ବୁଧବାର ନିର୍ଭୟା ରାୟ

ନୂଆଦିଲ୍ଲୀ: ଆସନ୍ତାକାଲି ବା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ହାଇକୋର୍ଟ ନିର୍ଭୟା ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆବେଦନର ଶୁଣାଣି କରିବେ। ପୂର୍ବରୁ ପଟିଆଲା ହାଉସ୍‌ କୋର୍ଟ ୪ ନିର୍ଭାୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଏହା ବିରୋଧରେ କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କେନ୍ଦ୍ର ସରକାର ଏବଂ ତିହାର ଜେଲ୍‌ ତାଙ୍କ ଆବେଦନରେ ଦର୍ଶାଇଥିଲେ, ଦୋଷୀମାନେ ଗୋଟିଏ ପରେ ଗୋଟିଏ ରିଭ୍ୟୁ, କ୍ୟୁରେଟିଭ୍‌ ଏବଂ କ୍ଷମା ଆବେଦନ […]

Nirbhaya

Subrat Kumar Nayak
  • Published: Tuesday, 04 February 2020
  • , Updated: 04 February 2020, 09:37 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ବା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ହାଇକୋର୍ଟ ନିର୍ଭୟା ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଆବେଦନର ଶୁଣାଣି କରିବେ। ପୂର୍ବରୁ ପଟିଆଲା ହାଉସ୍‌ କୋର୍ଟ ୪ ନିର୍ଭାୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଏହା ବିରୋଧରେ କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

କେନ୍ଦ୍ର ସରକାର ଏବଂ ତିହାର ଜେଲ୍‌ ତାଙ୍କ ଆବେଦନରେ ଦର୍ଶାଇଥିଲେ, ଦୋଷୀମାନେ ଗୋଟିଏ ପରେ ଗୋଟିଏ ରିଭ୍ୟୁ, କ୍ୟୁରେଟିଭ୍‌ ଏବଂ କ୍ଷମା ଆବେଦନ କରି ଏଭଳି ବିଳମ୍ବିତ ସ୍ଥିତିକୁ ନେଇଆସିଛନ୍ତି, ସେମାନଙ୍କୁ ଆଇନ ସହ ଖେଳିବା ପାଇଁ ଅନୁମତି ମିଳୁଥିବା ମନେ ହେଉଛି।

ଏହା ବ୍ୟତୀତ ମଙ୍ଗଳବାର ନିର୍ଭୟାଙ୍କ ପିତାମାତା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି ଦର୍ଶାଇଛନ୍ତି, କେନ୍ଦ୍ର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ପ୍ରତି ଦୃଷ୍ଟି ଦିଆଯାଉ। ଜଷ୍ଟିସ୍‌ ସୁରେଶ କୁମାର କାଇ ଏହି ମାମଲାର ରାୟ ଶୁଣାଇବେ।

Related story