ମଝି ଆକାଶରେ ଉଡ଼ୁଥିଲା ବିମାନ, ପାଇଲଟ କରୋନା ସଂକ୍ରମିତ ବୋଲି ଜଣାପଡ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀରୁ ମସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ମଝି ଆକାଶରୁ ୟୁ-ଟର୍ଣ୍ଣ ନେଇଛି। ବିମାନଟି ମସ୍କୋରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଯାଉଥିଲା। ତେବେ ଅଧ ବାଟରେ ପାଇଲଟ ଜଣଙ୍କ କରୋନା ସଂକ୍ରମିତ ବୋଲି ରିପୋର୍ଟ ଆସିଥିଲା। ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ କଣ୍ଟ୍ରୋଲ ରୁମ ପକ୍ଷରୁ ତାଙ୍କୁ ସ୍ୱଦେଶ ଫେରି ଆସିବାକୁ କୁହାଯାଇଛି। ସେ ମଧ୍ୟ ମଝି ଆକାଶରୁ ଦିଲ୍ଲୀ ଫେରି ଆସିଛନ୍ତି। ମସ୍କୋ ଯିବାର ଥିବାରୁ ପାଇଲଟଙ୍କର କରୋନା ଟେଷ୍ଟ ହୋଇଥିଲା। […]

air

Hemant Lenka
  • Published: Saturday, 30 May 2020
  • , Updated: 30 May 2020, 02:22 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ମସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ମଝି ଆକାଶରୁ ୟୁ-ଟର୍ଣ୍ଣ ନେଇଛି। ବିମାନଟି ମସ୍କୋରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଯାଉଥିଲା। ତେବେ ଅଧ ବାଟରେ ପାଇଲଟ ଜଣଙ୍କ କରୋନା ସଂକ୍ରମିତ ବୋଲି ରିପୋର୍ଟ ଆସିଥିଲା।

ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ କଣ୍ଟ୍ରୋଲ ରୁମ ପକ୍ଷରୁ ତାଙ୍କୁ ସ୍ୱଦେଶ ଫେରି ଆସିବାକୁ କୁହାଯାଇଛି। ସେ ମଧ୍ୟ ମଝି ଆକାଶରୁ ଦିଲ୍ଲୀ ଫେରି ଆସିଛନ୍ତି।

ମସ୍କୋ ଯିବାର ଥିବାରୁ ପାଇଲଟଙ୍କର କରୋନା ଟେଷ୍ଟ ହୋଇଥିଲା। ତେବେ ତାଙ୍କ ରିପୋର୍ଟ ଆସିବା ପୂର୍ବରୁ ସେ ଉଡ଼ାଣ ଭରିଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଏୟାର ଇଣ୍ଡିଆ ତାଙ୍କୁ ଫେରି ଆସିବାକୁ କହିଛି।

ଏହି ବିମାନରେ କୌଣସି ଯାତ୍ରୀ ନଥିଲେ। ଏବେ ପାଇଲଟଙ୍କୁ ଅନ୍ୟ ରୋଗୀଙ୍କ ଭଳି ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।

Related story