ଦିଲ୍ଲୀ ପୋଲିସ ହାତରେ ପାକ୍‌ର ଦୁଇ ଗୁପ୍ତଚର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ ପାକିସ୍ତାନ ହାଇକମିଶନର ଜଣେ ଅଫିସର ମହମ୍ମୁଦ ଅଖତରଙ୍କ ନିକଟରୁ ପ୍ରତିରକ୍ଷା ସଂପର୍କିତ ଦସ୍ତାବିଜ୍  ଜବତ କରାଯାଇଛି। ପଚରାଉଚରା ପରେ ତାଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ପକ୍ଷରେ ଦୁଇ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୌଲାନା ରମଜାନ ଏବଂ ଜାହାଙ୍ଗୀର। ଇନଟେଲିଜେନ୍ସ ବ୍ୟୁରୋ (ଆଇବି)ର ସୂଚନା ଅଧାରରେ ଦିଲ୍ଲୀ ପୋଲିସ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପାକ୍‌ ଅଫିସର ମହମ୍ମୁଦ ଅଖତରଙ୍କ ନିକଟରେ ଭାରତର କିଛି ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଥିବାର ଖବର ଆଇବି ପାଖରେ ଥିଲା। ଏ ସଂପର୍କରେ ଆଇବି ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା। ପୋଲିସ ମହମ୍ମୁଦଙ୍କୁ ପଚରାଉଚରା କରି ଛାଡି ଦେଇଥିଲା। ଏହାପରେ ଦୁଇ ଗୁପ୍ତଚରଙ୍କୁ ଗିରଫ କରିଥିଲା। ଗିରଫ ଗୁପ୍ତଚର ରମଜାନ ଓ ଜାହାଙ୍ଗୀର ରାଜସ୍ଥାନର ନାଗୌରର ବାସିନ୍ଦା। ଏହି ରାକେର୍ଟ ବର୍ଷେହେଲା ସକ୍ରିୟ ଥିଲା। ସେମାନଙ୍କଠାରୁ ପ୍ରତିରକ୍ଷା ସଂପର୍କିତ ମାନଚିତ୍ର, ବିଏସଏଫ୍‌ ଅଧିକାରୀଙ୍କ ତାଲିକା ଓ ଏକାଧିକ ଭିସା ଜବତ କରାଯାଇଛି।

ଏନେଇ ବୈଦେଶିକ ମନ୍ତ୍ରାଳୟ ତରଫରୁ ପାକ୍ ରାଜଦୂତ ଅବଦୁଲ୍ଲ ବସିତ୍‌ଙ୍କୁ ନୋଟିସ ଜାରି କରିଛି।

ଆହୁରି ପଢ଼ନ୍ତୁ

ପୁଣି ଚାଇନାକୁ ଜାତିସଂଘରେ ଦୃଢ଼ ଜବାବ ଦେଲା ଭାରତ

ଭାରତୀୟ ସୀମାରେ ପଶି ଯାଇଥିଲା ଚାଇନା, ତଥ୍ୟ ପ୍ରକାଶ କରି ଡିଲିଟ କରିଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

କାହିଁକି ଇସ୍ତଫା ଦେଲେ ଗିରୀଶ ମୁର୍ମୁ, ଜାଣନ୍ତୁ ପୂରା କାରଣ

କରୋନା ଟୀକାକୁ ନେଇ ଚେତନଙ୍କ ଭବିଷ୍ୟବାଣୀ!

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୫୬ ହଜାରରୁ ଅଧିକ ପଜିଟିଭ,୯୦୪ ମୃତ

ଜମ୍ମୁ-କଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କ ହତ୍ୟା

କୋଭିଡ ହସ୍ପିଟାଲ ଆଇସିୟୁରେ ଲାଗିଗଲା ନିଆଁ

ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ

ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରୀଶ ମୁର୍ମୂ

ଠିକ୍ ବର୍ଷକ ତଳେ ଜମ୍ମୁ କଶ୍ମୀରରୁ ହଟିଥିଲା ଧାରା ୩୭୦

ଆମେରିକା ହେଲା ରାମମୟ

ହସ୍ପିଟାଲରୁ ଅଫିସ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା