ଦିଲ୍ଲୀରେ ପୁଣି ଜଣେ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ କାୟା ମେଲାଇବାରେ ଲାଗିଛି ପ୍ରାଣଘାତୀ କରୋନା ଭାଇରସ। ଆଜି ପୁଣିଥରେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଦିଲ୍ଲୀର ଏହି ବ୍ୟକ୍ତି ଜଣଙ୍କ ନିକଟରେ ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କର ଥଣ୍ଡା ଓ ଜ୍ୱର ଲାଗି ରହିଥିଲା। ଶେଷରେ ତାଙ୍କର ନୁମନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସେ […]

c

Hemant Lenka
  • Published: Friday, 06 March 2020
  • , Updated: 06 March 2020, 03:57 PM IST

ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ କାୟା ମେଲାଇବାରେ ଲାଗିଛି ପ୍ରାଣଘାତୀ କରୋନା ଭାଇରସ। ଆଜି ପୁଣିଥରେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଦିଲ୍ଲୀର ଏହି ବ୍ୟକ୍ତି ଜଣଙ୍କ ନିକଟରେ ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କର ଥଣ୍ଡା ଓ ଜ୍ୱର ଲାଗି ରହିଥିଲା।

ଶେଷରେ ତାଙ୍କର ନୁମନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କୁ ଏବେ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି ଓ ତାଙ୍କ ଉପରେ ଡାକ୍ତରୀ ଟିମ୍‌ ନଜର ରଖିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଉତ୍ତମ ନଗରର ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେ ମ୍ୟାଲେସିୟା ଓ ଥାଇଲ୍ୟାଣ୍ଡ ଗସ୍ତ କରିଥିଲେ। ଏବେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭାରତରେ କରୋନା ଜନିତ ଭାଇରସରେ ୩୧ ଜଣ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୬ ଜଣ ଇଟାଲୀୟ ନାଗରିକ ରହିଛନ୍ତି। ସେହିପରି କେରଳର ୩ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ଭାଇରସ ବ୍ୟାପିବାକୁ ବନ୍ଦ କରିବାକୁ ହେଲେ ଲୋକମାନେ ଯଥା ସମ୍ଭବ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତୁ ନାହିଁ। ବିଶ୍ୱର ବଡ଼ବଡ଼ ବିଶେଷଜ୍ଞମାନେ ମଧ୍ୟ ଏହି ପରାମର୍ଶ ଦେଇଛନ୍ତି। ଯଦି କିଛି କାର୍ଯ୍ୟକ୍ରମ ରହିଛି, ତା’ହେଲେ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖନ୍ତୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Related story