ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ହେବ ପ୍ଲାଜମା ଥେରାପୀ

ନୂଆଦିଲ୍ଲୀ: ବିଗୁଡ଼ୁଛି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା। କରୋନାରେ ଆକ୍ରାନ୍ତ ହୋଇଥିବା ଏହି ବିଧାୟକଙ୍କୁ ଏବେ ଦିଲ୍ଲୀର ସାକେତ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଅକ୍ସିଜେନ ସପୋର୍ଟରେ ରହିଥିବା ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ସତ୍ୟେନ୍ଦ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବୁଧବାର ଦିଲ୍ଲୀର ଏହି ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। କରୋନା ତାଙ୍କ ଫୁସଫୁସକୁ ସଂକ୍ରମିତ ହୋଇଥିବାରୁ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି। ବୁଧବାର ରାଜୀବ ଗାନ୍ଧୀ […]

satyendra-jain

Subhransu Sekhar
  • Published: Friday, 19 June 2020
  • , Updated: 19 June 2020, 06:14 PM IST

ନୂଆଦିଲ୍ଲୀ: ବିଗୁଡ଼ୁଛି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା। କରୋନାରେ ଆକ୍ରାନ୍ତ ହୋଇଥିବା ଏହି ବିଧାୟକଙ୍କୁ ଏବେ ଦିଲ୍ଲୀର ସାକେତ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଅକ୍ସିଜେନ ସପୋର୍ଟରେ ରହିଥିବା ଜଣାପଡ଼ିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ସତ୍ୟେନ୍ଦ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବୁଧବାର ଦିଲ୍ଲୀର ଏହି ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। କରୋନା ତାଙ୍କ ଫୁସଫୁସକୁ ସଂକ୍ରମିତ ହୋଇଥିବାରୁ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି।

ବୁଧବାର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ଗୁରୁବାର ସତ୍ୟେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା କିନ୍ତୁ ଶରୀରରେ ଜ୍ୱର ରହିଥିଲା। ଏହାପରେ ଡାକ୍ତରୀ ଟିମ୍ ଜାଣିବାକୁ ପାଇଥିଲା ସତ୍ୟେନ୍ଦ୍ରଙ୍କ ଫୁସଫୁସକୁ କରୋନା ସଂକ୍ରମିତ ହୋଇଛି। ଏବେ ସତ୍ୟେନ୍ଦ୍ର ଜୈନଙ୍କର ପ୍ଲାଜମା ଥେରାପୀ ଚିକିତ୍ସା ହେବ ବୋଲି ଜଣାପଡ଼ିଛି।

Related story