ମୃତ୍ୟୁଦଣ୍ଡରୁ ବଞ୍ଚାଇଦେଲା କବିତା

ନୂଆଦିଲ୍ଲୀ: ଏକ ହତ୍ୟାକାଣ୍ଡ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲେ ମଧ୍ୟ ଏହି ଦଣ୍ଡକୁ ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତନ କରାଇପାରିଛି କବିତା। ଅପରାଧୀ ଜଣକ ଜେଲ୍‌ରେ ରହିବା ସମୟରେ ହିଁ ସେ ଲେଖିଥିବା କବିତା ପାଇଁ ସୁପ୍ରିମକୋର୍ଟ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍‌କୋର୍ଟ ଏହି କବିତା ସବୁକୁ ଅନୁଶୀଳନ କରି ଜାଣିବାକୁ ପାଇଥିଲେ, ଅପରାଧୀ ଜଣକ ନିଜ ଭୁଲ ପାଇଁ ଅନୁତପ୍ତ ଏବଂ ତାଙ୍କ ଭିତରେ ସଂସ୍କାର ଆସିଛି। ଜଷ୍ଟିସ୍‌ ଏକେ […]

SUPREMECOURT

Subrat Kumar Nayak
  • Published: Saturday, 02 March 2019
  • , Updated: 02 March 2019, 04:11 PM IST

ନୂଆଦିଲ୍ଲୀ: ଏକ ହତ୍ୟାକାଣ୍ଡ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲେ ମଧ୍ୟ ଏହି ଦଣ୍ଡକୁ ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତନ କରାଇପାରିଛି କବିତା। ଅପରାଧୀ ଜଣକ ଜେଲ୍‌ରେ ରହିବା ସମୟରେ ହିଁ ସେ ଲେଖିଥିବା କବିତା ପାଇଁ ସୁପ୍ରିମକୋର୍ଟ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍‌କୋର୍ଟ ଏହି କବିତା ସବୁକୁ ଅନୁଶୀଳନ କରି ଜାଣିବାକୁ ପାଇଥିଲେ, ଅପରାଧୀ ଜଣକ ନିଜ ଭୁଲ ପାଇଁ ଅନୁତପ୍ତ ଏବଂ ତାଙ୍କ ଭିତରେ ସଂସ୍କାର ଆସିଛି।

ଜଷ୍ଟିସ୍‌ ଏକେ ସିକ୍ରି, ଜଷ୍ଟିସ୍‌ ଏସ୍‌ ଅବ୍‌ଦୁଲ ନାଜିର ଏବଂ ଜଷ୍ଟିସ୍‌ ଏମ୍‌ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଦେଇଥିବା ରାୟରେ କହିଛନ୍ତି, “ଜେଲରେ ସେ ଲେଖିଥିବା କବିତାରୁ ସ୍ପଷ୍ଟ ଯେ ସେ ନିଜ ଯୁବ ବୟସରେ କରିବସିଥିବା ଭୁଲ ପାଇଁ ଅନୁତପ୍ତ ଏବଂ ସେ ସଂସ୍କାରବାଦୀ।”

ଏହି ଅପରାଧୀ ଜଣକ ଅର୍ଥ ଲୋଭରେ ଗୋଟିଏ ଛୁଆକୁ ଅପହରଣ କରିବା ପରେ ହତ୍ୟା କରିଥିଲା। କୋର୍ଟ କହିଥିଲେ, ସେ ଘଟାଇଥିବା ଅପରାଧର ଗଭୀରତା ଆମେ ବୁଝିପାରୁଛୁ, କିନ୍ତୁ ଏହା ବିରଳରୁ ବିରଳତମ ମାମଲା ନୁହେଁ। ସେ ଅପରାଧ ଘଟାଇବା ବେଳକୁ ତାକୁ ୨୨ ବର୍ଷ ହୋଇଥିଲା ଏବଂ ୧୮ ବର୍ଷ ଜେଲ୍‌ରେ କାଟିସାରିଲାଣି। ସେ ସମାଜରେ ସାମିଲ ହେବାକୁ ପ୍ରୟାସ କରିବା ସହିତ ଜେଲ୍‌ରେ ନିଜର ବ୍ୟାଚଲର ଡିଗ୍ରୀ ସାରିସାରିଲାଣି। ତା ଭିତରେ ସଂସ୍କାର ଆଣି ତାକୁ ଥଇଥାନ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି।

Related story