠାଇଛନ୍ତି ସେଥିରେ ଉଲ୍ଲେଖ ରହିଛି ଯେ, ଗ୍ରାହକଙ୍କ ଜମା ଟଙ୍କାର ୧୦୦ ପ୍ରତିଶତ ବିମା କାହିଁକି ଦିଆଯିବନି? ଜଣେ ବ୍ୟାଙ୍କର ଟଙ୍କା ରଖିଛି ବୋଲି କେମିତି ୧୦୦ ପ୍ରତିଶତ ସୁନିଶ୍ଚିତ ରହିବ। ଏବେ ଦିଲ୍ଲୀ ସରକାର, କେନ୍ଦ୍ର ସରକାର, ଆରବିଆଇ ନିଜ ନିଜର ଜବାବ ରଖିବା ପରେ ହାଇକୋର୍ଟ ୨୨ରେ ଶୁଣାଣି କରିବେ। ଅକ୍ଚୋବର ୧୮ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ଶୁଣାଣି ନକରି ତଳ କୋର୍ଟରେ ଆବେଦନ କରିବାକୁ ଆବେଦନକାରୀ ବିଜୋନ କୁମାର ମିଶ୍ରାଙ୍କୁ କହିଥିଲେ।

Related story