ଦିଲ୍ଲୀ: ପୋଲିସର ବାହାଦୁରି ଯୋଗୁଁ ଟଳିଲା ଆଉ ଏକ ନିର୍ଭୟା ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍‌ର ବାହାଦୁରି ଯୋଗୁଁ ଶୁକ୍ରବାର ଦେଶର ରାଜଧାନୀରେ ନିର୍ଭୟା ଭଳି ଆଉ ଏକ ଘଟଣା ଟଳି ଯାଇଛି। ଦିଲ୍ଲୀ ପୋଲିସ୍‌ର ଏକ ଟିମ୍ ଏକ କାରକୁ ପିଛା କରି ବଦମାସଙ୍କ କବଳରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତମାନେ ମନ୍ଦ ଉଦ୍ଦେଶ୍ୟ ରଖି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗାଡ଼ିରେ ବସାଇଥିଲେ। ଗତକାଲି ରାତିରେ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଏହି ଯୁବତୀ ଓ ତାଙ୍କର ପୁରୁଷ ବନ୍ଧୁ ବସ୍‌କୁ ଅପେକ୍ଷା କରିଥିଲେ। ସେତେବେଳେ […]

police

Rakesh Mallick
  • Published: Saturday, 28 May 2016
  • , Updated: 28 May 2016, 07:03 AM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍‌ର ବାହାଦୁରି ଯୋଗୁଁ ଶୁକ୍ରବାର ଦେଶର ରାଜଧାନୀରେ ନିର୍ଭୟା ଭଳି ଆଉ ଏକ ଘଟଣା ଟଳି ଯାଇଛି। ଦିଲ୍ଲୀ ପୋଲିସ୍‌ର ଏକ ଟିମ୍ ଏକ କାରକୁ ପିଛା କରି ବଦମାସଙ୍କ କବଳରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତମାନେ ମନ୍ଦ ଉଦ୍ଦେଶ୍ୟ ରଖି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗାଡ଼ିରେ ବସାଇଥିଲେ।

ଗତକାଲି ରାତିରେ ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଏହି ଯୁବତୀ ଓ ତାଙ୍କର ପୁରୁଷ ବନ୍ଧୁ ବସ୍‌କୁ ଅପେକ୍ଷା କରିଥିଲେ। ସେତେବେଳେ ତିନି ଜଣ ବଦ୍‌ମାସ ସେହି ରାସ୍ତା ଦେଇ ଏକ ସେଣ୍ଟ୍ରୋ କାରରେ ଯାଉଥିଲେ। ସେମାନେ ଏ ଦୁଇ ଜଣଙ୍କୁ ଲିଫ୍ଟ ଦେଇଥିଲେ। କିଛି ବାଟ ଗଲା ପରେ ଉଭୟ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଉକ୍ତ ଯୁବକମାନଙ୍କ ଉପରେ ସନ୍ଦେହ କରିଥିଲେ। ସେମାନେ କାର୍ ରଖିବା ପାଇଁ କହିଥିଲେ। ତେବେ ବଦମାସ ଯୁବକମାନେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ ଓ ତାଙ୍କୁ କାରରୁ ତଳକୁ ଫୋପାଡ଼ି ଦେଇଥିଲେ। ଯୁବକ ଜଣଙ୍କ ସଙ୍ଗେ ସଙ୍ଗେ ଘଟଣା ସଂପର୍କରେ ପୋଲିସ୍‌ର ପିସିଆର୍ ଭ୍ୟାନ୍‌କୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ୍ ଉକ୍ତ ବଦମାସଙ୍କ କାରକୁ ପିଛା କରିଥିଲା। ପ୍ରାୟ ୬ କିଲୋମିଟର ପିଛା କରିବା ପରେ ପୋଲିସ୍ ସେମାନଙ୍କୁ କାବୁ କରିବା ସହିତ ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲା।

Related story